ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଦର୍ଶ ପାଠାଗାରର ମାସିକ ସାହିତ୍ୟ ଆସର 

ଆଦର୍ଶ ପାଠାଗାରର ମାସିକ ସାହିତ୍ୟ ଆସର 

ରାଉରକେଲା: ସହରର ସର୍ବପୂରାତନ ସାହିତ୍ୟ ଅନୁଷ୍ଠାନ ଆଦର୍ଶ ପାଠାଗାରର ମାସିକ ସାହିତ୍ୟ ଆସର ଆଦର୍ଶ ସାହିତ୍ୟ ଘର ଠାରେ ଅନୁଷ୍ଠିତ ହୋଇଯାଇଛି। ପାଠାଗାରର ସଭାପତି ଚନ୍ଦ୍ରଶେଖର ଶତପଥୀ ଓ ସାଧାରଣ ସମ୍ପାଦକ ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ ଙ୍କ ଆବାହକତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କାର୍ଯ୍ୟକାରୀ ସଭାପତି ରାଧାକାନ୍ତ ମିଶ୍ର ସଭାପତିତ୍ବ କରି ଅନୁଷ୍ଠାନର ସାହିତ୍ୟ ପ୍ରତି ପ୍ରତିବଦ୍ଧତା କୁ ଦୋହରାଇବା ସହ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ। ଉପସଭାପତି ଡ଼ଃ ସନାତନ ପ୍ରଧାନ ସ୍ବାଗତ ଭାଷଣ ଓ କାର୍ଯ୍ୟକ୍ରମ ତଥା ଆଲୋଚ୍ୟ ବିଷୟ ସମ୍ପର୍କରେ ସମ୍ୟକ ସୂଚନା ଦେଇଥିଲେ। ବିଷୟ ବିଶେଷଜ୍ଞ ଭାବେ ସାହିତ୍ୟିକା ବିଜୟିନୀ ଜେନା ଆଲୋଚ୍ୟ ବିଷୟ ସନ୍ଥକବି ଭୀମଭୋଇଙ୍କ ଦୃଷ୍ଟି ଓ ଦର୍ଶନ ଓ ଅନ୍ୟତମ ଆଲୋଚକ ନରେନ ଦାସ ଆଲୋଚ୍ୟ ବିଷୟ ଓଡ଼ିଶୀ ପରମ୍ପରାରେ ମର୍ଦ୍ଦଳ ର ଭୂମିକା ଏବଂ ଗୁରୁ ଡ଼ଃ ବନମାଳୀ ମହାରଣାଙ୍କ ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ। ଶ୍ରୀମତୀ ଜେନା ତାଙ୍କ ବକ୍ତବ୍ୟରେ କହିଲେ ଯେ ଭୀମଭୋଇଙ୍କ କବିତା ଥିଲା ମହିମା ଇଶ୍ଵର ସଂକ୍ରାନ୍ତୀୟ ଜୀବନ ସଂଗୀତ। ମୁକ୍ତିଲାଭ,ଇଶ୍ବର ପ୍ରାପ୍ତି ଓ ଆସ୍ତିକତାର ରଚନା। ସମାଜରୁ କଳୁଷିତ ବାତାବରଣ ଶିଘ୍ର ଅପସରି ଯାଇ ଧରାରେ ସ୍ବର୍ଗ ରାଜ୍ୟ ପ୍ରତିଷ୍ଠିତ ହେବ, ଏହି ଭାବଧାରା ହିଁ ତାଙ୍କ କବିତାରେ ପରିସ୍ପୁଟନ ହୋଇଛି। ଅନ୍ୟତମ ଆଲୋଚକ ଶ୍ରୀ ଦାସ ତାଙ୍କ ବକ୍ତବ୍ୟରେ ଡ଼ଃ ବଂଶୀଧର ମହାରଣା ମର୍ଦ୍ଦଳ ବାଦନ କରି ଓଡିଶୀ ପରମ୍ପରାକୁ କିପରି ଉର୍ଦ୍ଧ୍ବଗାମୀ କରିଛନ୍ତି ସେ ସମ୍ପର୍କରେ ଆଲୋଚନା କରିଥିଲେ। ଗାଳ୍ପିକା ଧରିତ୍ରୀ ପାଇକରାୟ ଝଡ ସମ୍ପର୍କୀତ ଏକ ଗଳ୍ପ ପାଠ କରିଥିଲେ। ଦ୍ବିତୀୟ ପର୍ଯ୍ୟାୟରେ କବିତା ପାଠୋତ୍ସବ କାର୍ଯ୍ୟକ୍ରମରେ କବି ବ୍ରଜେନ୍ଦ୍ର ଦାଶ ସଭାପତିତ୍ବ କରିଥିବା ବେଳେ କରୁଣାକର ପାଟ୍ଟଶାଣୀ ପ୍ରାକ୍ ସୂଚନା ପ୍ରଦାନ କରିଥିଲେ। ସୋନାଲି ମହାନନ୍ଦ,ଦୀପକ କୁମାର ସାହୁ ଓ ଆରସୀ ସେନାପତିଙ୍କ ସଂଯୋଜନାରେ କବି ସର୍ବଶ୍ରୀ କୁଞ୍ଜବିହାରୀ ରାଉତ, ତାରିଣୀ ଚରଣ ସାହୁ, ପ୍ରତାପ କୁମାର ପଣ୍ଡା, ଲଳିତା ବେହେରା, ଅଶୋକ କୁମାର ପଟ୍ଟନାୟକ, ରଶ୍ମି ସାହୁ, ସବିତା ବସ୍ତିଆ, ସୁମିତ୍ରା ମିଶ୍ର,ଶ୍ରେୟସୀ ସାହୁ, ଅଳକାରଶ୍ମି ମହାନ୍ତି, ଅନୁରାଧା ଦାସ, ସୁଶାନ୍ତ କୁମାର ନାୟକ, ବଳରାମ ରାଉଳ, ବ୍ରଜେନ୍ଦ୍ର ଦାଶ,ଦୀପକ କୁମାର ସାହୁ,ଇସ୍ତାକ ଆଲମ, ତ୍ରିଲୋଚନ ସ୍ବାଇଁ ପ୍ରମୁଖ ସ୍ବରଚିତ କବିତା ପାଠ କରିଥିଲେ। ଏହି ଅବସରରେ ସଦସ୍ୟ ଅଶୋକ କୁମାର ବଳଙ୍କ ବିୟୋଗରେ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ଶେଷରେ ସମ୍ପାଦକ ବିଜୟ କୁମାର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ଅଭୟ କୁମାର ଦାସ, ଜୟଶ୍ରୀ ଦାସ, ଡ଼ଃ ଶକ୍ତିପ୍ରସାଦ ସାମନ୍ତରାୟ,ଆଟମ ରଥ, ସୁଶାନ୍ତ ପଣ୍ଡା,ପ୍ରୀତମ ମହାନ୍ତି, ମନୋଜ କୁମାର ପଣ୍ଡା,ବ୍ରଜ ବିହାରୀ ଦାଶ, ପ୍ରଳୟ ଶତପଥୀ,ବିଶ୍ବରଞ୍ଜନ ବାରିକ, ଧ୍ରୁବ ଚରଣ ଲେଙ୍କା,ଡା ବସନ୍ତ କୁମାର ଦାସ, ଗଙ୍ଗାଧର ପୁହାଣ,ଟୁକୁଲା ପାଢ଼ୀ, ଅକ୍ଷୟ ସାମଲ, ପ୍ରଦୀପ କୁମାର ପଣ୍ଡା, ଆଶୁତୋଷ ଜ୍ୟୋତିଷୀ, ସୁଶାନ୍ତ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଜୁନାଗଡ଼ ରୁ ଗଡ଼ିଲା ଲଷ୍ମୀ ବସ

masiha

ମୋଟେରରେ ଖରିଫ ଧାନ କ୍ରୟ ନିମନ୍ତେ ମଣ୍ଡିର ଶୁଭାରମ୍ଭ

masiha

ଔପଦା ଡିଗ୍ରୀ ମହାବିଦ୍ୟାଳୟରେ ଜାତୀୟ ସେବା ସଂସ୍ଥା(ଏନଏସ୍ଏସ) ର ଶୀତ କାଳୀନ ଶିବିରର ଶୁଭ ଉଦ୍ଘାଟନ 

masiha

Leave a Comment

error: Content is protected !!