ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଵିଜାତଳା ବ୍ଳକ ; ଯୁଡିଆ ଗ୍ରାମରେ ହାତୀ ଆକ୍ରମଣରେ ଯୁବକ ଗୁରୁତର 

ଵିଜାତଳା ବ୍ଳକ ; ଯୁଡିଆ ଗ୍ରାମରେ ହାତୀ ଆକ୍ରମଣରେ ଯୁବକ ଗୁରୁତର 

 ମୟୂରଭଞ୍ଜ – ୫/୦୬ — ବୁଧବାର ରାତି ୧୦ ଟା ପାଖାପାଖି ସମୟରେ ଯୁଡିଆ ଗ୍ରାମର ବାବୁଲାଲ ପାତ୍ର (୩୧)ହାତୀ ଆକ୍ରମଣରେ ଗୁରୁତର ହୋଇଥିବା ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ ବାବୁଲାଲ ପାତ୍ର ରାତି ୧୦ ଟା ପାଖାପାଖି ସମୟରେ ଘରୁ ଖାଇପିଇ ନିଜ ଗାଁ ପାଖ ପୋଖରୀ ପାଖକୁ ଯାଇଥିଲା । ସେଠାରେ ଫୋନରେ କଥା ହେଉଥିବାବେଳେ ଏକ ହାତୀ ହଠାତ୍ ସାମନା ପଟୁ ଆସି ଶୁଣ୍ଢରେ ବାବୁଲାଲକୁ ଧରି କଚାଡି ଦେଇଥିଲା ।ଏହି ସମୟରେ ବାବୁଲାଲ ମରିଗଲି ମରିଗଲି ଵୋଲି ଚିତ୍କାର କରିବା ଫଳରେ ଶୌଚ ପାଇଁ ପୋଖରି ପାଖକୁ ଯାଇଥିବା ଜଣେ ଗ୍ରାମବାସୀ ଟର୍ଚ ମାରିଥିଲା । ଟର୍ଚ ଆଲୁଅ ଦେଖି ହାତୀଟି ସ୍ଥାନ ଛାଡି ପଳାଇଥିଲା । ଅଳ୍ପକେ ବାବୁଲାଲ ମୃତ୍ୟୁ ମୁଖରୁ ଵର୍ତିଗଲା ।ଲୋକେ ଗୁରୁତର ଭାବରେ ବାବୁଲାଲ କୁ ରାଇରଙ୍ଗପୁର ହସ୍ପିଟାଲ କୁ ଆଣିଥିଲେ ।ତା’ ର ଅଣ୍ଟା ମାଡ଼ ହୋଇଛି ।ଅଧିକ ଚିକିତ୍ସା ପାଇଁ ବନ ବିଭାଗ ତରଫରୁ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି ।ବନ ବିଭାଗ ତରଫରୁ ସମସ୍ତ କଥା ଵୁଝାଯାଉଛି ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ଶିଶୁଗଳ୍ପ ପ୍ରତିଯୋଗିତାର ଫଳାଫଳ ପ୍ରକାଶ, ପ୍ରଥମ ସ୍ଥାନରେ ବିଶ୍ବବିଦ୍ୟାଳୟ ଛାତ୍ର

Sunil Chandra Nayak

ମରଣଯନ୍ତା ପାଲଟିଛି କାମାକ୍ଷାନଗରଠାରୁ କଙ୍କଡ଼ାହାଡ଼ ପୂର୍ତ୍ତ ବିଭାଗ ରାସ୍ତା

Sunil Chandra Nayak

ଭ୍ରାମ୍ୟମାଣ ଚାରା ବିତରଣ ରଥ ଉଦଘାଟିତ

Leave a Comment

error: Content is protected !!