ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଗୋରୁମହିଷାଣୀ ଥାନା! ଷୁଣ୍ଢଳ ଗ୍ରାମବାସୀଙ୍କ ଦ୍ବାରା ରାସ୍ତା ଅଧରେ ଗୋମାଫିଆଙ୍କ ଗୋରୁ ଵୋଝୋଇ ସ୍କୋର୍ପିଓ

ଗୋରୁମହିଷାଣୀ ଥାନା! ଷୁଣ୍ଢଳ ଗ୍ରାମବାସୀଙ୍କ ଦ୍ବାରା ରାସ୍ତା ଅଧରେ ଗୋମାଫିଆଙ୍କ ଗୋରୁ ଵୋଝୋଇ ସ୍କୋର୍ପିଓ

 ମୟୂରଭଞ୍ଜ -୨୧/୦୫ —  ମୟୂରଭଞ୍ଜ ଜିଲ୍ଲାର ବାମନଘାଟୀ ଉପଖଣ୍ଡରେ ଗୋମାଫିଆଙ୍କ ଦୌରାତ୍ମ୍ଯ ଦିନକୁ ଦିନ ବୃଦ୍ଧି ପାଉଛି । ପଶୁଧନ ମାଫିଆ ମାନେ ଦିନ ଦ୍ୱିପ୍ରହରରେ ଗୋରୁ ,ଛେଳି ,ମେଣ୍ଢା,କୁକୁଡ଼ା ଚୋରୀ କରି ନେଉଛନ୍ତି । ଚାଷୀମାନେ ସର୍ବସ୍ବାନ୍ତ ହୋଇ ଯାଉଛନ୍ତି ।ଗୋରୁ , କୁକୁଡ଼ା,ଛେଳି,ମେଣ୍ଢା ରଖିବାକୁ ଲୋକେ ଡରୁଛନ୍ତି । ସୂଚନାଯୋଗ୍ୟ ଗୋରୁମହିଷାଣୀ ଥାନା ଅନ୍ତର୍ଗତ ଷୁଣ୍ଢଳ ଗ୍ରାମରେ ମଙ୍ଗଳବାର ରାତି ଅଧରେ ଏକ ଷ୍କୋର୍ପିଓ ଗାଡ଼ି ଆସି ଜଣଙ୍କ ଘର ପାଖରେ ଠିଆ ହୋଇଥିଲା ।ସେଥିରୁ ଦୁବୃର୍ତ୍ତ ମାନେ ବାହାରି ଜଣଙ୍କ ଘରୁ ଗୋରୁ ଗୁହାଳ ରୁ ଗୋରୁ ଫିଟାଇ ଚୋରୀ କରି ନେଉଥିବାବେଳେ ଘର ଲୋକେ ଉଠି ଚୋର ଚୋର ଚିତ୍କାର କରିଥିଲେ ।ଭୟରୃ ଦୁବୃର୍ତ୍ତ ମାନେ ଜୋତା,ଚପଲ ଛାଡି ଅନ୍ଧକାର ଭିତରେ ପ୍ରାଣ ବିକଳରେ ଦୌଡ଼ି ପଳାଇଥିଲେ । ଗାଁ ଲୋକେ ବହୁ ଖୋଜାଖୋଜି କଲାପରେ ଚୋରଙ୍କୁ ଠାବ କରି ପାରି ନ ଥିଲେ ।ପରେ ଗୋରୁମହିଷାଣୀ ଥାନାକୁ ଖବର ଦେଇଥିଲେ ।ସ୍କୋର୍ପିଓ ଭିତରେ ଦୁଇଟି ବଳଦ ଥିଲା ।ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବେଆଇନ ଗୋ ବୋଝେଇ ସ୍କୋର୍ପିଓକୁ ଜବତ କରି ତଦନ୍ତ ଜାରି ରଖିଛନ୍ତି । ଗ୍ରାମବାସୀମାନେ ଗୋରୁମହିଷାଣୀ ଅଞ୍ଚଳରେ ବାରମ୍ବାର ପଶୁଧନ ଚୋରୀ ହେଉଛି । ତେଣୁ ପୋଲିସ ଏହା ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରୁଛନ୍ତି । ପୋଲିସ ବେଆଇନ ଗୋ ଚାଲାଣ ନେଇ ଏକ ମାମଲା କେଶ ନମ୍ବର ୪୬/୨୫ ରୁଜୁ କରି ତଦନ୍ତକୁ ଜାରି ରଖିଛନ୍ତି 

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ଵାଳ ମସିହା ନିଉଜ

Related posts

ବିଶୋଇ ବ୍ଳକ!ଭିଜିଲାନ୍ସ ଯନ୍ତାରେ ଦୁଇ କର୍ମଚାରୀ ଲକ୍ଷ୍ମଣ ବିଶ୍ବାଳ ଏବଂ ପ୍ରଦ୍ୟୁମ୍ନ ରଂଜନ ଭୂୟାଁ

masiha

ରକ୍ତ ମୁଖା ପୁତୁରା  କାକା ଓ ଖୁଡି କୁ ହତ୍ୟା କଲା, ଅଭିଯୁକ୍ତ ଅଟକ, ପୋଲିସ ର ତଦନ୍ତ ଜାରି

masiha

ଫେଭର ମାଗି କଲେଜ ଡାଟା ଏଣ୍ଟ୍ରି ଅପରେଟର ଗିରଫ

Sunil Chandra Nayak

Leave a Comment

error: Content is protected !!