ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁନାଗଡ଼ ଡ଼ିଗ୍ରୀ ମହାିଦ୍ୟାଳୟ ଠାରେ ବିଶ୍ଵ ଏଡ଼ସ ଦିବସ ପାଳିତ

ଜୁନାଗଡ଼ ଡ଼ିଗ୍ରୀ ମହାିଦ୍ୟାଳୟ ଠାରେ ବିଶ୍ଵ ଏଡ଼ସ ଦିବସ ପାଳିତ

ଜୁନାଗଡ଼,୩/୧୩(ମ ନି ସ) ଜୁନାଗଡ଼ ପ୍ରିୟଦର୍ଶିନୀ ଡିଗ୍ରୀ ମହାବିଦ୍ୟାଳୟ ଠାରେ ବିଶ୍ୱ ଏଡ୍ସ ଦିବସ ପାଳିତ ହୋଇଯାଇଛି।କଲେଜ ଅଧ୍ୟକ୍ଷ ବିଭୂତି ଭୂଷଣ ମେହେରଙ୍କ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ବିଶେଷଜ୍ଞ ଭାବରେ ଗୋଷ୍ଟୀ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଭଗବାନ ପଣ୍ଡା ମଞ୍ଚାସୀନ ଥିଲେ ପ୍ରାଧ୍ୟାପକ ଆଦିତ୍ୟ କୁମାର ଖମାରୀ ,ସାଗରିକା ଦାସ, କୈଳାଶ ଚନ୍ଦ୍ର ମେହେର ,ଅଧ୍ୟାପକ ନେତ୍ରାନନ୍ଦ ପ୍ରଧାନ, ଶୁଭାଶିଷ ପାଣିଗ୍ରାହୀ ,ଆକାଶ ମେହେର, ତୁଷାର ଶା ,ବିଶ୍ଵ ପଣ୍ଡା ,ସମୀର କୁମାର ସାହୁ ଓ ଅଧ୍ୟାପିକା ଅମିତା ମେହେର ପ୍ରମୁଖ ଉପସ୍ଥିତ ହୋଇ ଏହି ଭୟାନକ ରୋଗରୁ କିପରି ଦୁରେଇ ରହିବା ଓ ଏହାର ନିରାକରଣ ଉପରେ ଆଲୋକପାତ କରିଥିଲେ।ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହେବା ସହ ବିଜେତା ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା l କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ରେଡକ୍ରସ୍ ପରାମର୍ଶଦାତା ଅଧ୍ୟାପକ ବିଶ୍ବ ରଞ୍ଜନ ବେହେରା ଓ ଧନ୍ୟବାଦ୍ ଅର୍ପଣକରିଥିଲେ ରେଡକ୍ରସ୍ ସ୍ବେଛାସେବୀ ଓଁକାର ଦଣ୍ଡସେନା।

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ୍ 

Related posts

ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ-୨୦୨୬ ପାଳିତ

Sunil Chandra Nayak

ରାଇରଙ୍ଗପୁର ଠାରେ ଅନୁଷ୍ଠିତ ହେଲା ଉପଖଣ୍ଡ ସ୍ତରୀୟ ଯୁଗ୍ମ ଜନ ଶୁଣାଣି ଶିବିର

masiha

ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ନିକଟରେ ପ୍ରାଥମିକ ଶିକ୍ଷକଙ୍କ ଧାରଣା

masiha

Leave a Comment

error: Content is protected !!