ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରଶାସନ ଦ୍ବାରା ‘ ଗାଁ ଆମ୍ବ ପସରା ‘ ର ଶୁଭାରମ୍ଭ

ପ୍ରଶାସନ ଦ୍ବାରା ‘ ଗାଁ ଆମ୍ବ ପସରା ‘ ର ଶୁଭାରମ୍ଭ

ସୁନ୍ଦରଗଡ଼, ୨୩/୦୫/୨୫:  — ଆମ୍ବ ବିକ୍ରୟକୁ ପ୍ରୋତ୍ସାହନ ଯୋଗାଇବା ତଥା ମହିଳା ଚାଷୀ ମାନଙ୍କୁ ସହଯୋଗ କରିବା ଉଦ୍ଦେଶ୍ୟରେ ଆଜି “ଗାଁ ଆମ୍ବ ପସରା” ବା “ମେଙ୍ଗୋ ଅନ୍ ହ୍ୱିଲ୍ସ” କାର୍ଯ୍ୟକ୍ରମର ଆରମ୍ଭ କରାଯାଇଛି। ଜିଲ୍ଲାପାଳ ଶ୍ରୀ ମନୋଜ ସତ୍ୟୱାନ ମହାଜନ ଆଜି ବିକାଶ ଭବନ ପରିସରରୁ ପତାକା ଦେଖାଇ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।

କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ମହାଜନ ଲେଫ୍ରିପଡ଼ା ଏବଂ ନୂଆଗାଁ ବ୍ଲକ ର କୃଷକ ଉତ୍ପାଦକ ସଂଘର ସଦସ୍ୟଙ୍କୁ ସେମାନଙ୍କର ଅମଳ କ୍ଷମତା ବୃଦ୍ଧି କରିବା ପାଇଁ ଆଧୁନିକ ଆମ୍ବ ତୋଳା ମେସିନ୍ ପ୍ରଦାନ କରିଥିଲେ। ଅନ୍ୟପକ୍ଷରେ ଲେଫ୍ରିପଡ଼ା ଏବଂ ନୂଆଗାଁ କୃଷକ ଉତ୍ପାଦକ ସଂଘ ମହିଳା ଚାଷୀଙ୍କ ଦ୍ୱାରା ଉତ୍ପାଦିତ ଆମ୍ବ ଏବେ ସୁନ୍ଦରଗଡ଼ ଏବଂ ରାଉରକେଲାରେ ବିଭିନ୍ନ ପ୍ରଦର୍ଶନୀ ମାଧ୍ୟମରେ ବିକ୍ରି ହେଉଛି। ପ୍ରଶାସନର ଏହି ପଦକ୍ଷେପ ମହିଳା ଚାଷୀମାନଙ୍କୁ ଆର୍ଥିକ ଭାବରେ ସଶକ୍ତ କରିବା ସହ ସ୍ଥାନୀୟ ଉତ୍ପାଦକୁ ବଜାରକୁ ଆଣିବା କ୍ଷେତ୍ରରେ ବିଶେଷ ସହାୟକ ହେବ ।

କାର୍ଯ୍ୟକ୍ରମରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ଖଣିଜ ପ୍ରତିଷ୍ଠାନ ର ମୁଖ୍ୟ ନିର୍ବାହୀ ଅଧିକାରୀ ଶ୍ରୀମତୀ ସୁଷମା ବିଲୁଙ୍ଗ, ବଣାଇ ଉପଜିଲ୍ଲାପାଳ ଶ୍ରୀ ଅକ୍ଷୟ ପିଲ୍ଲେ , ଓରମାସର ଉପ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ କେଶବ ଝା, ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ ଏବଂ ଆମ୍ବ ,ସପୁରୀ ଏବଂ ଲିଚୁ କ୍ରୟ କରିଥିଲେ। 

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ନିଶା ଅପବ୍ୟବହାର ଓ ଅବୈଧ କାରବାର ନିରୋଧ ଦିବସ -୨୦୨୪ ପାଳିତ

masiha

ମୋ ଘର ଯୋଜନା, ପଞ୍ଚାୟତ ଜନ ପ୍ରତିନିଧି ସଚେତନତା ଶିବିରରେ ଯୋଗଦେଲେ ଧର୍ମଗଡ ବିଧାୟକ

ବିଷ୍ଣୁ ଭାଇଙ୍କ ବିୟୋଗରେ ଆଦର୍ଶ ପାଠାଗାରର ଶୋକ

Leave a Comment

error: Content is protected !!