ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅପରେସନ ସିନ୍ଦୂରର ସଫଳତା ଓ ଆତଙ୍କବାଦ ବିରୁଦ୍ଧରେ ଦେଶର ପ୍ରତିବଦ୍ଧତାକୁ ତ୍ରିରଙ୍ଗା ପଦଯାତ୍ର

ଅପରେସନ ସିନ୍ଦୂରର ସଫଳତା ଓ ଆତଙ୍କବାଦ ବିରୁଦ୍ଧରେ ଦେଶର ପ୍ରତିବଦ୍ଧତାକୁ ତ୍ରିରଙ୍ଗା ପଦଯାତ୍ର

ରାଉରକେଲା : ଅପରେସନ ସିନ୍ଦୂରର ସଫଳତାରେ ଭାରତର ବୀର ସୈନିକ ମାନଙ୍କ ସୋର୍ଯ୍ୟକୁ ସମ୍ମାନ ଦେବା ଓ ଆତଙ୍କବାଦ ବିରୁଦ୍ଧରେ ଦେଶର ପ୍ରତିବଦ୍ଧତାକୁ ପ୍ରଦର୍ଶନ କରିବା ଉଦ୍ଦେଶ୍ୟରେ ରଘୁନାଥପଲ୍ଲୀ ମଧୁବାବୁ ମଣ୍ଡଳର ସଭାନେତ୍ରୀ ମମତା ରାଉତଙ୍କ ନେତୃତ୍ୱରେ ଏବଂ ଜିଲ୍ଲା ପ୍ରତିନିଧୀ ପ୍ରଫୁଲ୍ଲ ମିଶ୍ରଙ୍କ ତତ୍ତ୍ଵାବଧାନରେ ବିଜେପି ତରଫରୁ ତ୍ରିରଙ୍ଗା ପଦଯାତ୍ରା ସେକ୍ଟର -୬, ଏଚ ବ୍ଲକ ସାଇ ମନ୍ଦିର ଠାରୁ ଆରମ୍ଭ ହୋଇ ଜି ବ୍ଲକ ଠାରେ ପହଞ୍ଚି ଥିଲା । ବରିଷ୍ଠ ନେତା ତଥା ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ ଏଠାରେ ଉପସ୍ଥିତ କର୍ମୀ ଓ ଜନତାଙ୍କୁ ଉଦବୋଧନ ଦେଇ ଆତଙ୍କବାଦ ବିରୁଦ୍ଧରେ ଆମର ବୀର ପରାକ୍ରମୀ ସେନା କରିଥିବା ଅପରେସନ ସିନ୍ଦୂର ର ସଫଳତାକୁ ସାଲୁଟ କରିଥିଲେ । କାଶ୍ମୀର ର ପହଲଗାମରେ ଆତଙ୍କବାଦୀମାନେ ଧର୍ମ କଣ ପଚାରି ଗୁଳିକରି ପୁରୁଷଙ୍କୁ ହତ୍ୟା କରିଥିବାରୁ କଡ଼ା ଭାଷାରେ ନିନ୍ଦା କରିଥିଲେ ଏବଂ ଭାରତୀୟ ବୀର ପରାକ୍ରମୀ ସେନା ଉପଯୁକ୍ତ ପଦକ୍ଷେପ ନେଇଥିବା ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ସନ୍ତୋଷ ବିରାଟ, ଅଜୟ କସାରୀ, ଅଜୟ ପାତ୍ର, ରବୀନ୍ଦ୍ର ବାରିକ, ନମ୍ରତା ବାଗ, ଶ୍ରୀକାନ୍ତ ପାଢୀ, ପ୍ରବାସ ରଞ୍ଜନ ସାମଲ, ଦୂର୍ଗା ପ୍ରସନ୍ନ ପଟ୍ଟନାୟକ, ସଞ୍ଜୟ ରାୟ, ହିମାଂଶୁ ନାୟକ, କାର୍ତ୍ତିକ ସାହୁ, କୁବେର ବାଗ, ହେମନ୍ତ ଜେନା, ସୁସାର ଜେନା, ଅକ୍ଷୟ କୁମାର ଜେନା, ବ୍ୟାସଦେବ ନାଥ, ପୁଷ୍ପା ସାହୁ, ପ୍ରତାପ ଦେବ, ଫୁଲମଣି ତିର୍କି, ନମିତା ସେନାପତି, ଗୀତାଞ୍ଜଳି ସାହୁ, ଘନ ଶ୍ୟାମ ସୁନା ଙ୍କ ସମେତ ବହୁ ଉପସ୍ଥିତ ଥିଲେ ବୋଲି ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ ଏକ ପ୍ରେସ ବିବୃତିରେ ଜଣାଇଛନ୍ତି । 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ରାଇଘର ପଞ୍ଚାୟତସ୍ତରୀୟ ଅଭିଯୋଗ ଶୁଣାଣୀ ଶିବିର

Sunil Chandra Nayak

ଯାଦବ ବୁଦ୍ଧିଜୀବୀ ମଞ୍ଚ ଓଡିଶାର ନୂଆଖାଇ ଭେଟଘାଟ ତଥା ୨ୟ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ 

masiha

ଖେଜୁରୀ ବଡ଼ସାହି ରୁ କାହୁବେଡା ରାସ୍ତା କାଦୁଅ ପଚ ପଚ

masiha

Leave a Comment

error: Content is protected !!