ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରୋଟାରୀ କ୍ଳବ୍ ଆୟୋଜିତ କନ୍ଯା ଅନମୋଲ ସେ ରଥକୁ ରାଇରଙ୍ଗପୁରରେ ସ୍ବାଗତ ଏବଂ ଅଙ୍ଗଦାନ ଚୁକ୍ତି କରିଥିବା ୪ ଜଣଙ୍କୁ ସମ୍ବର୍ଦ୍ଧିତ 

ରୋଟାରୀ କ୍ଳବ୍ ଆୟୋଜିତ କନ୍ଯା ଅନମୋଲ ସେ ରଥକୁ ରାଇରଙ୍ଗପୁରରେ ସ୍ବାଗତ ଏବଂ ଅଙ୍ଗଦାନ ଚୁକ୍ତି କରିଥିବା ୪ ଜଣଙ୍କୁ ସମ୍ବର୍ଦ୍ଧିତ 

 ମୟୂରଭଞ୍ଜ – ୨୯/୦୫ — କନ୍ୟା ହେଉଛି ମାତା ,ଜାୟା, ଭଉଣୀ,ଶିଶୁ,ଝିଅ ।ସୃଷ୍ଟି ରଚନାର କନ୍ୟା ହେଉଛି ଅନନ୍ଯ । ସମାଜରେ ମହିଳା ମାନଙ୍କ ଭୂମିକା ଅନନ୍ୟ ଗୁରୁତ୍ୱପୂର୍ଣ୍ଣ ।କିନ୍ତୁ ବସ୍ତୁବାଦୀ ଦୁନିଆ ଏବଂ ରକ୍ଷଣଶୀଳ ପରିବାରରେ କନ୍ୟା ଭ୍ରୁଣ ହତ୍ୟା,କନ୍ୟା ପ୍ରତି ଘୃଣା,କନ୍ୟାକୁ ମାନସିକ ଓ ଶାରିରୀକ ନିର୍ଯ୍ୟାତନା , ପାରିବାରିକ ହିଂସା, ଯେଉଁ ମା’ ମାନେ କନ୍ୟା ସନ୍ତାନ ଜନ୍ମ କରନ୍ତି ସେମାନଙ୍କୁ ମାନସିକ ଓ ଶାରିରୀକ ନିର୍ଯ୍ୟାତନା ଦେବା,କନ୍ୟା ମାନଙ୍କୁ ଶିକ୍ଷିତ ନ କରାଇବା ଇତ୍ୟାଦି ବୃଦ୍ଧି ପାଉଛି ।ଯାହା ଫଳରେ ସମାଜରେ ପୁରୁଷ ସନ୍ତାନ ଅପେକ୍ଷା କନ୍ୟା ସନ୍ତାନ କମ ହେଉଛି ।ଯାହାକୁ ନେଇ ସରକାର ଓ ସାମାଜିକ କର୍ମୀ ଚିନ୍ତିତ ।କନ୍ୟା ଓ ପୁତ୍ର ମଧ୍ୟରେ ସଂଖ୍ୟା ବ୍ୟବଧାନ ବଢ଼ି ଚାଲିଛି ଏବଂ ସମାଜ ଅସନ୍ତୁଳିତ ହେବାକୁ ଯାଉଛି । ତେଣୁ ଜନସାଧାରଣ ଙ୍କ ମଧ୍ୟରେ ସଚେତନତା ଵାର୍ତା ନେଇ ସରକାର ଏବଂ ବିଭିନ୍ନ ସ୍ବେଛାସେବୀ ସଂସ୍ଥା ଆଗେଇ ଆସିଛନ୍ତି ।ରୋଟାରୀ କ୍ଳବ୍ ତରଫରୁ ଆୟୋଜିତ ଆସିଥିବା ଏକ ‘ କନ୍ୟା ଅନମୋଲ ହେ’ ଏକ ସୁସଜ୍ଜିତ ସଚେତନତା ରଥକୁ ରାଇରଙ୍ଗପୁର ରେ ସ୍ବାଗତ କରାଯାଇଛି ।ସମାଜର ଆର୍ଥିକ ଅନଗ୍ରସର ବାପା ମା’ ଙ୍କ କନ୍ୟାକୁ କିପରି ସୁରକ୍ଷିତ ଏବଂ ଚାପମୁକ୍ତ ଏବଂ ଆର୍ଥିକ ସମ୍ବଳିତ ଥିବା ଲୋକ କିଭଳି କନ୍ୟା ଏକ ପରିବାରର ବୋଝ ନୁହେଁ ସଚେତନତା ବାର୍ତାକୁ ଗୁରୁତ୍ଵ ଦିଆଯାଉଛି । ସରକାରଙ୍କ ‘କନ୍ୟା ଅନମୋଲ ହେ’ ଯୋଜନା ମାଧ୍ୟମରେ ଗରିବ ପିତାମାତା ଚାପମୁକ୍ତ ହୋଇ କନ୍ୟାକୁ ବିବାହ କରାଇ ପାରିବେ ସେଥିପାଇଁ ଏହି ଯୋଜନା ମୋହନ ସରକାର ଘୋଷଣା କରିଛନ୍ତି । କନ୍ୟାଙ୍କ ସୁରକ୍ଷା,ସମ୍ମାନ ଓ ସ୍ବାଭିମାନ ପାଇଁ କାର୍ଯ୍ୟ କରୁଥିବା ଅଗ୍ରଣୀ ରୋଟାରୀ କ୍ଳବ ଦ୍ବାରା ଆୟୋଜିତ ‘କନ୍ୟା ଅନମୋଲ ହେ’ ରଥକୁ ରାଇରଙ୍ଗପୁରର ମାନ୍ୟଗଣ୍ୟ ବ୍ୟକ୍ତି, ବୁଦ୍ଧିଜୀବୀ, ଗଣମାଧ୍ୟମ ପ୍ରତିନିଧି ଏବଂ ରାଇରଙ୍ଗପୁର ରୋଟାରୀ ରୟାଲ କ୍ଳବ୍ ତରଫରୁ ଦୁର୍ଗାମଣ୍ଡପ ଏବଂ ଗୋଲେଇ ଛକରେ ସ୍ବାଗତ କରାଯାଇଥିଲା ।

  ପରେ ରୋଟାରୀ କ୍ଲବ ରୟାଲ ପକ୍ଷରୁ ସ୍ଥାନୀୟ ହୋଟେଲ୍ ହିନ୍ଦୁସ୍ତାନୀ ଇନ୍ ସମ୍ମିଳନୀ କକ୍ଷରେ ଏକ ଅଙ୍ଗଦାନ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ସଭାପତି ରୋଟାରିଆନ ବାସୁଦେବ ପାଲଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଭାବେ ଡିଜି ରୋଟାରୀଆନ ଯଜ୍ଞାଶିଷ୍ ମହାପାତ୍ର, ସମ୍ମାନିତ ଅତିଥି ରାଇରଙ୍ଗପୁର ଏସଡିପିଓ ଗୋକୁଳାନନ୍ଦ ସାହୁ ,ସଂପାଦକ ପ୍ରତ୍ୟୁଷ ପରିଡ଼ା, ବିଘ୍ନେଶ୍ୱର ବେହେରା, କୁଞ୍ଜ ବିହାରୀ ଯେନା, ସୌମ୍ୟ ରଞ୍ଜନ ବେହେରା, ଜୟନ୍ତ ମହାନ୍ତ , ସରୋଜ ଦାସ,,ପ୍ରମୁଖ ଯୋଗ ଦେଇଥିଲେ ।ରୋଟାରୀ କ୍ଳବ୍ ମାନବ ସେବା ହିଁ ମାଧବ ସେବା ଉପରେ ବିଶ୍ବାସ କରେ ।ଏହା ଶିକ୍ଷା, ସ୍ଵାସ୍ଥ୍ୟ, ନିରକ୍ଷରତା, ରକ୍ତଦାନ,ବୃକ୍ଷ ରୋପଣ, ଚକ୍ଷୁ ପରୀକ୍ଷା, ଦୁର୍ଗମ ଅଂଚଳରେ ବସବାସ କରୁଥିବା ଲୋକଙ୍କ ସ୍ଵାସ୍ଥ୍ୟ ପରୀକ୍ଷା,ଶୀତ ଋତୁରେ ଅସହାୟଙ୍କୁ କମ୍ବଳ ବଣ୍ଟନ , ଚକ୍ଷୁ ହସ୍ପିଟାଲ ପ୍ରତିଷ୍ଠା,ବେକାର ଯୁବକଙ୍କୁ ଷ୍ଟଲ ଦେଇ ସ୍ବାବଲମ୍ବୀ କରାଇବା,ଦିବ୍ଯାଙ୍ଗ ଙ୍କୁ ସହାୟତା ଇତ୍ୟାଦି କରୁଛି । ରାଇରଙ୍ଗପୁର ସହରର ୪ ଜଣ ସମାଜସେବୀ ନିଜର ଶରୀରକୁ ରୋଟାରୀ କ୍ଳବ୍ ଜରିଆରେ ଅଙ୍ଗ ଦାନ ପାଇଁ ପଂଜିକୃତ କରିଥିଲେ । ସେମାନେ ହେଲେ ଶିକ୍ଷୟତ୍ରୀ ଜୟଶ୍ରୀ ଦାସ, ଅବସରପ୍ରାପ୍ତ ଅଧ୍ଯାପିକା ସସ୍ମିତା ମହାନ୍ତି, ଅବସରପ୍ରାପ୍ତ ସରକାରୀ କର୍ମଚାରୀ ବିଶ୍ବ ରଞ୍ଜନ ମାଝୀ ଏବଂ ତାଙ୍କ ସହଧର୍ମିଣୀ ମଞ୍ଜୁ ସୋରେନ । ସେମାନଙ୍କୁ ଅତିଥିଗଣ ଉତ୍ତରୀୟ, ମାନପତ୍ର ଓ ଉପହାର ଦେଇ ସମ୍ବର୍ଦ୍ଧିତ କରିଥିଲେ । ସେମାନେ ଭାବ ବିହ୍ବଳ ହୋଇ କହିଥିଲେ ଅଙ୍ଗଦାନ ମହତ ଦାନ ।ସମାଜରୁ ସେମାନେ ବହୁତ କିଛି ନେଇଛନ୍ତି କିନ୍ତୁ ସମାଜକୁ କିଛି ଦେଇ ନାହାନ୍ତି ।ଏହି ଅଙ୍ଗଦାନ ଦ୍ଵାରା କେହି ନା କେହି ଉପକୃତ ହେବା ସହ ଅଙ୍ଗକୁ ରିସର୍ଚ୍ଚ ସେଣ୍ଟର ରେ ରଖାଯାଇ ଗବେଷଣାରେ ବ୍ୟବହାର ହୋଇ ପାରିବ । କାର୍ଯ୍ୟକ୍ରମ କୁ ରୋଟାରୀଆନ ବିକାଶ ଭୁତ୍, କାଳୀ ପ୍ରସନ୍ନ ମହାନ୍ତି, ଅରବିନ୍ଦ ଵାଗାଡିଆ, ଅନ୍ତର୍ଯ୍ୟାମୀ ମହାକୁଡ଼, ସୁଜିତ ଦାସ ଏବଂ ଅନ୍ୟମାନେ ସହଯୋଗ କରିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ବିଶ୍ଵ ପରିବେଶ ଦିବସ ଉପଲକ୍ଷେ ବୃକ୍ଷ ରୋପଣ 

masiha

Maharaja Sri Krishna Chandra Gajapati Narayan Dev’s 134th Birth Anniversary Celebrated in Rayagada

masiha

କାନାରା ବ୍ୟାଙ୍କ ଆୟୋଜନ କରୁଛି ଦୁଇ ଦିନିଆ “ମେଗା ଲୋନ ଏକ୍ସପୋ”

Sunil Chandra Nayak

Leave a Comment

error: Content is protected !!