ବାଣିଜ୍ୟ ଓ ପରିବହନ ବିଭାଗ ର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକ୍ରମର ଲୋକାର୍ପଣ ଓ ଶିଳାନ୍ୟାସ
ଶ୍ରୀ ଜଗନ୍ନାଥ ଏକ୍ସପ୍ରେସ୍ ବସର ନୂତନ ରୁଟ, ସମ୍ମନ୍ଵିତ ପରିବହନ ପରିଚାଳନା ବ୍ୟବସ୍ଥା,ସ୍ଵୟଂ କ୍ରୀୟ ପରୀକ୍ଷଣ ବ୍ୟବସ୍ଥା ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ନବରଙ୍ଗପୁର :(୩/୬/୨୦୨୫) (ରବି ନାରାୟଣ ମହାନ୍ତି)ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ଵାରା ବାଣିଜ୍ୟ ଓ ପରିବହନ ବିଭାଗ ର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟକ୍ରମର ଲୋକାର୍ପଣ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଯାଇଛି।ଲୋକସେବା ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଶ୍ରୀ ଜଗନ୍ନାଥ ଏକ୍ସପ୍ରେସ ଅଧିନରେ ୮ ଟି ନୂତନ ରୁଟ ରେ ବସ ସେବା ଆରମ୍ଭ ସହ ରାଜ୍ୟର ୨୧ ଟି ସ୍ଥାନରେ ସ୍ୱୟଂଚାଳିତ ଯାନଚାଳନା ପରୀକ୍ଷଣ ବ୍ୟବସ୍ଥା ର ଶିଳାନ୍ୟାସ କରିଥିଲେ। ମୁଖ୍ୟମନ୍ତ୍ରୀ ଶୁନ ଦୁର୍ଘଟଣା ଦିବସ ର ଲୋଗୋ ଏବଂ ମାସ୍କଟ ଉନ୍ମୋଚନ କରିଥିଲେ। ଏହି ନୂତନ ମାର୍ଗ ଶ୍ରୀ ଜଗନ୍ନାଥ ଏକ୍ସପ୍ରେସ ଅଧିନରେ ନବରଙ୍ଗପୁର ଜିଲ୍ଳା ସାମିଲ ହୋଇଛି। ନବରଙ୍ଗପୁର ଜିଲ୍ଲା ର ରାଇଘର ଠାରୁ ହାଇଦ୍ରାବାଦ ପର୍ଯ୍ୟନ୍ତ ସମ୍ପୂର୍ଣ ଶୀତ ତାପ ନିୟନ୍ତ୍ରଣ ଥିବା ଶ୍ରୀ ଜଗନ୍ନାଥ ଏକ୍ସପ୍ରେସ୍ ସୁପର ପ୍ରିମିୟମ ଭଲଭୋ ବସ ସେବାର ଭର୍ଚୁଆଲ୍ ମାଧ୍ୟମରେ ଶୁଭାରମ୍ଭ କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି । ଆଭାସି ମାଧ୍ୟମ ରେ ନବରଙ୍ଗପୁର ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ପରିସରରେ ଓସ୍ୱାନ ହଲ୍ ଏବଂ ଆୟୋଜିତ ସଭା କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଡଃ ଶୁଭଙ୍କର ମହାପାତ୍ର ଯୋଗଦେଇଥିଲେ ଏବଂ ନୂତନ ବସ ର ପୂଜାର୍ଚ୍ଚନାରେ ସାମିଲ ହୋଇ ଶୁଭମନାସି ଥିଲେ। ଏହି ବସ ପ୍ରତିଦିନ ସନ୍ଧ୍ୟା ୪.୩୦ ସମୟରେ ବାହାରି ଉମରକୋଟ, ନବରଙ୍ଗପୁର, ଜୟପୁର, ମାଲାକନଗିରି, ମୋଟୁ, ଭଦ୍ରାଚାଲମ ଏବଂ ଖମ୍ମମ ଦେଇ ସକାଳ ୫.୦୦ ଘଣ୍ଟା ସମୟରେ ହାଇଦ୍ରାବାଦ ଠାରେ ପହଁଞ୍ଚିବ ବୋଲି ଜିଲ୍ଲା ପରିଚାଳକ, ଓଡିଶା ରାଜ୍ୟ ସଡକ ପରିବହନ ନିଗମ, ନବରଙ୍ଗପୁର ସନ୍ତୋଷ କୁମାର ନାୟକଙ୍କ ଠାରୁ ପ୍ରକାଶ l ଏହି ବସ ସେବାରେ ମହିଳା ଯାତ୍ରୀ ମାନଙ୍କୁ ଟିକେଟ ଦର ଉପରେ ୫୦ ପ୍ରତିଶତ ରିହାତି ଅଛି ବୋଲି ନାୟକ କହିଥିଲେ lଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ଖୁଣ୍ଟିଆ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ନବରଙ୍ଗପୁର, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବଟକୃଷ୍ଣ ମିଶ୍ର, ଆଂଚଳିକ ପରିବହନ ଅଧିକାରୀ ଜିତେନ୍ଦ୍ର କୁମାର ଭୋଇ, ଅଧିକ୍ଷଣ ଯନ୍ତ୍ରୀ ( ଟି ପି ଏସ ଓ ଡି ଏଲ) ଅଶୋକ କୁମାର ରାଉତ,ଡେପୁଟି କଲେକ୍ଟର( ଉପ ଜିଲ୍ଲାପାଳ କାର୍ଯ୍ୟାଳୟ)ଜ୍ୟୋତିରଣୀ ରଥ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋଜ କୁମାର ବେହେରା, ନିର୍ବାହୀ ଅଧିକାରୀ, ପୌରପାଳିକା ସମରେଶ ମହାନ୍ତି ,ନବରଙ୍ଗପୁର ଜରୁରୀ ଶାଖା ଏସ ଓ ବାଲାଜୀ ସାହୁ, ପ୍ରମୁଖ ଉପସ୍ଥିତ ଥିଲେ। ରାଇଘର ଠାରୁ ହାଇଦ୍ରାବାଦ ଦୀର୍ଘ ୭୫୨ କିଲୋମିଟର ଦୂରତା ଅତିକ୍ରମ କରିବାକୁ ଥିବା ଏହି ଶୀତ ତାପ ନିୟନ୍ତ୍ରିତ ସୁବ୍ୟବସ୍ଥିତ ବସଟିରେ ୪୨ ଜଣଙ୍କ ନିମନ୍ତେ ସିଟ୍ ବ୍ୟବସ୍ଥା ରହିଛି ଏଥିରେ ଯିବାକୁ ହେଲେ ଅନଲାଇନ୍ରେ ଟିକେଟ୍ କରିବାକୁ ପଡିବ। ଅନଲାଇନ ଟିକେଟର ମୂଲ୍ୟ ପୁରୁଷଙ୍କ ପାଇଁ ୧୬୫୦ ଟଙ୍କା ରହିଥିବା ବେଳେ ମହିଳାମାନଙ୍କ ପାଇଁ ୫୦ ପ୍ରତିଶତ ରିହାତି ମୂଲ୍ୟରେ ୮୬୧ଟଙ୍କା ରଖାଯାଇଥିବା ଜଣାପଡିଛି । ରାଇଘର ଠାରୁ ହାଇଦ୍ରାବାଦ ଯିବା ପାଇଁ ସିଧାସଳଖ କୈାଣସି ସରକାରୀ ବସ ସେବା ନ ଥିବା ବେଳେ ଶ୍ରୀ ଜଗନ୍ନାଥ ଏକ୍ସପ୍ରେସରେ ଜଣେ ଲୋକ ନିଜ ପରିବାର ସହ ସୁରକ୍ଷିତ ଭାବେ ହାଇଦ୍ରାବାଦରେ ପଂହଚି ପୁଣି ବସରେ ଫେରିବାର ସୁଯୋଗ ପାଇପାରିବେ । ଭର୍ଚୁ ଆଲ ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ “ସୁରକ୍ଷିତ ଘରକୁ ଫେରନ୍ତୁ’ ଉପରେ ଗୁରୁତ୍ବ ଦେଇ ଏହି ଯୋଜନାର ଆଭିମୁଖ୍ୟ ସଂପର୍କରେ ନିଜର ବାର୍ତା ଦେଇଥିବା ବେଳେ ମାନ୍ୟବର ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା ପରିବହନ ସମ୍ବନ୍ଧୀୟ ଜନହିତକର ତଥ୍ୟ ପ୍ରକାଶ କରିଥିଲେ । ନବରଙ୍ଗପୁର ଜିଲ୍ଳାବାସୀ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ହୃଦୟ ର ସହ କୃତଞତା ଜଣାଇଛନ୍ତି ।
ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍

