ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବସ ଧକ୍କାରେ ୨ ବାଇକ ଆରୋହୀଙ୍କ ମୃତ୍ୟୁ

ବସ ଧକ୍କାରେ ୨ ବାଇକ ଆରୋହୀଙ୍କ ମୃତ୍ୟୁ

ଜୁନାଗଡ଼,୪/୧୨(ମ ନି ସ) କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ ଚିଲକପୁର ଠାରେ ସୋମବାର ସନ୍ଧ୍ୟାରେ ଏକ ଘରୋଇ ବସ ଦୁର୍ଘଟଣାରେ ୨ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଯାଇଛି । ବାଇକ ଦୁଇଜଣ ଜୁନାଗଡ଼ ରୁ ନିଜ ଗାଁ କୁ ଯାଇଥିବା ବେଳେ କଲମପୁର ରୁ କଟକ ,ଚଣ୍ଡିଖୋଲ ଅଭିମୁଖେ ଯାଇଥିବା ଲକି ନାମକ ଏକ ଘରୋଇ ବସ ନମ୍ବର(OD-05,P2104) କଲମପୁର ପଟୁ ଆସୁଥିଲା । ଚିଲକପୁର ଠାରେ ବସ ବାଇକକୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ଦୁଇଜଣଙ୍କ ମୃତ୍ୟୁ ହୋଇଛି । ଦୁଇଜଣ ବାଇକ ଆରୋହୀ ଯୁବକ ଦୁଇ କଲମପୁର ବ୍ଲକ ର ଗୁମାବାହଲ ଓ ତୋତ୍ର ଗୁଡା ବୋଲି ଜଣାପଡ଼ିଥିବା ବେଳେ ଏପର୍ଯ୍ୟନ୍ତ ମୃତକଙ୍କ ସ୍ପଷ୍ଟ ପରିଚୟ ମିଲିପାରିନାହିଁ । ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିବା ସହ ବସ ଓ ବାଇକ କୁ ପୋଲିସ ଜବତ କରିଛି।

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ୍ 

Related posts

ନାରାୟଣପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ କାୟାକଳ୍ପ କାର୍ଯ୍ୟର ଅନୁଧ୍ୟାନ କଲେ ୪ ଜଣିଆ ରାଜ୍ୟସ୍ତରୀୟ ଟିମ୍

masiha

ଝୁଡୁଙ୍ଗ ବଗିଚା ଜଗିବା ହେଲା କାଳ : ବଜ୍ରାଘାତରେ ନାବାଳିକା ର ମୃତ୍ୟୁ 

Sunil Chandra Nayak

ଜୁନାଗଡ଼ ମହୋତ୍ସବ ରେ ସାମିଲ ହେଲେ ପଞ୍ଚାୟତ ପ୍ରତିନିଧି

masiha

Leave a Comment

error: Content is protected !!