ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ଼: ବ୍ଲକ ସ୍ତରୀୟ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳନ 

ଧର୍ମଗଡ଼: ବ୍ଲକ ସ୍ତରୀୟ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳନ 

ଧର୍ମଗଡ଼ ବ୍ଲକ ର ଗୋଷ୍ଠୀ ସାଧନ କେନ୍ଦ୍ର, କାଶୀବାହାଲ ଠାରେ ବ୍ଲକ ସ୍ତରୀୟ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳନ ହୋଇ ଯାଇଛି l କାର୍ଯ୍ୟକ୍ରମଟି ମୁଖ୍ୟ ଅତିଥି ବ୍ଲକ ଅଧ୍ୟକ୍ଷା ବବିତା ପଟଯୋଶୀଙ୍କ ଦ୍ୱାରା ଉଦଘାଟିତ ହୋଇଥିବାବେଳେ ଉଦଯାପନୀ ସମାରୋହରେ ସହକାରୀ ଜିଲ୍ଲାପାଳ ଅଜିତ କୁମାର ଶବର ଉପସ୍ଥିତ ରହି ସମସ୍ତଙ୍କୁ ପାଠ ପଢି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାର ମାର୍ଗଦର୍ଶନ କରାଇଥିଲେ l ଉଭୟ ଉଦ୍ଘାଟନୀ ଓ ଉଦଯାପନୀ ସମାରୋହରେ ସମ୍ମାନିତ ଅତିଥି ଭାବରେ ବି ଆର ସି ସି ଅରୂପାନନ୍ଦ ଭୋଇ,କାଶୀବାହାଲ ସି ଆର ସି ସି ରାଜେନ୍ଦ୍ର ଦୁରିଆ ଓ ବ୍ରାହ୍ମଣ ଛେଣ୍ଡିଆ ସି ଆର ସି ସି ଟିକେଶ୍ୱର ନାଏକ, ବରିଷ୍ଠ ଶିକ୍ଷକ ଭରତବନ୍ଧୁ ସୁନାନୀ ଉପସ୍ଥିତ ରହି ସହଯୋଗ କରିଥିଲେ I ଏହି କାର୍ଯ୍ୟକ୍ରମ ରେ ବ୍ଲକର କୋଣ ଅନୁକୋଣରୁ ସମସ୍ତ ପ୍ରାଥମିକ, ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଦିବ୍ୟାଙ୍ଗ ଛାତ୍ର ଛାତ୍ରୀ ଓ ତାଙ୍କର ଅଭିଭାବକ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଉପସ୍ଥିତ ରହି ଉତ୍ସବର ଆନନ୍ଦ ନେଇଥିଲେ I ଏଥିରେ ନୃତ୍ୟ, ଚିତ୍ରାଙ୍କନ, ସଂଗୀତ, ମ୍ୟୁଜିକ ଚେୟାର ପ୍ରତିଯୋଗିତା ଅନୁଷ୍ଠିତ କରି କୃତି ପ୍ରତିଯୋଗୀକୁ ପୁରସ୍କୃତ କରାଯାଇଥିଲା I ଉପସ୍ଥିତ ସମସ୍ତ ଛାତ୍ର ଛାତ୍ରୀଙ୍କୁ ମଧ୍ୟ ସାନ୍ତ୍ୱନା ମୂଳକ ପୁରସ୍କାର ଦିଆଗଲା I ଏହିସବୁ କାର୍ଯ୍ୟକ୍ରମ କୁ ବି ଆର ଟି ଆଶିଷ କୁମାର ସଡ଼ଙ୍ଗୀ ଓ ଗଣେଶ ମେହେର ପରିଚାଳନା କରିଥିବାବେଳେ ସମସ୍ତ ଆଇ ଇ ସ୍ବେଛାସେବୀ ମାନେ ସହଯୋଗ କରିଥିଲେ I

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଦ୍ୱାରା ଆୟୋଜିତ ଶ୍ରୀଜଗନ୍ନାଥାୟନ 

Sunil Chandra Nayak

ଅବସରପ୍ରାପ୍ତ ଶିକ୍ଷକଙ୍କ ପରଲୋକ

masiha

ଚିପୁଲ୍ ଠାରେ ବ୍ଲକସ୍ତରୀୟ ନର୍ଲା ଡମ୍ବ ସମାଜର ଆମ୍ବେଦକର ବାଦିଙ୍କ ପ୍ରସ୍ତୁତି ବୈଠକ

Sunil Chandra Nayak

Leave a Comment

error: Content is protected !!