ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସୁନ୍ଦରଗଡ଼ ଠାରେ ନିରନ୍ତର ବିକାଶ ଲକ୍ଷ୍ୟ ସମ୍ବନ୍ଧୀୟ ତାଲିମ ଶିବିର ଅନୁଷ୍ଠିତ

ସୁନ୍ଦରଗଡ଼ ଠାରେ ନିରନ୍ତର ବିକାଶ ଲକ୍ଷ୍ୟ ସମ୍ବନ୍ଧୀୟ ତାଲିମ ଶିବିର ଅନୁଷ୍ଠିତ

ସୁନ୍ଦରଗଡ଼: ୦୪/୦୬/୨୫- ଆଜି ସ୍ଥାନୀୟ ବିକାଶ ଭବନ ଠାରେ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଏବଂ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମାନଙ୍କ ନିମନ୍ତେ ସଷ୍ଟେନେବଲ୍ ଡେଭେଲପ୍ମେଣ୍ଟ ଗୋଲ୍ ବା ନିରନ୍ତର ବିକାଶ ଲକ୍ଷ୍ୟ ସମ୍ବନ୍ଧୀୟ ଜିଲ୍ଲା ସ୍ତରୀୟ ତାଲିମ କାର୍ଯ୍ୟକ୍ରମ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ସୁରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । 

ଏହି ତାଲିମ ଶିବିରରେ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ସାହୁ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ମାନଙ୍କୁ ଏବଂ ସମସ୍ତ ଗୋଷ୍ଠି ଉନ୍ନୟନ ଅଧିକାରୀ ମାନଙ୍କୁ ନିରନ୍ତର ବିକାଶ ଲକ୍ଷ୍ୟରେ ଥିବା ୧୭ ଗୋଟି ଲକ୍ଷ୍ୟ, ତତ୍ ସମ୍ବନ୍ଧିତ ୧୬୯ ଗୋଟି ଟାର୍ଗେଟ ଏବଂ ଏହି ଟାର୍ଗେଟ ମାନଙ୍କ ସହ ଜଡ଼ିତ ୩୧୧ ଇଣ୍ଡିକେଟର ବା ସୂଚକାଙ୍କ, ସହସ୍ରାବ୍ଦୀ ବିକାଶ ଲକ୍ଷ୍ୟ ରୁ ନିରନ୍ତର ବିକାଶ ଲକ୍ଷ୍ୟ କୁ ପରିବର୍ତ୍ତନ ଆଦି ବିଷୟରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରିଥିଲେ। 

ଭାରତ ସରକାରଙ୍କ ପରିସଂଖ୍ୟାନ ଓ କାର୍ଯ୍ୟାନ୍ଵୟନ ବିଭାଗ ଏବଂ ନୀତି ଆୟୋଗ ଦ୍ଵାରା କିପରି ଭାବରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସ୍ଥିତି ଅନୁଧ୍ୟାନ କରାଯାଇଥାଏ ଏବଂ ଏହା ଜରିଆରେ ବିଭିନ୍ନ ରାଜ୍ୟ ତଥା ଜିଲ୍ଲା ମାନଙ୍କୁ ଭିନ୍ନ ଭିନ୍ନ ସୂଚକାଙ୍କର ମୂଲ୍ୟାଙ୍କନ ଜରିଆରେ ସେମାନଙ୍କ ବିଭିନ୍ନ ବର୍ଗୀକରଣ କରାଯାଇଅଛି, ଯେମିତି କି ୯୦ ରୁ ଅଧିକ ମାର୍କ ରଖିଥିବା ଜିଲ୍ଲା କୁ ସଫଳତା ହାସଲକାରୀ, ୭୫ ରୁ ୯୦ ଭିତରେ ମାର୍କ ରଖିଥିବା ଜିଲ୍ଲା କୁ ଆଗ ଧାଡ଼ି ର ଧାବକ, ୬୦ ରୁ ୭୫ ଭିତରେ ମାର୍କ ରଖିଥିବା ଜିଲ୍ଲା କୁ ପ୍ରଦର୍ଶକ , ୪୦ ରୁ ୬୦ ଭିତରେ ଥିଲେ ଆକାଂକ୍ଷୀ ଏବଂ ୪୦ ରୁ କମ୍ ମାର୍କ ଥିଲେ ଆରମ୍ଭକାରି ଆଦି।  

ଏହି ତାଲିମ କାର୍ଯ୍ୟକ୍ରମରେ ଜିଲ୍ଲା ଯୋଜନା କାର୍ଯ୍ୟାଳୟର ସହକାରୀ ନିର୍ଦ୍ଦେଶକ ଶ୍ରୀ ପ୍ରଦୀପ କୁମାର ତିର୍କୀ ନୀତି ଆୟୋଗ ଦ୍ଵାରା ପ୍ରକାଶିତ ଭିନ୍ନ ଭିନ୍ନ ସୂଚକାଙ୍କରେ ଓଡ଼ିଶାର ମୂଲ୍ୟାଙ୍କନ ତୁଳନାରେ ବିଭିନ୍ନ ଜିଲ୍ଲା ମାନଙ୍କ ଉନ୍ନୟନ ମୂଳକ ସ୍ଥିତି ସମ୍ବନ୍ଧରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଆକାଂକ୍ଷୀ ବ୍ଲକ ଭାବରେ ଚିହ୍ନଟ ହୋଇଥିବା ବାଲିଶଙ୍କରା ଓ ନୂଆଗାଁ ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ମାନେ ଉକ୍ତ କାର୍ଯ୍ୟକ୍ରମ ମାଧ୍ୟମରେ ବିଭିନ୍ନ ତଥ୍ୟ ସଂଗ୍ରହ ସମୟରେ କିଭଳି ଆହ୍ଵାନର ସମ୍ମୁଖୀନ ହେବାକୁ ପଡିଥାଏ ସେ ସମ୍ବନ୍ଧରେ ଆଲୋଚନା କରିଥିଲେ । 

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଯୋଜନା କାର୍ଯ୍ୟାଳୟର ଉପ ନିର୍ଦ୍ଦେଶକ ଶ୍ରୀ ବିଭୁତି ରଞ୍ଜନ ରାଉଳ, ଓରମାସ ର ସହକାରୀ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ କେଶବ ଝା , ଜିଲ୍ଲା ଯୋଜନା କାର୍ଯ୍ୟାଳୟ ଏବଂ ଜିଲ୍ଲା ପରିଷଦ ର କର୍ମଚାରୀ ମାନେ ଉପସ୍ଥିତ ଥିଲେ । 

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଚାଲ ସ୍କୁଲ ଯିବା ନେଇ ସଚେତନତା ଶୋଭାଯାତ୍ରା କାର୍ଯ୍ୟକ୍ରମ

Sunil Chandra Nayak

କଳାହାଣ୍ଡି ଉତ୍ସବ ଘୁମୁରା -୨୦୨୩ ନିମନ୍ତେ ଚୂଡାନ୍ତ ପର୍ଯ୍ୟାୟ ବୈଠକ ଓ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ, ଜିଲ୍ଲାର କଳା ସଂସ୍କୃତିକୁ ଦିଆଯିବ ଗୁରୁତ୍ବ !

Sunil Chandra Nayak

ଅବୁଜବାହାଲ ମିନମାଚ ପାହାଡ଼ରେ ବେଆଇନ ବ୍ଲାଷ୍ଟିଙ୍ଗ୍: ପ୍ରଶାସନର ଦ୍ଵାରସ୍ଥ ହେଲେ ଗ୍ରାମବାସୀ, କାମ ସ୍ଥଗିତ ପାଇଁ DDM ଙ୍କ ନିର୍ଦ୍ଦେଶ

Leave a Comment

error: Content is protected !!