ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାସନ୍ତୀ ପାଠାଗାରର ମାସିକ ସାହିତ୍ୟ ଆସର 

ବାସନ୍ତୀ ପାଠାଗାରର ମାସିକ ସାହିତ୍ୟ ଆସର 

ରାଉରକେଲା: ସହରର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ବାସନ୍ତୀ ପାଠାଗାରର ମାସିକ ସାହିତ୍ୟ ଆସର ପାଠାଗାର ପରିସରରେ ଅନୁଷ୍ଠିତ ହୋଇଯାଇଛି। ପାଠାଗାରର ସଭାପତି ଡ଼ଃ ଶକ୍ତିପ୍ରସାଦ ସାମନ୍ତରାୟଙ୍କ ଅଧ୍ୟକ୍ଷତା, ସାଧାରଣ ସମ୍ପାଦକ ଅଜୟ ପ୍ରଧାନଙ୍କ ଆବାହକତ୍ଵ ଓ ସାଂସ୍କୃତିକ ସମ୍ପାଦିକା ସୁଭାଷିନୀ ସାହୁ ଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସୁବାସ ଲେଙ୍କା ଯୋଗ ଦେଇଥିବାବେଳେ ଆଲୋଚକ ଭାବେ ପ୍ରାକ୍ତନ ଅଧ୍ୟକ୍ଷ ଡ଼. ଉମାକାନ୍ତ ପଣ୍ଡା ଯୋଗଦେଇ ଆଲୋଚ୍ୟ ବିଷୟ ବୃହତ୍ତର ପରିବାର ଗଠନ ଏକ ସାମୟିକ ଆବଶ୍ୟକତା ସମ୍ପର୍କରେ ଆଲୋଚନା କରିଥିଲେ। ଶ୍ରୀ ପଣ୍ଡା ତାଙ୍କ ବକ୍ତବ୍ୟରେ କହିଲେ ଯେ କ୍ରମବର୍ଦ୍ଧିଷ୍ଟ୍ନୁ ଜନସଂଖ୍ୟା, ଗଗନଶ୍ଚ୍ୟୁମ୍ବି ମହଙ୍ଗା, ବୃଦ୍ଧି ପାଉଥିବା ଖର୍ଚ୍ଚ ତୁଲାଇବା ବ୍ୟବସ୍ଥା, ନିର୍ବାହସାଧନ ଠୁଳ କରିବାରେ କଷ୍ଟସାଧ୍ୟ ହୋଇଥାଏ | ଏହି ପ୍ରୟାସରେ ବୃହତ୍ତର ପରିବାର ବ୍ୟବସ୍ଥାରେ ସମୟ ଓ ପଇସା ସଂଚୟ ବ୍ୟତୀତ ପ୍ରସନ୍ନତା ବୃଦ୍ଧି କରିବା ଓ ସଦଭାବନାର ବାତାବରଣ ତିଆରି କରିବାର ସୁଖଦ ସମ୍ଭାବନା ଜଡିତ ଅଛି | ଦ୍ବିତୀୟ ପର୍ଯ୍ୟାୟରେ ଗାଳ୍ପିକା ସାବିତ୍ରୀ ସଜ ଶୀର୍ଷକ ଗଳ୍ପ ଏବଂ ଗାଳ୍ପିକ ବିକ୍ରମ ଚନ୍ଦ୍ର ଆଚାର୍ଯ୍ୟ ଏକାଦଶୀ ଉପବାସ ଶୀର୍ଷକ ଗଳ୍ପ ପାଠ କରିଥିଲେ। ତୃତୀୟ ପର୍ଯ୍ୟାୟରେ କଵି କିଶୋରୀ ମୋହନ କର ଏବଂ ସୁଭାଷିନୀ ସାହୁଙ୍କ ସଂଯୋଜନାରେ ଆୟୋଜିତ କବିତା ପାଠୋତ୍ସବ କାର୍ଯ୍ୟକ୍ରମରେ ବ୍ରଜେନ୍ଦ୍ର ଦାଶ, ଆଲୋକ ବୋଷ, ପ୍ରତାପ ପଣ୍ଡା, ଗଦାଧର ରଥ, ସୁବାସ ଚନ୍ଦ୍ର ଲେଙ୍କା, ଗାୟତ୍ରୀ ସେଠି, ଉପେନ୍ଦ୍ର କୁମାର ବସ୍ତିଆ, ଦୀପ୍ତି ମହାନ୍ତି, ଗୀତାଞ୍ଜଳି ମହାରଣା, ସଂଜୀବ ଭୋଇ, ଜ୍ଞାନ ରଞ୍ଜନ ମିଶ୍ର, ମୀନକେତନ ପଶାୟତ, ବଳରାମ ଦାସ, କିଶୋରୀ ମୋହନ କର, ବଳରାମ ଦାଶ, ସୁଭାଷିନୀ ସାହୁ ପ୍ରମୁଖ କବିତା ପାଠ କରିଥିଲେ। ଏହି ଅବସରରେ ଅନ୍ୟ ମାନଙ୍କ ମଧ୍ୟରେ ବିଭୁଦତ୍ତ ବେହେରା, କୈାଶଲ୍ୟା ମହାରଣା, କମଳ ଆଚାର୍ଯ୍ୟ, ପ୍ରିୟା ପାତ୍ର,ଶରତ ଚନ୍ଦ୍ର ରାଉତ, ଶ୍ରୀକାନ୍ତ ପାଣିଗ୍ରାହୀ, ବସନ୍ତ କୁମାର ମହାରଣା, ଗୀତାଞ୍ଜଳି ପାତ୍ର, ପ୍ରକାଶ ଚନ୍ଦ୍ର ପାଢ଼ୀ, ଜଗନ୍ନାଥ ରାଉତ,କାଶୀନାଥ ନନ୍ଦୀ, ସୁବାସ ମହାପାତ୍ର,ପରିସ୍ମିତା ସେଠୀ,ପ୍ରସନ୍ନ ସାବତ, ରବୀନ୍ଦ୍ର ଠାକୁର, ଉମା ଶଙ୍କର ତିୱାରୀ, ଅଜୟ କୁମାର ମହାନ୍ତି, ଦିବାକର ଦାସ, ପ୍ରବୀଣ କୁମାର ଦୁବେ, ବିକ୍ରମ କୁମାର ନାୟକ, ରାଜ ଲକ୍ଷ୍ମୀ ସେନାପତି, ରୀନା ପାତ୍ର, ରାଜେନ୍ଦ୍ରି ପାତ୍ର, ନିରୁପମା ଚାନ୍ଦ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ କବିତା ଦାଶ ଧନ୍ୟବାଦ ଅର୍ପଣ କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ତେନ୍ତୁଳିଖୁଣ୍ଟି ବ୍ଲକ ରେ ଭରଚୁଆଲ ମୋଡ଼ ରେ ମୁଖ୍ୟମନ୍ତ୍ରୀ ଦ୍ୱାରା ଆମ ଓଡ଼ିଶା ନବୀନ ଓଡିଶା ଯୋଜନା ଉଦଘାଟିତ

masiha

ଗୋପାଳପୁର, ମହୁଲଖୋଳି ଗ୍ରାମରେ ହାତୀ ଉପଦ୍ରବ ପନି ପରିବା ଫସଲ ନଷ୍ଟ

Sunil Chandra Nayak

ପଞ୍ଚାୟତ ରେ ପ୍ରଶାନ୍ତ ଙ୍କ ଜନନୀ ସମ୍ପର୍କ ଅଭିଯାନ ଗୋଟିଏ ଲକ୍ଷ୍ୟ ସରକାରୀ ଯୋଜନା ବାବଦରେ ଗ୍ରାମବାସୀ ଙ୍କୁ ସଚେତନତା

masiha

Leave a Comment

error: Content is protected !!