ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ଼ ଅଞ୍ଚଳର ଲୋକପ୍ରିୟ ଲେବ ଟେକନିସିଆନ ତିରୁପତି ମୁଣ୍ଡ ଙ୍କ କାର୍ଯ୍ୟରତ ଅବସ୍ଥାରେ ହୃଦଘାତ ରେ ପରଲୋକ

ଧର୍ମଗଡ଼ ଅଞ୍ଚଳର ଲୋକପ୍ରିୟ ଲେବ ଟେକନିସିଆନ ତିରୁପତି ମୁଣ୍ଡ ଙ୍କ କାର୍ଯ୍ୟରତ ଅବସ୍ଥାରେ ହୃଦଘାତ ରେ ପରଲୋକ

ଧର୍ମଗଡ଼ ଅଞ୍ଚଳର ଲୋକପ୍ରିୟ ଲେବ ଟେକନିସିଆନ ତିରୁପତି ମୁଣ୍ଡଙ୍କ ଆଜି ଧର୍ମଗଡ ସରକାରୀ ଚିକିତ୍ସାଳୟ ସ୍ଥିତ ରକ୍ତ ଭଣ୍ଡାର ରେ କାର୍ଯ୍ୟରତ ଥିବା ସମୟରେ ହୃଦଘାତ ରେ ପରଲୋକ ହୋଇ ଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୪୫ ବର୍ଷ ବୟସ ହୋଇଥଲା।

ସବୁଦିନ ପରି ଆଜି ସକାଳେ ସେ ରକ୍ତ ଭଣ୍ଡାର କୁ ପହଞ୍ଚି କାର୍ଯ୍ୟ ଆରମ୍ଭ କରିଥଲେ। ଏହି ସମୟରେ ଅସୁସ୍ଥ ଅନୁଭବ କରି ତଳେ ପଡ଼ି ଯାଇଥିଲେ। ଉପସ୍ଥିତ ଥିବା ଅନ୍ୟ କର୍ମଚାରୀ ମାନେ ତୁରନ୍ତ ତାଙ୍କୁ ଡାକ୍ତରଖାନାର ଜରୁରୀ ଚିକିତ୍ସା କକ୍ଷକୁ ବୋହି ନେଇଥିଲେ।ଡାକ୍ତରଖାନାରେ ଉପସ୍ଥିତ ଥିବା ସବୁ ବିଭାଗ ର ଡାକ୍ତର ମାନଙ୍କ ର ଆପ୍ରାଣ ଉଦ୍ୟମ ସତ୍ତ୍ୱେ ତାଙ୍କର ଜୀବନ ରକ୍ଷା କରାଯାଇପାରି ନ ଥିଲା।

ରକ୍ତଭଣ୍ଡାର ରେ କାର୍ଯ୍ୟରତ ଜଣେ କାର୍ଯ୍ୟଦକ୍ଷ, ନିଷ୍ଠାପର ଓ ସେବାଭାବୀ କର୍ମଚାରୀ ଭାବେ ସେ ସବୁ ମହଲରେ ଆଦୃତ ଥିଲେ। ନିଜର ସରକାରୀ କାର୍ଯ୍ୟ ବ୍ୟତୀତ ଧର୍ମଗଡ ଅଞ୍ଚଳରେ ପର୍ବ ପର୍ବାଣୀ, ଜନସେବା ଓ ଦୁଃଖୀ ଦରିଦ୍ର ଙ୍କ ଲାଗି ତାଙ୍କର ଉତ୍ସର୍ଗୀକୃତ କାର୍ଯ୍ୟ ଧାରା ନେଇ ସେ ଅଞ୍ଚଳରେ ଜନପ୍ରିୟ ଥିଲେ। ଧର୍ମଗଡ ସରକାରୀ ଚିକିତ୍ସାଳୟ କୁ ଆସୁଥିବା ରୋଗୀଙ୍କ ରକ୍ତ ଅଭାବ ଜନିତ ସମସ୍ୟା କୁ ନିଜେ ରକ୍ତ ଦାତାଙ୍କ ସହ ଯୋଗାଯୋଗ କରାଇ ସମସ୍ୟାର ସମାଧାନ କରାଉ ଥିଲେ। “ତିରୁ ଭାଈ” ନାମରେ ସେ ଛୋଟ ଠାରୁ ବଡ ପର୍ଯ୍ୟନ୍ତ ପରିଚିତ ରହି ସ୍ଵାସ୍ଥ୍ୟ ଓ ସମାଜସେବା କୁ ପ୍ରାଧାନ୍ୟ ଦେଉଥିଲେ।

ଶ୍ରୀ ତିରୁପତି ମୁଣ୍ଡ ଙ୍କ ଅକାଳ ବିୟୋଗରେ ଶୋକର ଛାୟା ଖେଳି ଯାଇଛି। ଏହି ଖବର ପ୍ରସାରିତ ହେବା ପରେ ସହର ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ଡାକ୍ତରଖାନାରେ ରୁଣ୍ଡ ହୋଇ ଶେଷ ଦର୍ଶନ କରିଥିଲେ।ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ, ଏନଏସି ଅଧ୍ୟକ୍ଷ ଅଶୋକ କୁମାର ମହାନ୍ତି,ବ୍ରଜମୋହନ ପଞ୍ଚଦେବ ରାଧାକୃଷ୍ଣ ମନ୍ଦିର ର ଉପ ସଭାପତି ତୁଷାର ରଞ୍ଜନ ପଟ୍ଟଯୋଶୀ, ରକ୍ତ ଭଣ୍ଡାର ର କାର୍ଯ୍ୟକାରିଣୀ ସଦସ୍ୟ ତଥା ସାମାଜିକ କର୍ମୀ ହୃଷିକେଶ ମିଶ୍ର,ସରକାରୀ ଓକିଲ ରାଜେନ୍ଦ୍ର ମୁନି,ଜଗନ୍ନାଥ ସେବା ସମିତି ର ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ଅଗ୍ରୱାଲ,ଆଇନଜୀବୀ ପ୍ରଦୀପ ଦାସ, ସୁବାସ ପାଣିଗ୍ରାହି ସମେତ ବିଭିନ୍ନ ସ୍ବେଛାସେବୀ ସଂସ୍ଥାର ବ୍ୟକ୍ତି ବିଶେଷ ସ୍ବର୍ଗତ ମୁଣ୍ଡ ଙ୍କ ବିୟୋଗରେ ଶୋକ ପ୍ରକାଶ କରି ତାଙ୍କର ଅମର ଆତ୍ମାର ସଦଗତି କାମନା କରିଛନ୍ତି। ସ୍ଥାନୀୟ ଶ୍ମଶାନ ରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଛି।

ସ୍ଵର୍ଗତ ତିରୁପତି ମୁଣ୍ଡ ଙ୍କ ଅକାଳ ବିୟୋଗ ରେ ତାଙ୍କ ପରିବାରରୁ ଜଣେ ରୋଜଗାରକ୍ଷମ ବ୍ୟକ୍ତିଙ୍କୁ ସରକାରୀ ଚାକିରୀରେ ଥଇଥାନ କରିବା ପାଇଁ ଦାବି ହୋଇଛି।

Related posts

ଗୁଣପୁର ଓକିଲ ସଂଘ ପକ୍ଷରୁ ଓକିଲ ଦିବସ ପାଳିତ  ମଧୁବାବୁଙ୍କୁ ଭାରତରତ୍ନ ଦେବାକୁ ପ୍ରସ୍ତାବ 

masiha

ଭୁବନ ରେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ଯୁବ ସମ୍ମିଳନୀ

Sunil Chandra Nayak

ସତର୍କତା ସପ୍ତାହ ପାଳନ ଉପଲକ୍ଷେ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!