ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଲୁକା କଳାରେ “ଷ୍ଟପ ଟେରୋରିଜିମ” (Stop Terrorism)

ବାଲୁକା କଳାରେ “ଷ୍ଟପ ଟେରୋରିଜିମ” (Stop Terrorism)

କର୍ଲାମୁଣ୍ଡା: ବାଲୁକା କଳାରେ ଆତଙ୍କବାଦ ବନ୍ଦ କରିବା ପାଇଁ ସନ୍ଦେଶ l ଆତଙ୍କବାଦ ଆଜି ସାରା ବିଶ୍ୱବାସୀଙ୍କ ପାଇଁ ଏକ ଚିନ୍ତାର କାରଣ ସାଜିଛି l ହୀନ ରାଜନୈତିକ ସ୍ୱାର୍ଥ ହାସଲ ପାଇଁ ଜାତି ଧର୍ମ ନାମରେ ଉଗ୍ର ମାନସିକତା ସୃଷ୍ଟି କରି କିଛି ଗୋଷ୍ଠୀ ଏହି ଆତଙ୍କବାଦ ବା ସନ୍ତ୍ରାସବାଦ ସୃଷ୍ଟି କରି ସମାଜରେ ହିଂସାର ପ୍ରସାର କରୁଛନ୍ତି l ଏପରିକି ଚିନ ମୁକ୍ତି ଆନ୍ଦୋଳନର ମହାନ ନାୟକ ମାଓ-ସେ-ତୁଙ୍ଗଙ୍କ ଆଦର୍ଶକୁ ଅପ ବ୍ୟବହାର କରି ଜଙ୍ଗଲରେ ରହି ମାଓବାଦ ନାମରେ ଆତଙ୍କ ସୃଷ୍ଟି କରି ମାଓବାଦକୁ କାଳିମା ଲିପ୍ତ କରୁଛନ୍ତି l ସମାଜର ଶୋଷକ ଗୋଷ୍ଠୀ ସୁରକ୍ଷିତ ଥିବା ବେଳେ ପହେଲଗାମ ହିଂସା ଭଳି ଘଟଣା ରେ ଦେଶର ନିରୀହ ଜନତା ଏହି ଆତଙ୍କବାଦର ଶିକାର ହେଉଛନ୍ତି l ତେଣୁ ଏହି ଆତଙ୍କବାଦକୁ ଏକ ପାଶବିକ ପ୍ରକୃତି ଭାବରେ ବାଲୁକା କଳା ମାଧ୍ୟମ ଚିତ୍ରଣ କରି ଜାତି-ଧର୍ମବାଦ ବିରୁଦ୍ଧରେ ନୁହେଁ ଆତଙ୍କବାଦ ବିରୁଦ୍ଧରେ ସମସ୍ତେ ଲଢେଇ କରିବା ପାଇଁ ସନ୍ଦେଶ ଦେଇଛନ୍ତି କର୍ଲାମୁଣ୍ଡା ବ୍ଲକ ଗଜବାହାଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡ଼ଙ୍ଗରମୁଣ୍ଡା ଗ୍ରାମର ଆନ୍ତର୍ଜାତୀକ ବାଲୁକା ଶିଳ୍ପୀ ଓମ ପ୍ରକାଶ ସାହୁ l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂତନ ଅଧ୍ୟକ୍ଷ ଙ୍କ ଦାୟିତ୍ଵ ଗ୍ରହଣ 

masiha

ବଜାରରେ ବଡ଼ା ଛତୁର ଚାହିଦା ଥିବା ବେଳେ,କିଲୋ ହଜାରେ,ପରିବା ମୂଲ୍ୟ ଅମୁଲ ମୂଲ, ଖାଉଟି ଚିନ୍ତାରେ

Sunil Chandra Nayak

ବ୍ଲକ ସ୍ତରୀୟ ଲୋକ ମହୋତ୍ସବ ମଣ୍ଡେଇ ପାଳନ ନେଇ ପ୍ରସ୍ତୁତି ବୈଠକ 

masiha

Leave a Comment

error: Content is protected !!