ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୋଲାମୁଣ୍ଡା ରେ ବିଜେପି ର ତ୍ରିରଙ୍ଗା ଶୋଭାଯାତ୍ରା

ଗୋଲାମୁଣ୍ଡା ରେ ବିଜେପି ର ତ୍ରିରଙ୍ଗା ଶୋଭାଯାତ୍ରା

ପହଲଗାମ ଆତଙ୍କୀ ହମଲା ର ଉଚିତ ଜବାବ ଦେଇଛନ୍ତି ଭାରତୀୟ ସୈନିକ। ପାକିସ୍ତାନ ବିରୁଦ୍ଧରେ ଅପରେସନ ସିନ୍ଦୁର ଅଭିଯାନ ରେ ଭାରତୀୟ ସେନା ର ଅସୀମ ତ୍ୟାଗ, ପରାକ୍ରମ ଓ ବୀରତ୍ୱ ଙ୍କୁ ସମ୍ମାନ ଜଣାଇ ଏହି ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଦେଶ ର କୋଣ ଅନୁକୋଣ ରେ ଏହି ଯାତ୍ରାରେ ବିଜୟ ଯାତ୍ରା ପାଳନ କରୁଛି ଦେଶ। ସୀମାରେ ଲଢ଼ୁଥିବା ସୈନିକ ଙ୍କ ମନୋବଳ ବଢାଇବା ଉଦ୍ଦେଶ୍ୟ ରେ ଜୁନାଗଡ଼ ନିର୍ବାଚନ ମଣ୍ଡଳୀ ଭାରତୀୟ ଜନତା ପାର୍ଟି ତରଫରୁ ଗୋଲାମୁଣ୍ଡା ବ୍ଲକ ରେ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇ ଯାଇଛି। ଗୋଲାମୁଣ୍ଡା ବ୍ଲକ ର ଫରଙ୍ଗ ଠାରୁ ଚପରିଆ ପଯ୍ୟନ୍ତ ତ୍ରିରଙ୍ଗା ବାଇକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଏଥିରେ ବିଜେପି ରାଜ୍ୟ କାଯ୍ୟକାରିଣୀ ସଦସ୍ୟ ମନୋଜ କୁମାର ମେହେର ଙ୍କ ନେତୃତ୍ୱ ରେ ଗୋଲାମୁଣ୍ଡା ମଣ୍ଡଳ ସଭାପତି ବୈଶାଖୁ କେତକୀ, ଦଶପୁର ସଭାପତି ପ୍ରମୋଦ ପ୍ରଧାନ. ବରିଷ୍ଠ କାର୍ଯକର୍ତ୍ତା ଲକ୍ଷ୍ମୀକାନ୍ତ ବାଗ, ଲଳିତ ପ୍ରଧାନ, ପ୍ରଦୀପ ପଣ୍ଡା,ଧୂଷାସନ ବାଗ, ବରିଷ୍ଠ ବିଜେପି ନେତା ପ୍ରସନ୍ନ ରାଉତ, ଗଣେଶ ରାଉତ, ଅଭିମନ୍ୟୁ ଦାସ ଏବଂ ଗୋଲାମୁଣ୍ଡା ମଣ୍ଡଳ ସାଧାରଣ ସମ୍ପାଦକ ହେମନ୍ତ ବାଗ ଓ ଜ଼ିଲ୍ଲା ଯୁବମୋର୍ଚ୍ଚା ସଦସ୍ୟ ସମୀର ସାହୁ ସମେତ ବ୍ଲକ ର ବିଭିନ୍ନ ସଂଗଠନ ସମର୍ଥ ଜଣାଇ ସାମିଲ ହୋଇଥିଲେ। 

ଢଗ ନାଏକ ଙ୍କ ରିପୋର୍ଟ୍ 

Related posts

ମୋବାଇଲ ବିସ୍ଫୋରଣରେ ଘରେ ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ୫ ଜଣିଆ ପରିବାର

Sunil Chandra Nayak

ବିଦ୍ୟୁତପ୍ରଭା ଫାଉଣ୍ଡେସନ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ ,୮୧ ୟୁନିଟ ରକ୍ତ ସଂଗ୍ରହ 

Sunil Chandra Nayak

ମୋଟରସାଇକେଲ ଦୁର୍ଘଟଣା, ଯୁବକ ମୃତ

masiha

Leave a Comment

error: Content is protected !!