ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସମାରୋହ

ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସମାରୋହ

ଭବାନୀପାଟଣା – କଳାହାଣ୍ଡି ଜିଲ୍ଲା ଜୟପାଟଣା ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ପରିସରରେ ବିଶିଷ୍ଟ ଶିକ୍ଷାବିତ୍ ତଥା ଜୟପାଟଣା ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ପ୍ରେମ ନାରାୟଣ ପଣ୍ଡା ଓ ସଂସ୍ଥାପନ ଅଧିକାରୀ ଶ୍ରୀ ଶୋଭାରାମ ଜାଲଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଅଛି। ଏ ଅବସରରେ ଆୟୋଜିତ ସଭାରେ ଗୋଷ୍ଠୀ ସାଧନ କେନ୍ଦ୍ର ସାଂଯୋଜକ ତଥା ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ସୁରେନ୍ଦ୍ର ମୋହନ ଯୋଶୀ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ କଲାହାଣ୍ଡି ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ରାଧାକାନ୍ତ ଛତ୍ରୀ ସମ୍ମାନୀତ ଅତିଥି ଭାବେ ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ଶ୍ରୀ ଦୁଷ୍ମନ୍ତ ଶେଖର ପାଢ଼ୀ ବିଦାୟୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରେମ ନାରାୟଣ ପଣ୍ଡା, ସଂସ୍ଥାପନ କର୍ମଚାରୀ ଶୋଭାରାମ ଜାଲ ପ୍ରମୁଖ ମଂଚାସୀନ ଥିଲେ। ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ପଣ୍ଡା ଅତିଥି ମାନଙ୍କ ପରିଚୟ ପ୍ରଦାନ ଓ ସ୍ଵାଗତ ଅଭିଭାଷଣ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ ରେ ଅତିରକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରଭାତ କୁମାର ଖମାରୀ ପ୍ରାଥମିକ ଶିକ୍ଷକ ସଙ୍ଘ ସଭାପତି ଶ୍ରୀ ପ୍ରମୋଦ କୁମାର ଠାକୁର ସମ୍ପାଦକ ଶ୍ରୀ ଲଳିତ କୁମାର ନାଏକଙ୍କ ସମେତ ଗୋଷ୍ଠୀ ଶିକ୍ଷା ଅଧିକାରୀ କଳମପୁର ସୁଶ୍ରୀ ମଧୁସ୍ମିତା ନାଏକ କୋକସରା ଶ୍ରୀ ମହେଶ ଭାଟି ଜୁନାଗଡ଼ ଶ୍ରୀ ତପନ ମାଝୀ ଧର୍ମଗଡ଼ ପଙ୍କଜିନୀ ମାଝୀ ଉପସ୍ଥିତ ଥିବା ବେଳେ କଳାହାଣ୍ଡି ଜିଲ୍ଲାର ବହୁ ଶିକ୍ଷାବିତ ମାନ୍ୟଗଣ୍ୟ ବ୍ୟକ୍ତି ତଥା ବିଦାୟୀ ଅଧିକାରୀଙ୍କ ପରିବାରବର୍ଗ ଉପସ୍ଥିତ ଥିଲେ ଏହି ସମାରୋହଟିକୁ ବାର ଜଣ ସିଆରସିସି କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ପରିଚାଳନା କରିଥିଲେ।ବିଦାୟୀ ସମାରୋହ ରେ ଏକ ଭାବବିହ୍ବଳ ପରିବେଶ ସୃଷ୍ଟି ହୋଇଥିଲା। 

ଅର୍ଜୁନ ପଟ୍ଟନାୟକ ,ସହ ସମ୍ପାଦକ ଙ୍କ ରିପୋର୍ଟ୍ 

Related posts

ଏଥଲେଟିକ୍ସ ଚାମ୍ପିୟନସିପରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ଅଶୋକ ବିଶ୍ବାଳଙ୍କୁ ଅର୍ଜିନାଲ ପାଓ୍ବାର କ୍ଲବ ପକ୍ଷରୁ ସମ୍ମାନିତ

Sunil Chandra Nayak

ଘୁମାଳ ଗାଁରେ ଵୀର ଶହୀଦ ଗଙ୍ଗା ନାରାୟଣ ସିଂଙ୍କ ୨୨୩ ତମ ଜନ୍ମ ଜୟନ୍ତୀ ସମାରୋହର

Sunil Chandra Nayak

ବାଣପୁର ଗସ୍ତରେ ପୂର୍ବତନ ଖୋର୍ଦ୍ଧା ଜିଲ୍ଲା ଏଡିଏମ ମନୋଜ କୁମାର ପାଢ଼ୀ

Leave a Comment

error: Content is protected !!