ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରୋହିତ, ଚୈତନ୍ୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଗର୍ବଗୈାରବ

ରୋହିତ, ଚୈତନ୍ୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଗର୍ବଗୈାରବ

ରାଉରକେଲା : ଚିକଟମାଟି ସ୍ଥିତ ଚୈତନ୍ୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁକ୍ତ ୨ ବିଜ୍ଞାନ ରେ ତା’ର ପୂର୍ବ ଗୈାରବକୁ ବଜାୟ ରଖିବାରେ ସକ୍ଷମ ହୋଇପାରିଛି। ରୋହିତ କୁମାର ମାହନ୍ତ ୯୧.୩୩ ପ୍ରତିଶତ ନମ୍ବର ରଖି ବିଦ୍ୟାଳୟକୁ ଗୈାରବାନ୍ବିତ କରିବା ସହ ୭୯ ଜଣ ପ୍ରଥମ ଶ୍ରେଣୀରେ, ୧୬ ଜଣ ଦ୍ବିତୀୟ ଶ୍ରେଣୀରେ ଏବଂ ୨ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେଥି ମଧ୍ୟରୁ ୬ ଜଣ ୮୦ ପ୍ରତିଶତରୁ ଅଧିକ,୩୧ ଜଣ ୭୦ ପ୍ରତିଶତରୁ ଅଧିକ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି। ବିଦ୍ୟାଳୟର ନିର୍ଦ୍ଦେଶକ ରାଜେନ୍ଦ୍ର ପ୍ରସାଦ ମଲ୍ଲଙ୍କ ନିର୍ଦ୍ଦେଶନାରେ ପରିଚାଳିତ ଦୀର୍ଘ ୧୭ ବର୍ଷ ର ଏହି ବିଦ୍ୟାଳୟ ପ୍ରତ୍ୟେକ ବର୍ଷ ଶତ ପ୍ରତିଶତ ସଫଳତା ଅର୍ଜନ କରି ସମଗ୍ର ପଶ୍ଚିମ ଓଡିଶାରେ ନିଜର ନାମକୁ ଗୈାରବାନ୍ବିତ କରିପାରିଛି। ନୈତିକ ମୂଲ୍ୟବୋଧ ଉପରେ ଗୁରୁତ୍ବ ଦେଇ ଏକ ଶୈକ୍ଷିକ ବାତାବରଣ ମଧ୍ୟରେ ଛାତ୍ର ଛାତ୍ରୀ ମାନେ ଅଧ୍ୟୟନ କରୁଥିବାରୁ ପ୍ରତ୍ୟେକ ବର୍ଷ ଏହି ସଫଳତା ମିଳୁଛି ବୋଲି ଏହାର ଶ୍ରେୟ ଶ୍ରୀ ମଲ୍ଲ ବିଦ୍ୟାଳୟର ଅଧ୍ୟକ୍ଷ, ଅଧ୍ୟାପକ, ଅଧ୍ୟାପିକା, ଛାତ୍ର ଛାତ୍ରୀ ଓ ଅଭିଭାବକଙ୍କୁ ଦେଇଛନ୍ତି। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଅବ୍ୟବସ୍ଥା ଘେରରେ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର

ବିଦ୍ୟାଳୟରେ ବିଜୁଳିର ନିମ୍ନ ମନର କାମ ଯୋଗୁଁ ସର୍ଟ ସର୍କିଟରେ ଜଳିଲା 

masiha

ରାଇରଙ୍ଗପୁର ଗୋଲେଇ ଛକରେ ସାଇକେଲ ଆରୋହୀକୁ ପଛରୁ ପିଟିଲା ମାଲ ବୋଝେଇ ଟ୍ରକ! ଘଟଣାସ୍ଥଳୟୃ ସାଇକେଲ ଚାଳକ ମୃତ;

Leave a Comment

error: Content is protected !!