ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାବୁଗାଁ ରେ ବିକଶିତ କୃଷି ସଂକଳ୍ପ ଅଭିଯାନ 

ଡାବୁଗାଁ ରେ ବିକଶିତ କୃଷି ସଂକଳ୍ପ ଅଭିଯାନ 

ଡାବୁଗାଁ, 4/6 (ମ. ନି. ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ୬ ଟି ସ୍ଥାନ ରେ ଡାବୁଗାଁ କୃଷି ବିଭାଗ ତରଫରୁ ବିକଶିତ କୃଷି ସଂକଳ୍ପ ଅଭିଯାନ ବୁଧବାର ଅନୁଷ୍ଠିତ ହୋଇଯାଇଛି l ବ୍ଲକ ର ପୂର୍ବାହ୍ନ ରେ ସରଗୁଡା, ଚିକିଲି, ମୋତିଗାଁ ଓ ଅପରାହ୍ନ ରେ ବାଇଗାଁ, ଜୁନାପାଣି ଓ ରାବଣାଗୁଡ଼ା ଗ୍ରାମରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏଥିରେ ନୂତନ ପ୍ରଯୁକ୍ତି ବିଦ୍ୟା ଓ ସରକାରୀ ଯୋଜନା ସମ୍ବନ୍ଧୀୟ ସୂଚନା ପ୍ରଦାନ କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ବୀଣା ମାଝୀ, କୃଷି ବିଜ୍ଞାନ କେନ୍ଦ୍ର ବୈଜ୍ଞାନିକ ଶଶାଙ୍କ ଲେଙ୍କା, ଭୁନବେଶ୍ୱର ସିଫାର ବୈଜ୍ଞାନିକ ନୀତିଶ ଚନ୍ଦ୍ର ଓ ଅନିର ବନ ପଲ, କୃଷି ବିଜ୍ଞାନ କେନ୍ଦ୍ର କୃଷି ଯନ୍ତ୍ରୀ ସ୍ଵାଗତିକା ମଲ୍ଲିକ, ଏଗ୍ରୋନୋମିଷ୍ଟ ପରିତୋଷ ମୁର୍ମୁ, କୃଷି ବିଜ୍ଞାନ କେନ୍ଦ୍ର ରୋଗ ପୋକ ବିଶେଷଜ୍ଞ ରୁଦ୍ର ପ୍ରସାଦ ମହାଳିକ, ପାପଡାହାଣ୍ଡି କୃଷି ଜିଲା ଅଧିକାରୀ ବିଶ୍ୱଜିତ ସାହୁ, ପାପଡାହାଣ୍ଡି ବ୍ଲକ କୃଷି ଅଧିକାରୀ ସିଦ୍ଧାର୍ଥ ସାରଥୀ ପରିଡା, ଡାବୁଗାଁ ବ୍ଲକ କୃଷି ଅଧିକାରୀ ସୁଦେଷ୍ନା ଧଳ, କୋଷାଗୁମୁଡା ବ୍ଲକ କୃଷି ଅଧିକାରୀ ଦୁର୍ଯ୍ୟୋଧନ ଜାନି, ମୈଦଲପୁର ସହକାରୀ କୃଷି ଅଧିକାରୀ ସୋମ୍ୟରଞ୍ଜନ ପାତ୍ର ଉପସ୍ଥିତ ରହି ଚାଷୀ ମାନଙ୍କୁ ପରାମର୍ଶ ଦେଇଥିଲେ l ଏହି ୬ ଟି କାର୍ଯ୍ୟକ୍ରମ ରେ ପ୍ରାୟ ୧୫ ଶହ ରୁ ଉର୍ଧ୍ୱ ଚାଷୀ ଉପସ୍ଥିତ ଥିଲେ l ଉକ୍ତ କାର୍ଯ୍ୟକ୍ରମ ଗୁଡିକ କୃଷି ଅଧୀଦର୍ଶକ ମମତା ସାହ, ନୀଳକଣ୍ଠ ପଣ୍ଡା ଓ ସୁଶାନ୍ତ କୁମାର ରାଉତ ପରିଚାଳନା କରିଥିଲେ l 

ଡାବୁଗାଁ ରୁ ପ୍ରଜ୍ଞା ରଞ୍ଜନ ପରିଡା ଙ୍କ ରିପୋର୍ଟ

Related posts

ଦାଣ୍ଡବୋଷ ରେ ପଣ୍ଡିତ ରଘୁନାଥ ମୁର୍ମୁ ଙ୍କ ଗୁରୁ ଦର୍ଶନ କାର୍ଯ୍ୟକ୍ରମରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଗହଳି ଓ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ 

masiha

ନଗର ଉନ୍ନୟନ ମନ୍ତ୍ରୀଙ୍କ ସହ ଥିଂକର୍ସ ଫୋରମ୍‍ର ଆଲୋଚନା

ବଳଦ ଧକ୍କା ରେ ଓଟୋ ରିକ୍ସା ଓଲଟି ଓଟୋ ରେ ଯାଉଥିବା ୫ କୋମଳ ମୋତି ଛାତ୍ର ଆହତ

Sunil Chandra Nayak

Leave a Comment

error: Content is protected !!