ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉମାକାନ୍ତ ଦାସ ଙ୍କ କବିତା ନୀଳାଚଳ ଧାମ

ଜୟ ମାଆ ବିରଜା

ନୀଳାଚଳ ଧାମ

ଉମାକାନ୍ତ ଦାସ

 

ନୀଳାଚଳ ଧାମ ସେହି ଶଙ୍ଖ କ୍ଷେତ୍ର

କେଉଁ କାଳୁ ବିରାଜିତ ,

ଉତ୍କଳ ପୁଷ୍କରେ ପୁରୀ କମଳରେ

କେଶର ସେ ଜଗନ୍ନାଥ ।।

 

ଓଡ଼ିଆ ଜାତିର ଅଟେ ମଥାମଣି

ବିଶ୍ବରେ ସିଏ ପୂଜିତ ,

ହିନ୍ଦୁ ଧର୍ମେ ଧାମ ଗରବ ଗୌରବ

ଜଗତେ ଉଡଇ ନେତ ।।

 

ସେ ଧାମର ରେଣୁ ଯା ମୁଣ୍ଡେ ବାଜଇ

ହୋଇଯାଏ ସିଏ ମୁକ୍ତ ,

ବଳରାମ ଦାଶ ନୀଳାଚଳେ ଯାଇ

ହୋଇଲେ ମହା ପଣ୍ଡିତ ।।

 

ଭକ୍ତ ସାଲବେଗ ଦାସିଆ ବାଉରୀ 

ନୀଳାଚଳେ ବଡ଼ ଭକ୍ତ ,

ନାହିଁ ସେଠାବରେ ଭେଦ ଭାବ କିଛି

ପ୍ରମାଣ ଅଛି ବହୁତ ।।

 

କୈବଲ୍ଯ ହାଟରେ ଏକା ସାଥେ ବସି

ଖାଆନ୍ତି ଅବଢ଼ା ଭାତ ,

ଖାଇ ସାରି ମୁଣ୍ଡେ ଅତି ଶରଧାରେ

ପୋଛି ଥାନ୍ତି ନିଜ ହାତ ।।

 

ଉମାକାନ୍ତ ଅଟେ ଅଜ୍ଞ ନରଟିଏ

ଜାଣି ନାହିଁ କିଛି ସେତ,

ନୀଳାଚଳ ଧାମ ଗୁପ୍ତ ରହସ୍ୟକୁ

କହି ଦିଅ ଜଗନ୍ନାଥ ।।

 

ଜୟ ଜଗନ୍ନାଥ, ଜୟ ଜଗନ୍ନାଥ ,ଜୟ ଜଗନ୍ନାଥ 

ଲାଲବାଗ ,ଖାନନଗର

ମଙ୍ଗଳ ପୁର ,ଯାଜପୁର

 

Related posts

ଚନ୍ଦ୍ରକଳାଦେବୀ ଙ୍କ କବିତା ଅକ୍ଷୟ ତୃତୀୟା   

କୈଳାସ ଚ଼ନ୍ଦ୍ର ପାଢ଼ୀ ଙ୍କ କବିତା ।। ପ୍ରହସନ ।।

Sunil Chandra Nayak

ବ୍ଲକସ୍ତରୀୟ ମିଶନଶକ୍ତି ଋଣ ମେଳା

Sunil Chandra Nayak

Leave a Comment

error: Content is protected !!