ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁନାଗଡ଼ ରେ ୭୭ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ

ଜୁନାଗଡ଼ ,୧୬/୮ (ମ ନି ସ) -ଜୁନାଗଡ଼ ସହର ତଥା ଆଖ ପାଖ ଅଞ୍ଚଳର ବିଭିନ୍ନ ସଂଗଠନ ତରଫରୁ୭୭ତମ ସ୍ଵାଧୀନତା ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି l ଏହି ଅବସରରେ ଜୁନାଗଡ଼ ଏନ ଏ ସି ସ୍ତରୀୟ ସ୍ଵାଧୀନତା ଦିବସ ପାଳନ କମିଟି ତରଫରୁ ପ୍ରତ୍ୟୁଷରୁ ପ୍ରଭାତ ଫେରି, ରାମ ଧୂନ ଗାନ ଓ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯାଇଥିଲା l ଏହାପରେ ସ୍ଥାନୀୟ ହାଇସ୍କୁଲ ଖେଳ ପଡିଆ ଠାରେ ଏନ ଏ ସି ସ୍ତରୀୟ ସ୍ଵାଧୀନତା ଦିବସ ପାଳନ କରାଯାଇଥିଲା lଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଜୁନାଗଡ଼ ବିଧାୟକ କେପଟେନ ଦିବ୍ୟଶଙ୍କର ମିଶ୍ର ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ ଏବଂ ଉପସ୍ଥିତ ଛାତ୍ର ଛାତ୍ରୀ ଓ ଜନସାଧାରଣ ଙ୍କୁ ଉଦବୋଧନ ଦେଇଥିଲେ l ମହାପୁରୁଷ ଓ ବିର ଯବାନ ଙ୍କ ବଳିଦାନ ଦ୍ୱାରା ଆମ୍ଭେ ସ୍ୱାଧୀନତା ପାଇ ପାରିଛୁ ଏବଂ ଦେଶ ମାତୃକା ଙ୍କ ସେବା ସହିତ ସ୍ଥାନୀୟ ଅଞ୍ଚଳର ବିକାଶ ନେଇ ସମସ୍ତେ ମିଳିତ ଭାବେ କାର୍ଯ୍ୟ କରିବାକୁ ଆହ୍ୱାନ କରିଥିଲେ lଏହା ପରେ ମିଳିତ ପ୍ୟାରେଡ଼ କୁ ମୁଖ୍ୟ ଅତିଥି ଶ୍ରୀ ମିଶ୍ର ଓ ନଗରପାଳ ମୁକେଶ ଅଗ୍ରୱାଲ ଅଭିବାଦନ ଗ୍ରହଣ କରିଥିଲେ l ପରେ ବିଭିନ୍ନ ସ୍କୁଲ ଏବଂ ଅନୁଷ୍ଠାନ ମାନଙ୍କ ଦ୍ୱାରା ପ୍ୟାରେଡ଼ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା lଏଥିରେ ମୋଟ ୨୭ଗୋଟି ଦଳ ଅଂଶଗ୍ରହଣ କରିଥିଲେ। ଏହି ପ୍ରତିଯୋଗିତାରେ ବିଭିନ୍ନ ସ୍ଥାନ ଗ୍ରହଣ କରି ଥିବା କୃତି ପ୍ରତିଯୋଗୀଙ୍କୁ ମୁଖ୍ୟ ଅତିଥି ଏବଂ ଉପସ୍ଥିତ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା lଏହିକାର୍ଯ୍ୟକ୍ରମରେ ବ୍ଲକ ଅଧକ୍ଷ୍ୟା ସବିତା ମେହେର, ଉପାଧକ୍ଷ୍ୟ ପ୍ରମୋଦ ବେହେରା, ହିମାଦ୍ରୀ ନାଏକ,କାର୍ଯ୍ୟନିର୍ବାହୀ ଅଧୀକାରୀ ପ୍ରେମଲାଲ ହିଆଲ ଓ ସମସ୍ତ ପାରିଷଦ ଉପସ୍ଥିତ ରହିଥିଲେ।ଏହା ପରେ ଅପରାହ୍ନରେ କଳାହାଣ୍ଡି ସ୍ପୋର୍ଟସ ହଷ୍ଟେଲ ଏବଂ ଜୁନାଗଡ଼ ଫୁଟବଲ ଟିମ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ମେଚ ଅନୁଷ୍ଠିତ ହୋଇଥିଲା l ସନ୍ଧ୍ୟାରେ ଏନ ଏ ସି ପ୍ରାଙ୍ଗଣରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ବିଭିନ୍ନ କୃତି ପ୍ରତିଯୋଗୀ ଙ୍କୁ ପୁରସ୍କୃତ କରାଯାଇଥିଲା ।ସେହିପରି ଜୁନାଗଡ଼ ଲଙ୍କେଶ୍ୱରୀ କ୍ଲବ ଠାରେ ଉପଦେଷ୍ଟା ଦୁର୍ଗାପ୍ରସାଦ ନାଏକଙ୍କ ଦ୍ୱାରା ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କୁ ଉଦବୋଧନ ଦେବା ସହିତ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା।ଜୁନାଗଡ଼ କୋର୍ଟ ପରିସର ମଧ୍ୟରେ ମଧ୍ୟ ସିଭିଲ ଜଜ ସୀଙ୍କୁନ ରାୟଙ୍କ ଦ୍ୱାରା ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା।ବାର ସଭାପତି ଅଶୋକ ପାତ୍ର ଏହି ଅବସରରେ ଶୁଭେଚ୍ଛା ଜଣାଇବା ସହ ଉଦବୋଧନ ଦେଇଥିଲେ।ବରିଷ୍ଠ ଆଇନଜୀବୀ ବାଳକୃଷ୍ଣ ଅଚାରି, ସୁଶୀଲ ପାଢ଼ୀ,ଦିପେନ ସାହୁ, ସମେତ କୋର୍ଟ କର୍ମଚାରୀ ଉପସ୍ଥିତ ରହି ଥିଲେ। ସହର ଅନେକ ସରକାରୀ, ବେସରକାରୀ କାର୍ଯ୍ୟାଳୟ, କ୍ଲବ ପ୍ରଭୃତି ଠାରେ ପବିତ୍ର ସ୍ୱାଧୀନତା ଦିବସ ସମାରୋହରେ ପାଳନ କରାଯାଇଥିଲା।

ଜୁନାଗଡ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

୫ଟି ହାଇସ୍କୁଲ ରୂପାନ୍ତରିତ କାର୍ଯ୍ୟ ତଦାରଖ କଲେ ବିଧାୟକ ଓ ବ୍ଲକ ଉପାଧ୍ୟକ୍ଷ

Sunil Chandra Nayak

ନନ୍ଦଘର ଠାରେ କିଶୋର କିଶୋରୀ ମେଳା 

masiha

ପ୍ରତିଭା ପରିବାରର ଜୋନ ସ୍ତରୀୟ ବୈଠକ

masiha

Leave a Comment

error: Content is protected !!