ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ପୁଞ୍ଜିଲାଲ କୁ ଆଜିବନ କାରାଦଣ୍ଡ ସହିତ 50 ହାଜର ଜରୀ ବାନା

ପୁଞ୍ଜିଲାଲ କୁ ଆଜିବନ କାରାଦଣ୍ଡ ସହିତ 50 ହାଜର ଜରୀ ବାନା

 ପାଟଣାଗଡ଼, ସାରା ଦେଶରେ ହଇଚଇ ସୃଷ୍ଟି କରିଥିବା ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ରାୟ ବୁଧବାର ପ୍ରକାଶ ପାଇଛି ପାଟଣାଗଡ଼ ଏଡିଜେ କୋର୍ଟରେ ପୁଞ୍ଜିଲାଲ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡାଦେଶ ସହ ୫୦ ହଜାର ଟଙ୍କା ଜରିମାନା ରାୟ ଶୁଣାଇଛନ୍ତି କୋର୍ଟ।ଦୀର୍ଘ ୭ ବର୍ଷର ଅପେକ୍ଷା ପରେ ରାୟ ପ୍ରକାଶ ପାଇବାରୁ ବିଭିନ୍ନ ମହଲରେ ଏନେଇ ଉତ୍ସୁକତା ଦେଖା ଦେଇଛି। ପାଟଣାଗଡ଼ ଏଡିଜେ କୋର୍ଟରେ ଏହି ଚର୍ଚ୍ଚିତ ମାମଲାର ରାୟ ପ୍ରକାଶ ପାଇଛି।୨୦୧୮ ଫେବୃଆରୀ ୨୩ରେ ପାଟଣାଗଡ଼ରେ ପାର୍ସଲ ବୋମା ବିସ୍ଫୋରଣ ଘଟି ନବବିବାହିତ ସଫ୍ଟୱେର ଇଞ୍ଜିନିୟର ସୌମ୍ୟଶେଖର ସାହୁ, ତାଙ୍କ ଜେଜେମା ଜେମାମଣି ସାହୁଙ୍କ ମୃତ୍ୟୁ ଘଟିଥିଲା। ମୃତ ସୌମ୍ୟଶେଖରଙ୍କ ନବବିବାହିତା ସ୍ତ୍ରୀ ରିମାରାଣୀ ଗୁରୁତର ଆହତ ହୋଇଥିଲେ। ଏହି ମାମଲାରେ କ୍ରାଇମବ୍ରାଞ୍ଚ ପାଟଣାଗଡ଼ ନିକଟସ୍ଥ ଭଇଁଷା କଲେଜର ଇଂଲିଶ ବିଭାଗ ଅଧ୍ୟାପକ ପୁଞ୍ଜିଲାଲ ମେହେରଙ୍କୁ ଏକମାତ୍ର ମୁଖ୍ୟ ଅଭିଯୁକ୍ତ ଭାବେ ଗିରଫ କରିଥିଲା। କ୍ରାଇମବ୍ରାଞ୍ଚ ଟିମ ୨୦୦୦ ପୃଷ୍ଠାର ଚାର୍ଜଶଟ ଦାଖଲ କରିବା ପରେ ପାଟଣାଗଡ଼ ଏଡିଜେ କୋର୍ଟରେ ପ୍ରାୟ ୨ବର୍ଷ କାଳ ଏହାର ଶୁଣାଣି ଓ ନ୍ୟାୟିକ ପ୍ରକ୍ରିୟା ଚାଲିଥିଲା। ୬୨ଜଣ ସାକ୍ଷୀଙ୍କ ସାକ୍ଷ୍ୟ ଗ୍ରହଣ ପରେ ଏଡିଜେ ୨୮ ତାରିଖରେ ଏହି ଚର୍ଚ୍ଚିତ ମାମଲାର ରାୟ ପ୍ରତିଶିତ ହେଇଛି। 

ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

ଡ଼ାବୁଗାଁ ପୋଲିସ କୁ ମିଳିଛି ଏକ ବଡ଼ ସଫଳତା, ୧୭ ମୋଟରସାଇକେଲ ଜବତ, ୪ ଗିରଫ

ଯାତ୍ରା ଦେଖା ବେଳେ ଗଣ୍ଡଗୋଳ ହୋଇ ଛୁରାମାଡ, ୩ ଜଣ ଗୁରୁତର , ୨ ଆହତ

masiha

ଖଡ଼ିଆଳ ବନଖଣ୍ଡର ବଡ ସଫଳତା: ୭ କେଜି ବଜ୍ରକପ୍ତା ଉଦ୍ଧାର, ୩ ଚୋରା ଚାଲାଣକାରୀ ଗିରଫ ଛତିଶଗଡ଼ ଓ ନୂଆପଡ଼ାର ଆନ୍ତଃରାଜ୍ୟ ରାକେଟର ପର୍ଦାଫାସ, କୋର୍ଟ ଚାଲାଣ

Sunil Chandra Nayak

Leave a Comment

error: Content is protected !!