ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଵିଜାତଳା ବ୍ଳକ; ମଢେଇକଚା ପଞ୍ଚାୟତ;ବଡ଼ବିଲ ଗାଁ କୁ ରାସ୍ତା କାମ ଆରମ୍ଭ / ଦୁର୍ଗମ ଅଂଚଳରେ ରାସ୍ତା ନିର୍ମାଣ ନେଇ ରାମଦୋଳି ଯୁବକ ସଂଘ ର ଜିଲ୍ଲାପାଳଙ୍କଠାରେ ୩ ଥର ଲିଖିତ ଦାବି ପୂରଣ ପରେ ପ୍ରଶାସନ ତତ୍ପର 

ଵିଜାତଳା ବ୍ଳକ; ମଢେଇକଚା ପଞ୍ଚାୟତ;ବଡ଼ବିଲ ଗାଁ କୁ ରାସ୍ତା କାମ ଆରମ୍ଭ / ଦୁର୍ଗମ ଅଂଚଳରେ ରାସ୍ତା ନିର୍ମାଣ ନେଇ ରାମଦୋଳି ଯୁବକ ସଂଘ ର ଜିଲ୍ଲାପାଳଙ୍କଠାରେ ୩ ଥର ଲିଖିତ ଦାବି ପୂରଣ ପରେ ପ୍ରଶାସନ ତତ୍ପର 

 ମୟୂରଭଞ୍ଜ – ୩/୦୬ — ମୟୂରଭଞ୍ଜ ଜିଲ୍ଲା ଏକ ଆଦିବାସୀ ବହୁଳ ଜିଲ୍ଲାରେ ଥିବା ବହୁ ଗ୍ରାମ ଏବେବି ପ୍ରଶାସନ ଦୃଷ୍ଟି ଆଢ଼ୁଆଳରେ ରହିଛି। ବହୁ ଗ୍ରାମରେ ଉତ୍ତମ ସଡ଼କ ସଂଯୋଗ, ପାନୀୟଜଳ ଯୋଗାଣ ସ୍ବପ୍ନ ପାଲଟିଛି।ବିଜାତଳା ବ୍ଲକ ମଢେଇକଚା ପଞ୍ଚାୟତର ଦୁର୍ଗମ ବଣ, ଜଙ୍ଗଲ ,ନଦୀ ନାଳ ଘେରା ଆଦିବାସୀ ଅଧ୍ୟୁଷିତ ବଡ଼ବିଲ ଗ୍ରାମ ହେଉଛି ଉଦାହରଣ। ଗ୍ରାମ ରେ ୪୦ରୁ ଉର୍ଦ୍ଧ ଆଦିବାସୀ ପରିବାର ବସବାସ କରୁଥିବା ବେଳେ ୨ଶହରୁ ଉର୍ଦ୍ଧ ଭୋଟର ସଂଖ୍ୟା। ଗ୍ରାମରେ ସଡ଼କ ସଂଯୋଗ ନ ଥିବାରୁ ଲୋକେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି।ଗ୍ରାମ ଠାରୁ ମଢେଇକଚା ପଂଚାୟତ କାର୍ଯ୍ୟାଳୟ ୮କି.ମି ଦୂର ଭତ୍ତା, ରାସନ୍ ସାମଗ୍ରୀ କିମ୍ବା ଅନ୍ୟ କୌଣସି କାମ ପାଇଁ ପଂଚାୟତ କାର୍ଯ୍ୟାଳୟ କୁ ଯିବାକୁ ହେଲେ ବିଶିଷ୍ଟ ପାହାଡ଼ ଜଙ୍ଗଲ ଘେରା ରାସ୍ତା ଦେଇ ଯିବାକୁ ପଡୁଛି। ଭତ୍ତା ଆଣିବାକୁ ଯାଉଥିବା ଵୃଦ୍ଧ, ବୃଦ୍ଧା ଅଧିକ ଅସୁବିଧା ଭୋଗୁଛନ୍ତି। ସେହିପରି ବ୍ଲକର ମୂଖ୍ୟ ବିଜାତଳାକୁ ଯିବା ପାଇଁ ହେଲେ ଗ୍ରାମବାସୀଙ୍କୁ ରାଇରଙ୍ଗପୁର ଦେଇ ପ୍ରାୟ ୩୦କି.ମି ବାଟ ଅତିକ୍ରମ କରିବାକୁ ପଡୁଛି। ଜରୁରୀ ପରିସ୍ଥିତି ରେ ବିଜାତଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କିମ୍ବା ପଞ୍ଜାୟତ ସମିତି କାର୍ଯ୍ୟାଳୟ କୁ ଆସିବା ପାଇଁ ହେଲେ ବଡ଼ବିଲ ଗ୍ରାମବାସୀ ୩୦କି.ମି ରାସ୍ତା ବୁଲିବାକୁ ପଡ଼ିଥାଏ। ଏହି ଅଂଚଳର ରାସ୍ତା ନିର୍ମାଣ ପାଇଁ ବ୍ଳକର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ‘ରାମଦୋଳି ଯୁବକ ସଂଘ ‘ଏହି ରାସ୍ତା ପାଇଁ ଜିଲ୍ଲାପାଳ ଙ୍କୁ ତିନି ତିନି ଥର ଲିଖିତ ଦାବି ପତ୍ର ପ୍ରଦାନ କରିଥିଲେ ଏବଂ ଗ୍ରାମବାସୀ ମାନେ ମଧ୍ୟ ନିଜ ଗାଁକୁ ରାସ୍ତା ହେବା ପାଇଁ ସରକାର ପାଖରେ ରେ ଦାବି କରିଥିଲେ l ବିଳମ଼ବରୃ ହେଲେ ମଧ୍ୟ ପ୍ରଶାସନ ଗବଡବିଲ ଅଂଚଳର ଗମନାଗମନ ସମସ୍ୟାକୁ ଧ୍ୟାନ ଦେଇ ରାସ୍ତା ନିର୍ମାଣ ଅନୁମତି ଦେବାସହ କାର୍ଯ୍ୟାରମ୍ଭ କରାଇଛନ୍ତ lରାସ୍ତା ନିର୍ମାଣ ନେଇ ଗ୍ରାମବାସୀ ଖୁସି ବ୍ୟକ୍ତ ପ୍ରକାଶ କରିବା ସହ ପ୍ରଶାସନକୁ କୃତଜ୍ଞତା ଜଣାଇଛନ୍ତି । ବଡ଼ବିଲ ଗ୍ରାମବାସୀ ପାଇଁ ଏହି ରାସ୍ତା ଅତି ଗୁରୁତ୍ୱପୂର୍ଣ ଅଟେ l

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ରାଉରକେଲା ପୁଲିସ ଏବଂ ଏନ୍ଆଇଟି ରାଉରକେଲା ମଧ୍ୟରେ ବୁଝାମଣା ପତ୍ର ସ୍ଵାକ୍ଷରିତ

Sunil Chandra Nayak

ଏପ୍ରିଲ ୨୩ ରୁ ଜିଲ୍ଲା ସ୍ତରୀୟ ପାଲା ସମ୍ମିଳନୀ

masiha

ଗୁମାକିଆ ବିଦ୍ୟାଳୟର ଦ୍ୱିତୀୟ ବାର୍ଷିକ ଉତ୍ସବ 

masiha

Leave a Comment

error: Content is protected !!