ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସେକ୍ଟର – ୭, କମ୍ୟୁନିଟ ସେଣ୍ଟର ଯୋଗ କେନ୍ଦ୍ରର ୭ତମ ବାର୍ଷିକ ଉତ୍ସବ ପାଳିତ

ସେକ୍ଟର – ୭, କମ୍ୟୁନିଟ ସେଣ୍ଟର ଯୋଗ କେନ୍ଦ୍ରର ୭ତମ ବାର୍ଷିକ ଉତ୍ସବ ପାଳିତ

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ପତାଞ୍ଜଳି ଯୋଗ ପରିବାରର ସେକ୍ଟର ୭, ସ୍ଥିତ କମ୍ୟୁନିଟ ସେଣ୍ଟର୍ ଯୋଗ କେନ୍ଦ୍ରର ୭ମ ବାର୍ଷିକ ଉତ୍ସବ କମ୍ୟୁନିଟି ସେଣ୍ଟର୍ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିଲା । ସର୍ବ ପ୍ରଥମ ପୁରୋହିତ ଅରବିନ୍ଦ ପଣ୍ଡାଙ୍କ ଦ୍ଵାରା ସମସ୍ତଙ୍କ ମଙ୍ଗଳ ସକାଶେ ପବିତ୍ର ହୋମ ଯଜ୍ଞ ସମ୍ପନ୍ନ କରାଯାଇଥିଲା । ରାଉରକେଲା ଇସ୍ପାତ କାରଖାନା କ୍ରୀଡା ବିଭାଗର ଉପ ପ୍ରବନ୍ଧକ ରଘୁନନ୍ଦନ ପାଢ଼ୀ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିଥିଲେ । ସୁଭଦ୍ରା ସାହୁ ଓ ସବିତା ପ୍ରଧାନ ଗୁରୁବନ୍ଦନା ଗାନ କରିଥିବା ବେଳେ ସ୍ଵାଗତ ସଙ୍ଗୀତ କୁ ମିରାରାଣୀ ରାଉତ, କନକଲତା ସ୍ୱାଇଁ, ସନ୍ଧ୍ୟା ବେହେରା, ଲିପିନା ବିଶ୍ଵାଳ, ସବିତା ପ୍ରଧାନ, ସୁଭଦ୍ରା ସାହୁ, ସଂଯୁକ୍ତା ସେଠୀ, ସାଲମି ଟିଗା ଗାନ କରିଥିଲେ । ମୁଖ୍ୟଅତିଥି ଶ୍ରୀ ପାଢ଼ୀ ତାଙ୍କ ବକ୍ତବ୍ୟରେ ଯୋଗ ଏକ କର୍ମ , ଅଧିକ ଲୋକଙ୍କୁ ଯୋଡିବା ଓ ଯୋଗର ଆବଶ୍ୟକତା ଓ ଉପକାରିତା ଉପରେ ଅବଗତ କରାଇବା ପାଇଁ ଚେଷ୍ଠା କରିବାକୁ ପରାମର୍ଶ ଦେଇଥିଲେ। ରାଜ୍ୟ ସହ ପ୍ରଭାରୀ ଅକ୍ରୁର ମାର୍ଥା ମୁଖ୍ୟବକ୍ତା ଭାବେ ଯୋଗ ଦେଇ ତାଙ୍କ ମାର୍ଗ ଦର୍ଶନରେ ଯୋଗର ଆବଶ୍ୟକତା ଉପରେ ଆଲୋକ ପାତ କରିବା ସହିତ ଦେଶର ଆର୍ଥିକ ଅଗ୍ରଗତି ଓ ପ୍ରଗତିରେ ଯୋଗର ଅବଦାନ ଉପରେ ଚର୍ଚ୍ଚା କରିଥିଲେ । ଜିଲ୍ଲା ମହିଳା ପ୍ରଭାରୀ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ନିତମ୍ବିନି ସ୍ୱାଇଁ, ବି ଏସ ଟି ପ୍ରଭାରୀ ନରେନ୍ଦ୍ର ବେହେରା, , ଜିଲ୍ଲା ପତାଞ୍ଜଳି ଯୋଗ ସମିତି ପ୍ରଭାରୀ ପ୍ରଦୀପ୍ତ ସାହୁ, ଜିଲ୍ଲା ମିଡିଆ ପ୍ରଭାରୀ ଗଙ୍ଗାଧର ଦାଶ , ଜିଲ୍ଲା ମହିଳା ସୋସିଆଲ ମିଡିଆ ପ୍ରଭାରୀ ଆରତୀ କର, ବରିଷ୍ଠ ଯୋଗ ଶିକ୍ଷକ ବୁଲେଣ୍ଡୁ ଶେଖର ଦୁବେ, ଜିଲ୍ଲା ସମ୍ବାଦ ପ୍ରଭାରୀ କୌଶଲ୍ୟା ପୃଷ୍ଟି ଆଦି ଯୋଗର ଉପକାରିତ ଓ ପ୍ରଚାର ପ୍ରସାର ଉପରେ ଆଲୋଚନା କରିଥିଲେ । ଏହି କେନ୍ଦ୍ରର ଯୋଗ ଶିକ୍ଷକ ଓ ସାଧିକା ସବିତା ପ୍ରଧାନ, ଆଶାଲତା ସାହୁ, ସୁଭଦ୍ରା ସାହୁ, ସଂଯୁକ୍ତା ସେଠୀ, ଶୈଳଜା ପଣ୍ଡା, କୁଞ୍ଜଲତା ସେଠୀ, ସୁଦ୍ଧା ବଡାଇକ, ଲିପୀନା ବିଶ୍ଵାଳ, ସନ୍ଧ୍ୟା ବେହେରା, କନକ ସ୍ୱାଇଁ, ସାଲମି ଟିଗା, ଆଶିଷ ଦାଶ ଓ ନିଉତ୍ ଲତା ପାତ୍ର ମାନେ ଅତି ସୁନ୍ଦର ଭାବରେ ଯୋଗ ନୃତ୍ୟ ପରିବେଷଣ କରି ସମସ୍ତଙ୍କୁ ମନମୁଗ୍ଧ କରିଥିଲେ । ଏହି କେନ୍ଦ୍ରର ବରିଷ୍ଠ ଯୋଗ ଶିକ୍ଷକ ଆଶାଲତା ସାହୁ ଓ ସବିତା ପ୍ରଧାନ କାର୍ଯ୍ୟକ୍ରମକୁ କରିବାପାଇଁ ସମସ୍ତ ସହଯୋଗ କରିଥିବା ବେଳେ , ପ୍ରୀତି ନନ୍ଦା ଚୌଧୁରୀ ମଞ୍ଚ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଯୋଗ ଶିକ୍ଷକ ମନୋରମା ରାଉତ, ତପସ୍ଵିନୀ ସାହୁ, ଅନୁସୁୟା ବାରିକ, କଳ୍ପନା ପଣ୍ଡା , ପ୍ରତିମା ରାଉତ, ରେଣୁ ଖଣ୍ଡଲୱାଲ, ଗୀତାଞ୍ଜଳି ବେହେରା, ବିଜୟଲକ୍ଷ୍ମୀ ମହାନ୍ତ, ସୀତା ମୂର୍ମୁ, ମମତା ମହାନ୍ତି, ମନ୍ଦୀରା ମିଶ୍ର, ଅନ୍ନପୂର୍ଣ୍ଣା ବେହେରା, ବବିତା ଦାଶ, ସତ୍ୟଜିତ ସେଠୀ, ନଳିନୀ ଟୀଗା, ଆଦି ବହୁ ଉପସ୍ଥିତ ଥିଲେ । ଉପସ୍ଥିତ ଅତିଥି ବୃନ୍ଦ ବିଭିନ୍ନ ଯୋଗ ପ୍ରତିଯୋଗିତାରେ ବିଜୟୀଙ୍କୁ ଉତ୍ତରୀୟ ଓ ଫଳକ ଦେଇ ପୁରସ୍କୃତ କରାଯାଇଥିଲା ବୋଲି ଜିଲ୍ଲା ମିଡିଆ ପ୍ରଭାରୀ ଶ୍ରୀ ଦାଶ ଏକ ପ୍ରେସ ବିବୃତିରେ ଜଣାଇଛନ୍ତି । 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

କାମାକ୍ଷାନଗରରେ ଆମ୍ବେଦକର ଜୟନ୍ତୀ ପାଳିତ 

Sunil Chandra Nayak

ବିଷାକ୍ତ ସର୍ପ ପାଣିରେ ମରି ପଡିବା ଯୋଗୁଁ ପାଣି ପାଇଁ ନ ଖାଇ ରହିଲେ,ସବୁ ସେବା ଗ୍ରାମରେ ଠପ୍ ?

Sunil Chandra Nayak

ରାଇରଙ୍ଗପୁରରେ ଆସନ୍ତା ସାଧାରଣ ନିର୍ବାଚନ ଉପଲକ୍ଷେ ସମ୍ବେଦନଶୀଳ ବୁଥ୍ ଚିହ୍ନଟ ନେଇ ପ୍ରସ୍ତୁତି ବୈଠକ

masiha

Leave a Comment

error: Content is protected !!