ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶ୍ରୀ ଅରବିନ୍ଦଙ୍କ ସାବିତ୍ରୀ ମହାକାବ୍ୟ ମାନବ ଜାତିର ଅତୀତ , ବର୍ତ୍ତମାନ ଓ ଭବିଷ୍ୟତର ବାର୍ତ୍ତା ବହନ କରେ ମାତୃଶକ୍ତି ଓ ଶ୍ରୀ ଅରବିନ୍ଦ ମହିଳା ପାଠଚକ୍ରର ୫୩ତମ ବାର୍ଷିକ ଉତ୍ସବ ପାଳନ

ଶ୍ରୀ ଅରବିନ୍ଦଙ୍କ ସାବିତ୍ରୀ ମହାକାବ୍ୟ ମାନବ ଜାତିର ଅତୀତ , ବର୍ତ୍ତମାନ ଓ ଭବିଷ୍ୟତର ବାର୍ତ୍ତା ବହନ କରେ

ମାତୃଶକ୍ତି ଓ ଶ୍ରୀ ଅରବିନ୍ଦ ମହିଳା ପାଠଚକ୍ରର ୫୩ତମ ବାର୍ଷିକ ଉତ୍ସବ ପାଳନ

ରାଉରକେଲା, ୨୧/୫/୨୫. —  ଶ୍ରୀ ଅରବିନ୍ଦଙ୍କ ରଚିତ ‘ସାବିତ୍ରୀ’ ମହାକାବ୍ୟର ପ୍ରତ୍ୟେକ ପଂକ୍ତିରେ ଯେଉଁ ମନ୍ତ୍ର ଶକ୍ତି ନିହତ ଅଛି ତା’ରି ସ୍ବାଭାବିକ ଆକର୍ଷଣରେ ପାଠକର ଚିତ୍ତରେ ତା’ର ସୌନ୍ଦର୍ଯ୍ୟ, ମାଧୁର୍ଯ୍ୟ ଓ ଅର୍ଥ ପରିଷ୍କାର ଭାବେ ଫୁଟି ଉଠିଥାଏ। ସେଥିପାଇଁ କୌଣସି ବୌଦ୍ଧିକ ପ୍ରସ୍ତୁତି ଦରକାର ନାହିଁ। ସାବିତ୍ରୀ ମହାକାବ୍ୟର ମୂଳ ବିଷୟ ବସ୍ତୁ ବ୍ୟାସକୃତ ମହାଭାରତରୁ ଗୃହୀତ ହୋଇଥିଲେହେଁ – ଶ୍ରୀ ଅରବିନ୍ଦ ଏହାକୁ ପ୍ରତୀକାତ୍ମକ ଭାବରେ ନେଇ ତା’ଭିତରେ ସମଗ୍ର ମାନବ ଜାତିର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତର ପ୍ରଜ୍ଞା ସନ୍ନିବେଶିତ କରିଛନ୍ତି। ଏଥିରେ ବର୍ଣ୍ଣିତ ସ୍ଥୂଳ ଓ ସୂକ୍ଷ୍ମ ଘଟନାରାଜି ମଣିଷ ଜୀବନର ସମସ୍ତ ମୌଳିକ ସମସ୍ୟା ଓ ତା’ର ସମାଧାନର ସୂତ୍ରକୁ ଇଙ୍ଗିତ କରେ। ଅଜ୍ଞାନତା, ଜରା, ବ୍ୟାଧି, ଯନ୍ତ୍ରଣା ଓ ମୃତ୍ୟୁ କବଳିତ ମଣିଷ ଜାତି ପାଇଁ ସାବିତ୍ରୀ ମହାକାବ୍ୟ ଏକ ଆଲୋକ ବର୍ତ୍ତିକା ସଦୃଶ। ଛେଣ୍ଡ୍ କଲୋନୀରେ ଚାଲିଥିବା ‘ମାତୃଶକ୍ତି’ ଓ ଶ୍ରୀ ଅରବିନ୍ଦ ମହିଳା ପାଠଚକ୍ରର ୫୩ତମ ବାର୍ଷିକ ଉତ୍ସବ ସ୍ଥାନୀୟ ସେକ୍ଟର – ୫ ସ୍ଥିତ ଶ୍ରୀଅରବିନ୍ଦ ବିଦ୍ୟାଳୟର ‘ମଦର୍ସ’ ପ୍ରେଖ୍ୟାଳୟରେ ପାଳନ ଅବସରରେ ମୁଖ୍ୟ ବକ୍ତା ଭାବେ ଯୋଗଦେଇ କେନ୍ଦ୍ରାପଡ଼ରୁ ଆସିଥିବା ସାଧିକା ଉର୍ମିଳା ରାଉତ ‘ଶ୍ରୀ ଅରବିନ୍ଦଙ୍କ ସାବିତ୍ରୀ ମହାକାବ୍ୟରେ ଅତି ମାନସ ଚେତନା’ ଶୀର୍ଷକ ଆଲୋଚନାରେ ଅଂଶଗ୍ରହଣ କରି ଉପରୋକ୍ତ ମତ ବ୍ୟକ୍ତ କରିବା ସହ ଏହି ମହାକାବ୍ୟକୁ ସମସ୍ତେ ନିଷ୍ଠାର ସହ ଅଧ୍ୟୟନ କରିବାକୁ ପରାମର୍ଶ ଦେଇଥିଲେ। 

ଉଭୟ ପାଠଚକ୍ରର ପ୍ରତିଷ୍ଠାତା ସୁଶ୍ରୀ ପ୍ରତିମା ମହାପାତ୍ରଙ୍କ ଆବାହକତ୍ବରେ ଏବଂ ବିଶ୍ବନାଥ ଆଇଚଙ୍କ ମଞ୍ଚ ସଂଯୋଜନା ରେ ଅନୁଷ୍ଠିତ ଉକ୍ତ ଉତ୍ସବର ପ୍ରାରମ୍ଭରେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା ପରେ ଶ୍ରୀମତୀ ନଳିନୀ ପ୍ରଭା ପଟ୍ଟନାୟକଙ୍କ ଦୁର୍ଗା ସ୍ତୋତ୍ର ଆବୃତ୍ତି, ବ୍ୟୋମକେଶ ମିଶ୍ରଙ୍କ ସାବିତ୍ରୀ ପଠନ, ଶ୍ରୀମତୀ ମନୋରମା ମିଶ୍ରଙ୍କ ମା’ ପୁସ୍ତକ ପଠନ ଏବଂ ଶ୍ରୀମତୀ ରୀତା ପଟ୍ଟନାୟକଙ୍କ ସୁଲଳିତ କଣ୍ଠରେ ମାତୃ ସଂଗୀତ ଗାନ ପରିବେଶକୁ ଆଧ୍ୟାତ୍ମିକ ସ୍ପନ୍ଦନରେ ଭରିଦେଇଥିଲା। ଆବାହିକା ପ୍ରତିମା ମହାପାତ୍ର ପଠଚକ୍ର ଦ୍ବୟର ଆରମ୍ଭ ଏବଂ ଦୀର୍ଘ ୫୩ ବର୍ଷର ଅଭିଜ୍ଞତା ବର୍ଣ୍ଣନା କରିଥିବାବେଳେ, ଶେଷରେ ଶ୍ରୀ ସତ୍ୟ ନାରାୟଣ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଉତ୍ସବରେ ଶ୍ରୀ ଅରବିନ୍ଦ ଯୋଗ ମନ୍ଦିରର ସଭାପତି ଡଃ ଜ୍ୟୋସ୍ନା ପଟ୍ଟନାୟକ, ଉପସଭାପତି ଡଃ ରାଜ୍ୟ ବର୍ଦ୍ଧନ ପଟ୍ଟନାୟକ, ଭାରତ ଭୂଷଣ ମହାନ୍ତି, ଡଃ କିଶୋରୀ ଦାଶ, ସ୍ଵପ୍ନା ଦାଶ, ବିଭୟ ଦାଶ, ଭାଗ୍ୟବତୀ ସେଠୀ, ଡାକ୍ତର ଗୋକୁଳାନନ୍ଦ ସାହୁ, ଡଃ ସ୍ବର୍ଣ୍ଣଲତା ବଳ, ଅରୂପ ସୁବୁଦ୍ଧି, ଲକ୍ଷ୍ମଣ ନାଥ ଦାସ, ଡଃ ନିବେଦିତା ରାୟ, ସବିତା ସାହୁ, ପ୍ରମୋଦିନୀ ପାତ୍ର, ପୁଷ୍ପା ନାୟକ, ସଙ୍ଗୀତା ପଣ୍ଡା, ହରିହର ଶତପଥୀ ପ୍ରଭୃତିଙ୍କ ସହ ଯୋଗ ମନ୍ଦିରରର କର୍ମକର୍ତ୍ତା, ସଦସ୍ୟ ସଦସ୍ୟା, ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଶତାଧିକ ମାତୃପ୍ରେମୀ ଜନସାଧାରଣ ଯୋଗ ଦେଇଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ 

Related posts

ଆସନ୍ତା ଉଲ-ଫିତର ,ଶ୍ରୀ ରାମ ନବମୀ , ହନୁମାନ ଜୟନ୍ତୀ ଏବଂ ମହା ବିଷୁବ ସଂକ୍ରାନ୍ତି କୁ ନେଇ ରାଜ୍ୟ ପୋଲିସ ମୁଖ୍ୟାଳୟର ପ୍ରେସ୍ ନୋଟ୍

masiha

ନିଜ ବାସଭବନ ରେ ରଙ୍ଗ ଖେଳିଲେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ   

masiha

ଓଡିଶା ସୂଚନା ଅଧିକାର ଅଭିଜlନ ପକ୍ଷରୁ ଜିଲ୍ଲା ସ୍ତରୀୟ ସମ୍ମିଳନୀ ଓ ଦିନିକିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

masiha

Leave a Comment

error: Content is protected !!