ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିହନ ବ୍ୟବସାୟ କେନ୍ଦ୍ର ନିରୀକ୍ଷଣ ଓ ଅଣ ସ୍ଵିକୃତୀ ପ୍ରାପ୍ତ ଧାନ ବିହନ କେନ୍ଦ୍ର ଯାଞ୍ଚ

ବିହନ ବ୍ୟବସାୟ କେନ୍ଦ୍ର ନିରୀକ୍ଷଣ ଓ ଅଣ ସ୍ଵିକୃତୀ ପ୍ରାପ୍ତ ଧାନ ବିହନ କେନ୍ଦ୍ର ଯାଞ୍ଚ

ତେନ୍ତୁଳିଖୁଣ୍ଟି ୦୩/୦୬/୨୫ — ନବରଙ୍ଗପୁର ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ ଅନୁସାରେ ଜିଲ୍ଲା ସ୍ତରୀୟ ନିରୀକ୍ଷଣ ଦଳ କୃଷି ଜିଲ୍ଲା ଅଧିକାରୀ ଅନିଲ କୁମାର ପ୍ରହରାଜ ,ବିହନ ନିରୀକ୍ଷକ ଅମିତ୍ କୁମାର ମାଲିକ , ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ କାର୍ଯ୍ୟଳୟ ସ୍କିମ ଅଫିସର ପ୍ରଣୟ କୁମାର ମନ୍ତ୍ରୀ ,ରାମଚନ୍ଦ୍ର ମୁଦୁଲି ବ୍ଲକ କୃଷି ଅଧିକାରୀ ବରୁଣ କୁମାର ଧନପାଲ ପୋଲିସ ଅଧିକାରୀ ବାଲାଜୀ ବେହେରା , ମାଜିଷ୍ଟ୍ରେଟ ଭାବେ ସହକାରୀ ତହସିଲଦାର ସିମାଞ୍ଚଳ ପାତ୍ର ପ୍ରମୁଖ ଆଜି ମଙ୍ଗଳବାର ତେନ୍ତୁଳିଖୁଣ୍ଟି ବ୍ଲକ ର ବିଭିନ୍ନ ଲାଇସେନ୍ସ ପ୍ରାପ୍ତ ବିହନ କେନ୍ଦ୍ର ଓ ଲାଇସେନ୍ସ ବିହୀନ ବିହନ ବିକ୍ରୟକେନ୍ଦ୍ର ଯାଞ୍ଚ କରିଥିଲେ। ପ୍ରାୟ ପନ୍ଦର ରୁ ଉର୍ଦ୍ଧ୍ବ ବିହନ ଓ ସାର ବିକ୍ରୟ କେନ୍ଦ୍ର ଉପରେ ଅଚାନକ ଚଢ଼ାଉ କରାଯାଇ ଦୋକାନ ର ଷ୍ଟକ୍ ସାର,ବିହନ ସମେତ ସମସ୍ତ ବିଲ୍ ଯାଞ୍ଚ କରିଥିଲେ। ତିନି ଜଣ ଙ୍କୁ କାରଣ ଦର୍ଶାଅ ନୋଟିସ୍ ଦିଆଯାଇଛି। ତିନି ଟି କେନ୍ଦ୍ର ସିଲ କରାଯାଇ ସାମଗ୍ରୀ ଜବତ କରାଯାଇଛି। ଲାଇସେନ୍ସ ନ ଥାଇ ବିକ୍ରି କରୁଥିବା କେନ୍ଦ୍ର ଯାଇ ଯାଞ୍ଚ କରିଛନ୍ତି। କୌଣସି କମ୍ପାନୀ ର ବିହନ କୁ ବିନା ଉତ୍ସ ପ୍ରମାଣ ପତ୍ର ରେ ରଖିବା ଓ ବିକ୍ରି କରିବା ଅନୁମତି ନାହିଁ ଯଦି ଉକ୍ତ ବିହନ ବ୍ୟବସାୟ କରନ୍ତି ଲାଇସେନ୍ସ ପ୍ରତ୍ୟାହାର କରାଯିବ ବୋଲି ସମସ୍ତ କେନ୍ଦ୍ର ମାଲିକ ଙ୍କୁ ଚେତାବନୀ ଦେଇଥିଲେ। ଏଭଳି ବିହନ ବିକ୍ରି କରୁଥିବା ତିନି ଜଣ ଙ୍କୁ ବିକ୍ରି ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ସମସ୍ତ ବ୍ୟବସାୟୀ ଦୈନିକ ଷ୍ଟକ୍ ,କାହାର ଦର କେତେ ଉଲ୍ଲେଖ ଥାଇ ବୋର୍ଡ ଝୁଲାଇବେ, ପ୍ରତ୍ୟହ ସାର ଓ ବିହନ ଷ୍ଟକ୍ ପଞ୍ଜୀକୃତ କରିବେ। ସାର ବିକ୍ରୟ କେନ୍ଦ୍ର ଅଲଗା ରଖିବେ ଦୃଷ୍ଟି ରଖିବେ ଯେଭଳି ସାର ଷ୍ଟକ୍ ନିକଟରେ ଖାଦ୍ୟ ସାମଗ୍ରୀ ରହିବ ନାହିଁ। ଚାଷୀ ଯେଭଳି ଡି ବି ଟି ସୁବିଧା ପାଇ ପାରିବେ ସେହି ଦିଗ ପ୍ରତି ସ୍ଵତନ୍ତ୍ର ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଖବର ଲେଖା ଯିବା ପର୍ଯ୍ୟନ୍ତ ଚଢ଼ାଉ ଜାରୀ ରହିଛି। ଚଢ଼ାଉ ବେଳେ ଜିତେନ୍ ଟାକ୍ରୀ,ମଧୁସ୍ମିତା ପତି ,ବନ୍ଦିତା ମହାରଣା , ଏ ଟି ଏମ ବାଳ ଗୋବିନ୍ଦ ସାହୁ ପ୍ରମୁଖ ସହଯୋଗ କରିଥିଲେ।

ଗୋବର୍ଦ୍ଧନ ସାହୁ , ତେନ୍ତୁଳିଖୁଣ୍ଟି

Related posts

ଧବଳେଶ୍ୱର ଉଚ୍ଚ ବିଦ୍ୟାପୀଠ ଦେପୁର 5T ରେ ସାମିଲ

Sunil Chandra Nayak

ଡିବ୍ୟାଙ୍ଗ ଯୁବତୀ ଙ୍କ ଦୁଃଖ ବୁଝିବ କିଏ ? ୯୦ ଶତକଡା ବିକଳାଙ୍ଗ ଥିଲେ ମଧ୍ୟ ଅସହାୟ ୧୯ ବର୍ଷର ଯୁବତୀ ଭତ୍ତା ପାଇବାରୁ ବଞ୍ଚିତ

masiha

ବ୍ଲକ ସ୍ତରୀୟ ବିଜ୍ଞାନ ମେଳା

masiha

Leave a Comment

error: Content is protected !!