ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧ – ଓଡ଼ିଆ ଅସ୍ମିତା ଅଭିଯାନ ମାଧ୍ୟମରେ  ଆଦର୍ଶ ଶିକ୍ଷକ ସମ୍ବର୍ଦ୍ଧିତ , ୨- ଭ୍ରମ୍ୟମାନ ରକ୍ତ ସଂଗ୍ରହ ବସ ପାଇଁ ସାଂସଦଙ୍କୁ ଅନୁରୋଧ

ଓଡ଼ିଆ ଅସ୍ମିତା ଅଭିଯାନ ମାଧ୍ୟମରେ  ଆଦର୍ଶ ଶିକ୍ଷକ ସମ୍ବର୍ଦ୍ଧିତ 

କାମାକ୍ଷାନଗର (ମନିସ)25/5/25 —  ୧୯୮୫ ମସିହାର କାମାକ୍ଷାନଗର ରେ ଗଢ଼ିଉଠିଥିବା ପ୍ରଥମ ବେସରକାରୀ ଵିଦ୍ୟାଳୟ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର । ଏହି ବିଦ୍ୟାଳୟରେ ଶିକ୍ଷକ ଭାଵେ କାର୍ଯ୍ୟ କରି ଓଡ଼ିଆ ଅସ୍ମିତାର ଚିହ୍ନ ଭାବରେ ସ୍ଥାନୀୟ ଅଞ୍ଚଳରେ ଅନେକ ପ୍ରେରଣା ସାଉଁଟିଛନ୍ତି ।  କାମାକ୍ଷାନଗର ଵ୍ଲକ ଗୁଣ୍ଡିଚାନାଳୀ ଗାଁ ର ଆଦର୍ଶ ଶିକ୍ଷକ ଯିଏ ଓଡ଼ିଆ ଅସ୍ମିତା ର ଚିହ୍ନ ହୋଇ ଅନେକଙ୍କ ପାଇଁ ପ୍ରେରଣା ସାଜିଛନ୍ତି ଏହି ମହାନୁଭଵ ବିଦ୍ୟାଧର ଙ୍କୁ ତାଙ୍କର ବାସଭବନ ଠାରେ ସାମଜସେଵୀ ତାରିଫ୍ ହୁସେନ ଙ୍କ ନେତୃତ୍ୱରେ ଓଡ଼ିଆ ଅସ୍ମିତା ର ଶୁଭାରମ୍ଭ ଅଵସରରେ ଇଂ ହିମାଦ୍ରି ଦାସ , ଚିତ୍ରଶିଳ୍ପୀ ପ୍ରଦୀପ ଷେଣ୍ଢ ପ୍ରମୁଖ ଉପସ୍ଥିତ ରହି ସମ୍ଵର୍ଦ୍ଧିତ କରିଥିଲେ ।

ଭ୍ରମ୍ୟମାନ ରକ୍ତ ସଂଗ୍ରହ ବସ ପାଇଁ ସାଂସଦଙ୍କୁ ଅନୁରୋଧ

କାମାକ୍ଷାନଗର (ମନିସ)26/5/25 – ଢେଙ୍କାନାଳ ଜିଲାରେ ରକ୍ତର ଅଭାବ ରହିଥିବା ବେଳେ ଗ୍ରୀଷ୍ମ ଋତୁରେ ରକ୍ତ ସଂଗ୍ରହ କରିବା କଷ୍ଟକର ହୋଇ ପଡିଥାଏ l ବିଭିର୍ନ୍ନ ସଂଗଠନ ପକ୍ଷରୁ ରକ୍ତ ସଂଗ୍ରହ ସକାଶେ ଶିବିରର ଆୟୋଜନ କରାଯାଉଥିବା ବେଳେ ଗ୍ରୀଷ୍ମ ଋତୁରେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ l ଏହି ରକ୍ତ ସଂଗ୍ରହ କିପରି ସୁବିଧାରେ ହୋଇ ପାରିବ ସେଥିପ୍ରତି ଗୁରୁତ୍ୱ ଦିଆଯାଇ ସରକାରୀ ସ୍ତରରେ ଏକ ଭ୍ରାମ୍ୟମାଣ ବସ ଯୋଗାଇ ଦେଲେ ଜିଲ୍ଲାର ପ୍ରତ୍ୟେକ ଗ୍ରାମ, ପଞ୍ଚାୟତ ସ୍ତରରେ ରକ୍ତ ସଂଗ୍ରହରେ ସୁବିଧା ହୋଇପାରିବ l ଏହାକୁ ଗୁରୁତ୍ୱ ଦିଆଯାଇ କାମାକ୍ଷାନଗର ପାଠକ ବିଚାର ମଞ୍ଚ, ଉପଖଣ୍ଡ ସାମ୍ବାଦିକ ସଂଘ ପକ୍ଷରୁ ଢେଙ୍କାନାଳ ସାଂସଦ ରୁଦ୍ରନାରାୟଣ ପାଣିଙ୍କ ନିକଟରେ ଅନୁରୋଧ କରାଯାଇଛି l ସାଂସଦ ଶ୍ରୀ ପାଣି ତାଙ୍କ ଅନୁଦାନ ପାଣ୍ଠି ରେ ଏକ ଭ୍ରାମ୍ୟମାଣ ବସ ଜିଲ୍ଲା ରକ୍ତ ଭଣ୍ଡାରକୁ ଯୋଗାଇ ଦେଲେ ଜିଲ୍ଲାର ପ୍ରତ୍ୟେକ ପଞ୍ଚାୟତ ସ୍ତରରେ ରକ୍ତ ସଂଗ୍ରହ ସହଜ ହୋଇପାରିବା ସହିତ ଜିଲ୍ଲା ରକ୍ତ ଭଣ୍ଡାରରେ ରକ୍ତ ମହଜୁଦ ରହି ପାରିବ l ପାଠକ ବିଚାର ମଞ୍ଚ ପକ୍ଷରୁ ଆବାହକ ଶୁଭମୟ ନନ୍ଦ,ସଭାପତି ଜ୍ଞାନ ରଞ୍ଜନ ମିଶ୍ର, ବରିଷ୍ଟ ଉପଦେଷ୍ଟା ମେଜର ପ୍ରଭାତ କୁମାର ଦାଶ, ଗୋବିନ୍ଦ ଚନ୍ଦ୍ର ସାହୁ,ଉପଖଣ୍ଡ ସାମ୍ୱାଦିକ ସଂଘ ସାଧାରଣ ସଂପାଦକ ପ୍ରକାଶ କୁମାର ପାତ୍ର, ପ୍ରହ୍ଲାଦ ମୁଦୁଲି ପ୍ରମୁଖ ଏହି ଭ୍ରମ୍ୟମାଣ ବସ ପ୍ରଦାନ ସକାଶେ ସାଂସଦ ଶ୍ରୀ ପାଣିଙ୍କ ନିକଟରେ ଅନୁରୋଧ କରିଥିବା ବେଳେ ସାଂସଦ ଶ୍ରୀ ପାଣି ଏଥିପ୍ରତି ଗୁରିତ୍ୱ ଦେବାକୁ ପ୍ରକାଶ କରିଛନ୍ତି l

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

୭୭ତମ ସ୍ୱାଧୀନତା ଦିବସରେ ବରିଷ୍ଠ ନାଗରିକ ଓ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

masiha

ଭୁବନେଶ୍ୱରରେ ସମ୍ମାନିତ ହେଲେ ଖଇରା ବ୍ଲକ୍ ସମାଜସେବୀ

masiha

କେ-୧ ଜେମ୍ସ ପାର୍କରେ ହନୁମାନ ମନ୍ଦିର ନିର୍ମାଣ ଓ ପ୍ରାଣ ପ୍ରତିଷ୍ଠା ମହୋତ୍ସବ ଭବ୍ୟ ଭାବେ ସମାପ୍ତ

Sunil Chandra Nayak

Leave a Comment

error: Content is protected !!