ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲାଇଟ ହାଉସ ଅଙ୍ଗନୱାଡି କେନ୍ଦ୍ର ଉଦଘାଟିତ

ଲାଇଟ ହାଉସ ଅଙ୍ଗନୱାଡି କେନ୍ଦ୍ର ଉଦଘାଟିତ

କୋରାପୁଟ :- କୋରାପୁଟ ବ୍ଲକ ଅନ୍ତର୍ଗତ ବଗେଇପଦର ଠାରେ ଲାଇଟ ହାଉସ ଅଙ୍ଗନୱାଡି କେନ୍ଦ୍ର ଉଦଘାଟିତ ହୋଇଯାଇଛି ।କୋରାପୁଟ ସାଂସଦ ସପ୍ତଗିରି ଉଲାକା,କୋରାପୁଟ ବିଧାୟକ ରଘୁରାମ ମାଛ, କୋରାପୁଟ ଜିଲ୍ଲାପାଳ ଭି କୀର୍ତ୍ତି ୱାସନ, କୋରାପୁଟ ବ୍ଲକ ଅଧ୍ୟକ୍ଷା ନମିତା ମାଝୀଙ୍କ ଉପସ୍ଥିତିରେ ବଗେଇପଦର-୨ ଲାଇଟ ହାଉସ ଅଙ୍ଗନୱାଡି କେନ୍ଦ୍ର ଉଦଘାଟିତ ହୋଇଯାଇଛି।ଏହି କେନ୍ଦ୍ରରେ ୱାଇଫାଇ ସେବା ସହ ସ୍ମାର୍ଟଟିଭି ସ୍ଥାପନ ,ଦୋଳି, ସାଣ୍ଡ ପିଟ, ସ୍ଲିଡ଼ିଂ, ଶୌଚାଳୟ, ଆମ୍ଫିଥିଏଟର, ବର୍ଷା ଜଳ ସଂରକ୍ଷଣ, ପାନୀୟ ଜଳ ଯୋଗାଣ, ପୁଷ୍ଟି ବଗିଚା, ଅଙ୍ଗନୱାଡି କର୍ମୀ ଗୃହ,ମେଡିକାଲ ଗୃହ ପ୍ରଭୃତି ନିର୍ମାଣ କରାଯାଇଛି।ଏହି ଉଦଘାଟନୀ ଉତ୍ସବରେ ଦେଓଘାଟି ସରପଞ୍ଚ ହାରାମଣି ଜାନୀ, ସମିତି ସଭ୍ୟା ମଞ୍ଜୁଳା ବାଘ,ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ ଉପ ନିର୍ଦେଶକ ସୂର୍ଯ୍ୟକାନ୍ତ ବେହେରା, କୋରାପୁଟ ବିଡିଓ ଦେବାଶିଷ ଗୌଡ଼,ଜିଲ୍ଲା ସାମାଜିକ ମଙ୍ଗଳ ଅଧିକାରୀ ଜ୍ୟୋତ୍ସ୍ନା ପାଢୀ,ସହକାରୀ ନିର୍ବାହୀ ଯନ୍ତ୍ରୀ ତୁଷାର କୁମାର ସାମଲ ପ୍ରମୁଖ ଉପସ୍ଥିତ ଥିଲେ। 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ରାଜ୍ୟବାସୀ ଙ୍କୁ ରାଜ୍ୟସଭା ସାଂସଦ ଶ୍ରୀ ନିରଞ୍ଜନ ବିଶି ଙ୍କ ବାର୍ତ୍ତା

masiha

ଅବସରପ୍ରାପ୍ତ କର୍ମଚାରୀଙ୍କ ପରଲୋକ 

masiha

ପ୍ରାଣୀ ଚିକିତ୍ସାଳୟରେ ୪ଟି ପଦବୀ ଖାଲି, ବିନା ନାମ ଫଳକରେ ଚାଲିଛି କେନ୍ଦ୍ର

Leave a Comment

error: Content is protected !!