ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାରମ୍ବାର ବିଦ୍ୟୁତ କାଟ କୁ ନେଇ ବିଦ୍ୟୁତ ଅଫିସ ଘେରିଲା ବିକାଶ ମଞ୍ଚ !!

ବାରମ୍ବାର ବିଦ୍ୟୁତ କାଟ କୁ ନେଇ ବିଦ୍ୟୁତ ଅଫିସ ଘେରିଲା ବିକାଶ ମଞ୍ଚ !!

ମୁରିବାହାଲ ୧୯/୦୫/୨୫ ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ମୁରିବାହାଲ ବିକାଶ ମଞ୍ଚ ପକ୍ଷରୁ ଆଜି ମୁରିବାହାଲ ବିଦ୍ୟୁତ ଅଫିସର ଙ୍କ ଜରିଆରେ ଓଡିଶା ର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କୁ ଲିଖିତ ଆକାରରେ ଏକ ଦାବୀ ପତ୍ର ପ୍ରଦାନ କରାଯାଇଛି ! ଗ୍ରୀଷ୍ମ ପ୍ରବାହ କୁ ନେଇ ଚାରିଆଡେ ଗୁଳୁଗୁଳି ଲାଗିରହିଛି ଫଳରେ ଜୀବନ ଅସ୍ତବ୍ୟସ୍ତ ହୋଇପଡିଥିବା ବେଳେ ଦୀର୍ଘ ଦିନ ଧରି ମୁରିବାହାଲ ବ୍ଲକ ଓ ମୁରିବାହାଲ ଅଂଚଳ ରେ ବାରମ୍ବାର ବିଦ୍ୟୁତ କାଟ ହେତୁ ଜନସାଧାରଣ ବହୁତ ଅସୁବିଧା ର ସମ୍ମୁଖୀନ ହେଉଥିବା ବେଳେ ପିଲା ମାନଙ୍କ ପାଠ ପଢା ରେ ମଧ୍ୟ ବହୁତ ବ୍ୟାଘାତ ସୃଷ୍ଟି ହୋଉଛି ଫଳରେ ଲୋକ ମାନଙ୍କ ଅଫିସ କାମ କାର୍ଯ୍ୟକଳାପ ରେ ବହୁତ ଅସୁବିଧା ହେଉଥିବା ବେଳେ ଖରା ଦିନ ଯୋଗୁଁ ବିନା ବିଦ୍ୟୁତ ରେ ରହିବା ବହୁତ କଷ୍ଟକର ତଥା ଅନ୍ୟାନ୍ୟ ଅଫିସ କାମ ରେ ବହୁତ ଅସୁବିଧା ସମ୍ମୁଖୀନ ହେବାକୁ ପଡୁଛି ! ଏହି ସବୁ କୁ ଦୃଷ୍ଟି ରେ ରଖି ଆଜି ମୁରିବାହାଲ ବିକାଶ ମଞ୍ଚ ତରଫରୁ ମୁରିବାହାଲ ବିଦ୍ୟୁତ ବିଭାଗ ପକ୍ଷରୁ ଓଡିଶା ର ମୁଖ୍ୟମନ୍ତ୍ରୀ ଙ୍କୁ ଏକ ଲିଖିତ ଦାବୀ ପତ୍ର ପ୍ରଦାନ କରା ଯାଇଥିଲା ! ଉକ୍ତ ଦାବୀ ପତ୍ର ରେ ଚାରି ଗୋଟି ମୁଖ୍ୟ ଦାବୀ ଥିଲା — 

୧. ବାରମ୍ବାର ବିଦ୍ୟୁତ କାଟିବା ବନ୍ଦ କରାଯାଉ 

୨.ଲୋକ ମାନଙ୍କ ବିଲ ବିଷୟକୁ ନେଇ ଜବରଦସ୍ତି ଟଙ୍କା ଆଦାୟ କରିବା ଓ ହଇରାଣ କରିବା ବନ୍ଦ କରାଯାଉ 

୩.ବିଦ୍ୟୁତ ଅଧିକାରୀ ତଥା କର୍ମଚାରୀ ଫୋନ ନ ଉଠାଇବା 

୪.ବିଦ୍ୟୁତ ବିଲ ବ୍ୟବହାର ରୁ ଅଧିକ ଟଙ୍କା ଆଦାୟ କରିବା ବନ୍ଦ କରା ଯାଉ !!

ଏହି ଥିଲା ବିକାଶ ମଞ୍ଚ ତରଫରୁ ମୁଖ୍ୟ ଦାବୀ ଯାହା ଉପରେ ତଦନ୍ତ କରା ଯିବାକୁ ଅନୁରୋଧ କରିଥିଲେ ! ଏଥିରେ ବିକାଶ ମଞ୍ଚ ର ସଭାପତି ଫାଲ୍ଗୁନୀ ହାତୀ,ସମ୍ପାଦକ ଅମରେଶ ମାଝୀ,କୋଷାଧକ୍ଷ ହରିଦାସ ତାଣ୍ଡି,ସୁରେଶ ସାହୁ,ସନ୍ତୋଷ ପୃଷ୍ଟି,ବିଷ୍ଣୁ ବାଗ, ରବି ବାଗ ପ୍ରମୁଖ ଉପସ୍ଥିତ ଥିଲେ !! 

ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

ଜୁନାଗଡ଼ ନୂତନ ବସଷ୍ଟାଣ୍ଡ କାର୍ଯ୍ୟକ୍ଷମ କେବେ ?

Sunil Chandra Nayak

ଶ୍ରାବଣୀ ଯାତ୍ରାରେ ଜଳାଭିଷେକ କରିବା ପାଇଁ ୨୦ ଜଣ କାଉଡିଆ ଙ୍କ ଦେବଗିରି ଶୈବପୀଠ କୁ ପଦଯାତ୍ରା 

Sunil Chandra Nayak

ରାଷ୍ଟୀୟଏକତା ଦିବସରେସଂସାରଫଳ ଗ୍ରାମାଞ୍ଚଳ ଥାନା ଅଧିକାରୀ ଶ୍ରୀକାନ୍ତ କୁମାର ବାରିକ ଙ୍କ ସଂଯୋଜନା ରେ ଗଣ ଦୌଡ ଓ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!