ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଵିଜାତଳା ବ୍ଳକ ; ଯୁଡିଆ ଗ୍ରାମରେ ହାତୀ ଆକ୍ରମଣରେ ଯୁବକ ଗୁରୁତର 

ଵିଜାତଳା ବ୍ଳକ ; ଯୁଡିଆ ଗ୍ରାମରେ ହାତୀ ଆକ୍ରମଣରେ ଯୁବକ ଗୁରୁତର 

 ମୟୂରଭଞ୍ଜ – ୫/୦୬ — ବୁଧବାର ରାତି ୧୦ ଟା ପାଖାପାଖି ସମୟରେ ଯୁଡିଆ ଗ୍ରାମର ବାବୁଲାଲ ପାତ୍ର (୩୧)ହାତୀ ଆକ୍ରମଣରେ ଗୁରୁତର ହୋଇଥିବା ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ ବାବୁଲାଲ ପାତ୍ର ରାତି ୧୦ ଟା ପାଖାପାଖି ସମୟରେ ଘରୁ ଖାଇପିଇ ନିଜ ଗାଁ ପାଖ ପୋଖରୀ ପାଖକୁ ଯାଇଥିଲା । ସେଠାରେ ଫୋନରେ କଥା ହେଉଥିବାବେଳେ ଏକ ହାତୀ ହଠାତ୍ ସାମନା ପଟୁ ଆସି ଶୁଣ୍ଢରେ ବାବୁଲାଲକୁ ଧରି କଚାଡି ଦେଇଥିଲା ।ଏହି ସମୟରେ ବାବୁଲାଲ ମରିଗଲି ମରିଗଲି ଵୋଲି ଚିତ୍କାର କରିବା ଫଳରେ ଶୌଚ ପାଇଁ ପୋଖରି ପାଖକୁ ଯାଇଥିବା ଜଣେ ଗ୍ରାମବାସୀ ଟର୍ଚ ମାରିଥିଲା । ଟର୍ଚ ଆଲୁଅ ଦେଖି ହାତୀଟି ସ୍ଥାନ ଛାଡି ପଳାଇଥିଲା । ଅଳ୍ପକେ ବାବୁଲାଲ ମୃତ୍ୟୁ ମୁଖରୁ ଵର୍ତିଗଲା ।ଲୋକେ ଗୁରୁତର ଭାବରେ ବାବୁଲାଲ କୁ ରାଇରଙ୍ଗପୁର ହସ୍ପିଟାଲ କୁ ଆଣିଥିଲେ ।ତା’ ର ଅଣ୍ଟା ମାଡ଼ ହୋଇଛି ।ଅଧିକ ଚିକିତ୍ସା ପାଇଁ ବନ ବିଭାଗ ତରଫରୁ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି ।ବନ ବିଭାଗ ତରଫରୁ ସମସ୍ତ କଥା ଵୁଝାଯାଉଛି ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ନଦୀରେ ବୁଡି ମହିଳା ନିଖୋଜ 

masiha

ପଣ୍ଡିତ କିଶୋର ଶତପଥୀଙ୍କ ପରଲୋକ

masiha

କନ୍ଧମାଳରେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀଙ୍କ ଚାଉଳ ଲୁଟ୍‌ ଅଭିଯୋଗ : ତଦନ୍ତ ଦାବୀ 

Leave a Comment

error: Content is protected !!