ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବିଜେପି ଜୋନ କମିଟି ଗଠିତ, ତିରୁପତି ବର୍ଗେ, 26 ନମ୍ବର ଜୋନ ସଭାପତି 

ବିଜେପି ଜୋନ କମିଟି ଗଠିତ, ତିରୁପତି ବର୍ଗେ, 26 ନମ୍ବର ଜୋନ ସଭାପତି 

ବେଲପଡା, ତା 19/5 –  ବଲାଙ୍ଗୀର ଜିଲ୍ଲା ବେଲପଡ଼ା ବ୍ଲକ ଯୁବା ଗାଁର ଆମ୍ବ ବାଗିଚା ନିକଟରେ ବ୍ଲକ ବିଜେପି ପକ୍ଷରୁ ଏକ ସମାବେଶ ଅନୁଷ୍ଠିତ ହୋଇଥିଲା |ଏଥିରେ 26 ନମ୍ବର ଜୋନ ର ସଭାପତି ସହ ବିଭିନ୍ନ ପଦବୀ ଘୋଷଣା କରାଯାଇଥିଲା |ବିଜେପି ଜିଲ୍ଲା ସଭାପତି ଶ୍ରୀବସ ବେହେରା ନୂତନ ନାମ ଘୋଷଣା କରିଥିଲେ | ତିରୁପତି ବର୍ଗେ ଙ୍କୁ 26 ନମ୍ବର ଜୋନ ସଭାପତି |ଏହା ସହିତ ଉକ୍ତ ଜୋନ ଉପ ସଭାପତି ଭାବେ 6 ଜଣକୁ ମନୋନୀତ କରାଯାଇଛି |ଏଥିରେ ଶ୍ରୀଯୁକ୍ତ ବନୁଆ ବୁଡେକ, ଶ୍ରୀଯୁକ୍ତ ବନମାଳି ନାଏକ , ଶ୍ରୀଯୁକ୍ତ ଛଚିଦ୍ର ନାଏକ,ଶ୍ରୀଯୁକ୍ତ ଇସାରଞନ ଅଗସ୍ତି,ଶ୍ରୀଯୁକ୍ତ ଗୁଣନିଧୀ ପୁଟେଲ, ଶ୍ରୀଯୁକ୍ତ ଅବନି ଖମାରି ଘୋଷଣା କରାଯାଇଛି |ସେହିପରି ଭାବେ ସହସମ୍ପାଦକ ଭାବେ ଦିବାକର ନାଏକ, ମିତ୍ର ଭାନୁ ଗୁରୁ କୁ ଚୟନ କରାଯାଇଛି |ଯୁବମୋର୍ଚ୍ଚାର ସଭାପତି ଭାବେ ଶ୍ରୀଯୁକ୍ତ ସଂଜୟ ଠାକୁର ଏସଟି ମୂର୍ଚ୍ଛା ସଭାପତି ଶ୍ରୀଯୁକ୍ତ ମଗସିର ବିଶ୍ବାଳ ମହିଳା ମୂର୍ଚ୍ଛା ସଭାନେତ୍ରୀ ଶ୍ରୀମତୀ ପୁଷ୍ପାଞ୍ଜିଲୀ ନାଏକ କିଷାନ ମୁର୍ଚ୍ଛା ସଭାପତି ଶ୍ରୀଯୁକ୍ତ ନରେଶ ଦାସ,ଏସି ମୁର୍ଚ୍ଛା ସଭାପତି ଶ୍ରୀଯୁକ୍ତ ତପିସା କୁମ୍ଭାର ପ୍ରମୁଖ ନୂତନ ଭାବେ ପଦବୀ ଦିଆଯାଇଛି |ଏହି ସମାବେଶ ପରିଷଦ ସଭ୍ଯା ଶ୍ରୀମତୀ ଅନିମା ଦାସ ସାସଂଦ ପ୍ରତିନିଧି ଶ୍ରୀଯୁକ୍ତ କୁନୁ ମୁଣ୍ଡା ଉପମୁଖ୍ୟ ମନ୍ତ୍ରୀ ପ୍ରତିନିଧି ଶ୍ରୀଯୁକ୍ତ ତନ୍ମୟ ଦାସ ମଧ୍ଯପୁର ସମିତିସଭ୍ଯ ଶ୍ରୀଯୁକ୍ତ କଳାପିକ ନାଗ, ଶ୍ରୀଯୁକ୍ତ ମିତ୍ର ମେହେର  ଯୁବା ସମିତି ସଭ୍ଯା ଶ୍ରୀମତୀ ବାସନ୍ତି ବେନିଆ ଶ୍ରୀଯୁକ୍ତ ଜ୍ଞାନ ସେନ ପାତ୍ର ଶ୍ରୀଯୁକ୍ତ ରଞ୍ଜନ ବର୍ତ୍ତି ଶ୍ରୀଯୁକ୍ତ ଗୁଣନିଧି ପୁଟେଲ ଶ୍ରୀଯୁକ୍ତ ମଗସିର ବିଶ୍ବାଳ ପ୍ରମୁଖ ଉପସ୍ଥିତ ଥିଲେ |ସମସ୍ତେ ନୂତନ ପଦାଧିକାରୀ ମାନଙ୍କୁ ତୃଣମୂଳ ସ୍ତରରେ ଯାଇ କାମ କରିବାକୁ ଜିଲ୍ଲା ସଭାପତି ଉପଦେଶ ଦେଇଥିଲେ | 

ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

ବିଜୁ ଜନତା ଦଳର ୨୮ ତମ ପ୍ରତିଷ୍ଠା ଦିବସ

masiha

ରଘୁନାଥପଲ୍ଲୀ ବିଧାନସଭା କ୍ଷେତ୍ରର ସକ୍ରିୟ ସଦସ୍ୟ ସମ୍ମୀଳନୀ ଅନୁଷ୍ଠିତ 

masiha

କଂଗ୍ରେସର ମିଶ୍ରଣ ପର୍ବ ଓ ନିର୍ବାଚନ ସଭା 

masiha

Leave a Comment

error: Content is protected !!