ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

୧୯ ଦିନରେ ମା’ ପାଟ୍ଟଖଣ୍ଡା ଠାକୁରାଣୀ ଯାତ୍ରା: ପ୍ରବଳ ଗହଳି ସାଙ୍ଗକୁ ବ୍ୟାପକ ପଟୁଆର ରେ ସହର ଦୁଲୁକୁଛି

୧୯ ଦିନରେ ମା’ ପାଟ୍ଟଖଣ୍ଡା ଠାକୁରାଣୀ ଯାତ୍ରା: ପ୍ରବଳ ଗହଳି ସାଙ୍ଗକୁ ବ୍ୟାପକ ପଟୁଆର ରେ ସହର ଦୁଲୁକୁଛି

କନ୍ଧମାଳ, ତା, ୨୪/୦୫: (ମନିସ): କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା ‘ପାଟଖଣ୍ଡା ଠାକୁରାଣୀଙ୍କ ଦ୍ବିବାର୍ଷିକ ଯାତ୍ରା ଶନିବାର ୧୯ ଦିନରେ ପହଞ୍ଚି ଥିବା ବେଳେ ନଗର ପରିଭ୍ରମଣ ୧୪ ଦିନରେ ପହଞ୍ଚିଛି l ପ୍ରତିଦିନ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଦିନ ତମାମ ପୂଜକ ମାନଙ୍କ ଦ୍ୱାରା ଯଥା ରୀତିନୀତି ଅନୁଯାୟୀ ପୂଜାର୍ଚନା ଚାଲିଥିବା ବେଳେ ଗାନ୍ଧୀ ଛକ ସ୍ଥିତ ମା ‘ବରାଳ ଦେବୀ ମନ୍ଦିର ଅସ୍ଥାୟୀ ମଣ୍ଡପ ବର୍ତ୍ତମାନ ଚଳ ଚଞ୍ଚଳ ହୋଇ ଦିନକୁ ଦିନ ଭକ୍ତ ଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି l ଅସ୍ଥାୟୀ ପୀଠ ରେ ମା ‘ପାଟଖଣ୍ଡା ଙ୍କ ସମେତ ମା’ କନକ ଦୁର୍ଗା, ମା’ ଡେଙ୍ଗସିଲ, ମା’ ବରାଳଦେବୀ, ମା’ ମହାମାୟୀ ଓ ମା’ ଦକ୍ଷିଣ କାଳୀ ବିରାଜ ମାନ ଅଛନ୍ତି l ବିଶେଷ କରି ପ୍ରତିଦିନ ସକାଳ ଓ ସନ୍ଧ୍ୟା କାଳୀନ ଆଳତୀ ସମୟରେ ଶହ ଶହ ଭକ୍ତଙ୍କ ସମାଗମ ହେଉଛି l ପଞ୍ଚ ଦେବୀ ସହ ମା’ଦକ୍ଷିଣ କାଳୀ ଙ୍କୁ ଦର୍ଶନ କରିବାକୁ ଅଞ୍ଚଳର ପ୍ରତ୍ୟେକ ପରିବାର ର ଦୂର ଦୁରାନ୍ତରେ ଥିବା ବନ୍ଧୁ ବାନ୍ଧବ ଙ୍କ ସୁଅ ଛୁଟିବାରେ ଲାଗିଲାଣି, ବର୍ତ୍ତମାନ ଖରାଛୁଟି ଥିବାରୁ ସ୍କୁଲ କଲେଜ ବନ୍ଦ ଅଛି, ଏଣୁ ସପରିବାରେ ଆସି ମା ‘ଙ୍କ ଯାତ୍ରା ସହ ମୀନାବଜାର, ଖାଦ୍ୟ ପସରା ଭଳି ବିଭିନ୍ନ ଆକର୍ଷଣୀୟ କାର୍ଯ୍ୟକ୍ରମ ମନ ମୋହିବା ସୁନିଶ୍ଚିତ ଥିବା ବେଳେ ମା’ଙ୍କ କୃପା ଭିକ୍ଷା ପାଇଁ ଶ୍ରଦ୍ଧାଳୁ ଉତ୍କଣ୍ଠାର ସହ ଅସ୍ଥାୟୀ ମଣ୍ଡପ କୁ ଆସି ଦର୍ଶନ କରୁଥିବା ଦେଖିବାକୁ ମିଳୁଛି । ଶନିବାର ୧୯ ଦିନରେ ଜାମପଦା ସାହି ପୂଜା କମିଟି ଅଞ୍ଚଳ କୁ ପରିଭ୍ରମଣ କରି ଆସିଥିଲେ l ଏହି ଅବସରରେ ସନ୍ଧ୍ୟା ଆଳତୀ ପରେ ପରେ ଏକ ବିରାଟ ପଟୁଆରରେ ବିଭିନ୍ନ ବାଜା ବାଜଣା, ନୃତ୍ୟ ଗୀତରେ ଅସ୍ଥାୟୀ ପୀଠ ଠାରୁ ବାହାରି ଗାନ୍ଧୀ ଛକ, ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ, ରେଭିନ୍ୟୁ ବଙ୍ଗଳା, ଜଗନ୍ନାଥ ମନ୍ଦିର, ତ୍ରିବେଦୀ ପାର୍କ ଛକ, କଲ୍ୟାଣ ମଣ୍ଡପ ଛକ, ଇଲେକ୍ଟ୍ରି ସାହି, ଫରେଷ୍ଟ୍ର କଲୋନୀ, ମହାମାୟୀ ମନ୍ଦିର, ଭଗାମୁଣ୍ଡା ଛକ ଦେଇ ଜାମପଦା ସାହିରେ ପ୍ରବେଶ କରି ସାହି ସ୍ଥିତ ଅସ୍ଥାୟୀ ପୂଜା ମଣ୍ଡପକୁ ମା’ ମାନଙ୍କୁ ପାଛୋଟି ନେଇଥିଲେ l ସାହିର ପୂଜା ମଣ୍ଡପ ରେ ପହଞ୍ଚିବା ପରେ ଯଥା ରୀତିନୀତି ଅନୁଯାୟୀ ପୂଜାର୍ଚନା ପରେ ସାହି ର ସମସ୍ତ ଭକ୍ତ ବିଶେଷ କରି ମହିଳା ଭକ୍ତ ମାନେ ଉପସ୍ଥିତ ରହି ମା’ ଙ୍କ ଶୁଭାଶ୍ରିବାଦ ଭିକ୍ଷା କରିଥିଲେ l ଶେଷରେ ଅନ୍ନ ପ୍ରସାଦ ବଣ୍ଟନ ର ବ୍ୟବସ୍ଥା କରାଯାଇଥିଲା l ରବିବାର ଦିନ ବସଷ୍ଟାଣ୍ଡ ଅଞ୍ଚଳ କୁ ପରିଭ୍ରମଣ କରିବାର କାର୍ଯ୍ୟକ୍ରମ ଥିବା ବେଳେ ସୋମବାର ଦିନ ସାବିତ୍ରୀ ବ୍ରତ ପାଇଁ ବିଶ୍ରାମ ଦିବସ ରହିଛି l ଆଗାମୀ ଦିନରେ ହେବାକୁ ଥିବା ପ୍ରତ୍ୟେକ ସାହିରେ ଆକର୍ଷଣୀୟ ମେଢ ପାଇଁ ଯୋଜନା ପ୍ରସ୍ତୁତ ହୋଇଛି । ଆକର୍ଷଣୀୟ ପୂଜା ମଣ୍ଡପ ସାଙ୍ଗକୁ ଅସ୍ଥାୟୀ ମଣ୍ଡପ ତୋରଣର ନିର୍ମାଣ କାର୍ଯ୍ୟ ଭକ୍ତଙ୍କୁ ବେଶ ଖୋରାକ ଯୋଗାଉଛି l

କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ 

Related posts

କେଲିଆ ଶୈବପୀଠ ରେ ବୋଲବମ ଭକ୍ତ ଙ୍କ ଭିଡ 

Sunil Chandra Nayak

କଲେଗାଁ ମା ଠାକୁରାଣୀ ମନ୍ଦିର ପ୍ରତିଷ୍ଠା ଉତ୍ସବ ଆରମ୍ଭ

masiha

ମା ମଙ୍ଗଳାଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଦିବସ ମହାଆଡମ୍ବରେ ପାଳିତ 

Leave a Comment

error: Content is protected !!