ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବିବାହର ପ୍ରଲୋଭନ ଦେଖାଇ ନାବାଳିକାକୁ ଧର୍ଷଣ ନେଇ ଥାନାରେ ଏତଲା 

ବିବାହର ପ୍ରଲୋଭନ ଦେଖାଇ ନାବାଳିକାକୁ ଧର୍ଷଣ ନେଇ ଥାନାରେ ଏତଲା 

  ଡାବୁଗାଁ, ୫/୬ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଞ୍ଚଳରେ ବିବାହର ପ୍ରଲୋଭନ ଦେଖାଇ ଧର୍ଷଣ ର ଶିକାର ହୋଇଥିବା ନେଇ ଗୁରୁବାର ଥାନାରେ ଅଭିଯୋଗ ହୋଇଛି | ସୂଚନାଯୋଗ୍ୟ:- ଡାବୁଗାଁ ଥାନା ଅଞ୍ଚଳରେ ୧୫ ବର୍ଷୀୟ ଜଣେ ନାବାଳିକା ଏକ ବର୍ଷ ତଳେ ତାଙ୍କ ଗ୍ରାମର ଭାଗୀରଥୀ ଗାୟନ (୨୨) ସହ ପ୍ରେମ ସମ୍ପର୍କ ଗଢିଉଠିଥିଲା | ଯୁବକ ଜଣଙ୍କ ବିବାହର ପ୍ରଲୋଭନ ଦେଇ ଧୀରେ ଧୀରେ ପ୍ରେମ ସମ୍ପର୍କ କୁ ଶାରେରୀକ ସମ୍ପର୍କରେ ପରିଣତ ହୋଇଥିଲା | ପରେ ନାବାଳିକା ଜଣଙ୍କ ଯୁବକ ଙ୍କୁ ବିବାହ କରିବା ପାଇଁ ଜିଦ ଧରିଥିଲେ | ଭାଗୀରଥୀ ନାବାଳିକାକୁ ବିବାହ କରିବାକୁ ମନା କରିଥିଲେ | ଏହାପରେ ନାବାଳିକା ଘଟଣା ବିଷୟରେ ପରିବାର ଲୋକଙ୍କୁ କହିଥିଲା | ପରେ ଗ୍ରାମରେ ବୈଠକ କରାଯାଇ ଘଟଣାର ସମାଧାନ ପାଇଁ ଚେଷ୍ଟା କରାଯାଇଥିଲା କିନ୍ତୁ କୌଣସି ସମାଧାନ ହୋଇନଥିଲା | ଶେଷରେ ପୀଡ଼ିତା ନାବାଳିକା ଗୁରୁବାର ଡାବୁଗାଁ ଥାନାରେ ଏତଲା ଦେଇଥିଲେ | ଉକ୍ତ ଏତଲା କୁ ଭିତ୍ତି କରି ଥାନା କେସ ନଂ ୧୨୦/୨୫ ରେ ଏକ ମାମଲା ରୁଜୁ କରାଯାଇଛି | ପରେ ନାବାଳିକାର ଡାକ୍ତରୀ ମାଇନା କରାଯାଇ ସ୍ଵଧାର ଗୃହରେ ରଖାଯାଇଛି | ଥାନା ସବଇନିସ୍ପେକ୍ଟର ବିକ୍ରମ କିଶୋର ସାହୁ ମାମଲାର ତଦନ୍ତ କରୁଛନ୍ତି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

କଳାହାଣ୍ଡି ପୋଲିସର ବଡ଼ ସଫଳତା: ଚୋରି ଗ୍ୟାଙ୍ଗର ପର୍ଦ୍ଦାଫାସ, ୪ ଗିରଫ

ବେଆଇନ୍ ମଦ କାରବାର 

masiha

ରାଇରଙ୍ଗପୁର ଟାଉନ ଥାନା! ମୁଣ୍ଡିଆ ଖେଳ ପଡିଆ ନିକଟସ୍ଥ ନିମ୍ବ ଗଛରୁ ଯୁବକର ଝୁଲନ୍ତା ମୃତଦେହ ଉଦ୍ଧାର

masiha

Leave a Comment

error: Content is protected !!