ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୃଷକ ପରାମର୍ଶ କର୍ମଶାଳା 

କୃଷକ ପରାମର୍ଶ କର୍ମଶାଳା 

କାମାକ୍ଷାନଗର (ମନିସ )1/6/25 — କାମାକ୍ଷାନଗର ବ୍ଲକ ରାୟନୃସିଂହ ପୁର କଲ୍ୟାଣ ମଣ୍ଡପ ପରିସରରେ ବିକଶିତ କୃଷି ସଂକଳ୍ପ ଅଭିଯାନ ଆନୁକୂଲ୍ୟରେ କୃଷକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି, ବ୍ଲକ କୃଷି ଅଧିକାରୀ ଶ୍ରୀ ଅନୁଜ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଶ୍ରୀ ଶିଶିର ବେହେରା, ସମ୍ମାନିତ ଅତିଥି ଭାବେ କୃଷି ସମବାୟ ସମିତିର ସଭାପତି ଶ୍ରୀ ଲଳିତ ସାହୁ, କୃଷି ବିଜ୍ଞାନ କେନ୍ଦ୍ର ଢେଙ୍କାନାଳର ବରିଷ୍ଠ ବୈଜ୍ଞାନିକ ଡ଼. ଶେଫାଳି ରାଉତ ଓ ବରିଷ୍ଠ ବୈଜ୍ଞାନିକ ଡ଼. ସମରେନ୍ଦ୍ର ଦାଶ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ, ଆଧୁନିକ ଚାଷ ପ୍ରଣାଳୀ ସମ୍ପର୍କରେ ଶିବିରରେ ଚାଷୀ ମାନଙ୍କୁ ଅଧିକାରୀ ମାନେ ବିଭିନ୍ନ ପରାମର୍ସ ଦେଇଥିଲେ, ବ୍ଲକ କୃଷି ଅଧିକାରୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ, ଶିବିରକୁ ଗ୍ରାମ୍ୟ କୃଷି କର୍ମଚାରୀ ବିଜୟ କୁମାର ନାୟକ ପରିଚାଳନା କରିଥିଲେ, ଏଥିରେ ବହୁ ସଂଖ୍ୟାରେ ମହିଳା ଓ ପୁରୁଷ ଚାଷୀ ଯୋଗ ଦେଇଥିଲେ ।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ତେରେସିଂହା ବିରାଟ ପର୍ବ: ଗୁପ୍ତ ବନବାସ ନାଟକ ମଞ୍ଚସ୍ଥ

Sunil Chandra Nayak

ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲା ପକ୍ଷରୁ ଜାତୀୟ ବିଜ୍ଞାନ ଦିବସ ପାଳନ 

masiha

ଅନୁଷ୍ଠିତ ହେଲା ବିଦ୍ୟାଳୟର ପୁରସ୍କାର ବିତରଣ ଓ ବାର୍ଷିକ ଉତ୍ସବ

masiha

Leave a Comment

error: Content is protected !!