ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

ଜଗନ୍ନାଥ ସେବା ସମିତି ପକ୍ଷ ରୁ ମାଗଣା ସ୍ଵାସ୍ଥ୍ୟ ଶିବିର

ମହିଳା ଙ୍କ ଗର୍ଭାଶୟ ଜନିତ ରୋଗ ର ସମ୍ପୁର୍ଣ୍ଣ ସମାଧାନ 

ଧର୍ମଗଡ:୨୯/୪/୨୨: କଳାହାଣ୍ଡି ଜିଲ୍ଲା ଧର୍ମଗଡ ଠାରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଅନବରତ ସେବା ଯୋଗାଇ ଦେଇ ଆସୁଥିବା ଜିଲ୍ଲା ର ଅଗ୍ରଣୀ ସ୍ୱେଚ୍ଚାସେବୀ ଅନୁଷ୍ଠାନ ଜଗନ୍ନାଥ ସେବା ସମିତି ପକ୍ଷରୁ ଏକ ମାଗଣା ସ୍ୱାସ୍ଥ୍ୟ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ମହିଳା ଙ୍କ ଗର୍ଭାଶୟଜନିତ ରୋଗର ସମ୍ପୂର୍ଣ୍ଣ ସମାଧାନ ର ଏହି ଶିରିରକୁ ଧର୍ମଗଡ ଏନଏସି ଅଧ୍ୟକ୍ଷ ଅଶୋକ ମହାନ୍ତି ମୂଖ୍ୟ ଅତିଥୀ ଭାବରେ ଯୋଗଦେଇ ଉଦଘାଟନନ କରିଥିଲେ । ଏହି ଶିବିରରେ ଛତିଶଗଡ ରାୟପୁର ର ବିଶିଷ୍ଟ ସ୍ତ୍ରୀ ରୋଗ ବିଶେଷଜ୍ଞ ତଥା ଲିମକା ବୁକ ଅଫ ରେକର୍ଡ ଧାରୀ ଡାକ୍ତର ଏ ସୁରେଶ ଏବଂ ବିଶେଷଜ୍ଞ ଦଳ ଉପସ୍ଥିତ ରହି ମହିଳା ମାନଙ୍କୁ ଚିକତ୍ସା ଏବଂ ପରାମର୍ଶ ଦେଇଥିଲେ । ଏହି ଶିବିରରେ ବିଶେଷ କରି ମହିଳା ମାନଙ୍କ ଗର୍ଭାଶୟ ଜନିତ କର୍ଳଟ,ମାସିକ ଅନିୟମିତତା,ଟ୍ୟୁମର ଜନିତ ସମସ୍ୟା ଏବଂ ନିଃସନ୍ତାନ ଜନିତ ସମସ୍ୟା ର ଚିକିତ୍ସା ପରାମର୍ଶ ଦିଆଯାଇଥିଲା । ଏଥିରେ ଅଂଚଳର ବହୁ ମହିଳା ଯୋଗଦେଇ ଡାକ୍ତର ଙ୍କ ପରାମର୍ଶ ନେଇଥିଲେ । ଜଗନ୍ନାଥ ସେବା ସମିତି ଆଜକୁ ୧୫ ବର୍ଷ ହେଲା ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ସେବା ଯୋଗାଇ ଦେଇ ଆସୁଥିବା ବେଳେ ବିଭିନ୍ନ ସମୟରେ ଅପହଂଚ ଇଲାକା ମାନଙ୍କରେ ଏହିଭଳି ମାଗଣା ସ୍ଵାସ୍ଥ୍ୟ ଶିବିର ମାନ ଆୟୋଜନ କରି ଆସୁଛି ଏବଂ ଆଗାମୀ ଦିନ ରେ ମଧ୍ୟ ଏହି ଭଳି କାର୍ଯ୍ୟକ୍ରମ ମାନ ନିରନ୍ତର ଭାବରେ ଜାରି ରହିବ ବୋଲି ଜଗନ୍ନାଥ ସେବା ସମିତି ର ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ଅଗ୍ରଓାଲ ପ୍ରକାଶ କରିଛନ୍ତି ।

ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ।

Related posts

ପୁଣି କରୋନା ଭୟ…. ଡାକ୍ତରଖାନା ଗୁଡିକରେ ମାସ୍କ ବାଧ୍ୟତାମୂଳକ କରିଛନ୍ତି ରାଜ୍ୟ ସରକାର

Sunil Chandra Nayak

ମାରୱାଡ଼ି ଯୁବା ମଞ୍ଚ ଓ ସୁବର୍ଣ୍ଣରେଖା ମହିଳା ମଞ୍ଚର ମିଳିତ ଉଦ୍ୟମ ରେ ରକ୍ତଦାନ ଶିବିର ରେ 102 ୟୁନିଟ ରକ୍ତ ସଂଗ୍ରହ 

Sunil Chandra Nayak

ଉତ୍କଳ ଆଲୁମିନା ଗୋଷ୍ଠୀ ସ୍ବାସ୍ଥ୍ୟ ସୁରକ୍ଷିତ ରଖୁବାକୁ ବ୍ୟାପକ ଡାଇରିଆ ସଚେତନତା ଅଭିଯାନ ସମାପ୍ତ କଲା

masiha

Leave a Comment

error: Content is protected !!