ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

କୁଳଡିହା ଅଭୟାରଣ୍ୟରେ ବନବିଭାଗର ଚଢାଉ, ବନ୍ଧୁକ ସହ ୫ ଶିକାରୀ ଗିରଫ

କୁଳଡିହା ଅଭୟାରଣ୍ୟରେ ବନବିଭାଗର ଚଢାଉ, ବନ୍ଧୁକ ସହ ୫ ଶିକାରୀ ଗିରଫ

ନୀଳଗିରି,୨୯/୫/୨୫ – ବାଲେଶ୍ୱର ଜିଲ୍ଲା ନୀଳଗିରି କୁଲଡିହା ଅଭୟାରଣ୍ୟ ଚେମଚଟା ବିଟ୍ ଅଞ୍ଚଳରେ ଅତର୍କିତ ଚଢ଼ାଉକରି ୫ଜଣ ଶିକାରୀଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି କୁଲଡିହା ବନବିଭାଗ । ସେମାନଙ୍କ ନିକଟରୁ ଗୋଟିଏ ଗୁଳିଭର୍ତ୍ତି ବନ୍ଧୁକ, ବନ୍ଧୁକ ପାଉଡର, ଦୁଇଟି ଧନୁ, ୬ଟି ତୀର, ଗୋଟିଏ କୁଟାରି ଶିଙ୍ଗ, ୩ଟି ତାରରେ ନିର୍ମିତ ଫାଶ ଜବତ କରାଯାଇଛି । ଜଙ୍ଗଲରେ ପଶୁଜନ୍ତୁଙ୍କ ଗତିବିଧି ଏବଂ ଶିକାରୀଙ୍କ ଗତିବିଧି ଉପରେ ଲକ୍ଷ୍ୟ କରାଯିବାପାଇଁ ଲଗାଯାଇଥିବା ୧୫ଟି ଟ୍ରାପ କ୍ୟାମେରା ଚୋରୀରେ ସଂପୃକ୍ତି ଥିବା ନେଇ ଅନ୍ୟ ଏକ ଗୁପ୍ତ କ୍ୟାମେରା ସାହାଯ୍ୟରେ ଉତ୍ତୋଳନ କରାଯାଇଥିବା ଫୋଟ ଆଧାରରେ ଚିହ୍ନଟ କରି ସମସ୍ତ ଅଭିଯୁକ୍ତ ଶିକାରୀଙ୍କୁ ଗିରଫ କରାଯାଇଥିବା କୁଲଡିହା ରେଞ୍ଜର ତଥା ଏସିଏଫ୍ ସୁବ୍ରତ କୁମାର ବେହେରା ସୂଚନା ଦେଇଛନ୍ତି । ଗିରଫ ଶିକାରୀ ହେଲେ ବାଲେଶ୍ୱର ଜିଲ୍ଲା ଔପଦା ଥାନା ଦରଖୋଳି ନିକଟସ୍ଥ ନରସିଂଶିଲା ଗ୍ରାମର ରମେଶ ମୁଣ୍ଡା (୪୫), ଗଣେଶ୍ୱର ମୁଣ୍ଡା (୨୧), ଗୋପି ହୋ, ମୋଦିଚୁଆ ଗ୍ରାମର ହାଡ଼ିଆ ଭଦ୍ରା(୨୭), ଏବଂ ମୟୂରଭଞ୍ଜ ଜିଲ୍ଲା ଶରତ ଥାନା ବାଗଦଫା ଗୌରଚନ୍ଦ୍ରପୁରର ସେଲାଏ ଗିଲୁଆ । ତେବେ କୁଲଡିହାକୁ ଶିକାରୀମୁକ୍ତ କରିବା ପାଇଁ ଏଭଳି ଅଭିଯାନ ଆଗକୁ ଆହୁରି ଜୋରଦାର କରାଯିବ ବୋଲି ଖବର ସଂଗ୍ରହରୁ ଜଣାଯାଇଛି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ବହଳଦା ଅବକାରୀ ବିଭାଗ ଯନ୍ତାରେ ଦୁଇ ଧଳା ଜହର ମାଫିଆ,୧୩ ଗ୍ରାମର ବ୍ରାଉନ ସୁଗାର ଆନୁମାନିକ ମୂଲ୍ୟ ଦୁଇ ଲକ୍ଷ ତିରିଶ ହଜାର ଟଙ୍କା ଏବଂ କଳା ସ୍ପ୍ଲେଣ୍ଡର ଜବତ

Sunil Chandra Nayak

ଲୁଗା ଓ ଫେନଶୀ ଦୋକାନ ରୁ ୯୦ ହଜାର ରୁ ଊର୍ଦ୍ଧ୍ଵ ଟଙ୍କା ଚୋରି 

Sunil Chandra Nayak

ଘର ଭିତରେ ଧାରୁଆ ବ୍ଲେଡ ରେ କାଟି ହୋଇ ଆତ୍ମ ହତ୍ୟା

masiha

Leave a Comment

error: Content is protected !!