ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ରାୟଗଡାରେ ଅଶୋକ କୁମାର ସାହୁ ଦ୍ୱିତୀୟ ସ୍ମୃତି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ

ରାୟଗଡାରେ ଅଶୋକ କୁମାର ସାହୁ ଦ୍ୱିତୀୟ ସ୍ମୃତି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ

ରାୟଗଡା, ଅକ୍ଟୋବର ୨୯: ଜିସିଡି ହାଇସ୍କୁଲ୍ ପଡିଆ, ରାୟଗଡାରେ ଆୟୋଜିତ “ଅଶୋକ କୁମାର ସାହୁ ଦ୍ୱିତୀୟ ଆନ୍ତର୍ରାଜ୍ୟ ସ୍ମୃତି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ୨୦୨୫” ର ଶେଷ ଦିନ ଉତ୍ସାହପୂର୍ଣ୍ଣ ପରିବେଶରେ ସଫଳତାର ସହିତ ସମାପ୍ତ ହୋଇଛି।

ଏହି ଟୁର୍ଣ୍ଣାମେଣ୍ଟ ରାୟଗଡା ଟାଉନ୍ ଫୁଟବଲ୍ ଟିମ୍ ଦ୍ୱାରା ଆୟୋଜିତ ହୋଇଥିଲା ଏବଂ ସିଦ୍ଧାର୍ଥ ସାହୁଙ୍କ ଅଧିନରେ ତାଙ୍କ ପିତା, ଦିବଙ୍ଗତ ଅଶୋକ କୁମାର ସାହୁଙ୍କ ସ୍ମୃତିରେ ଏହି ପ୍ରତିଯୋଗିତାକୁ ଆୟୋଜନ କରାଯାଇଥିଲା । ଅଶୋକ ସାହୁ ମହୋଦୟ ଜୀବନରେ ଜଣେ ଖେଳପ୍ରେମୀ ଓ ସମର୍ଥକ ଭାବେ ପରିଚିତ ଥିଲେ।

ଏହି ଚାରିଦିନିଆ ଟୁର୍ଣ୍ଣାମେଣ୍ଟଟିର ଉଦ୍ଘାଟନ ସାହୁ ପରିବାର ଓ ରାୟଗଡା ନିର୍ବାଚନ ମଣ୍ଡଳର ବିଧାୟକ ଆପଲାସ୍ୱାମୀ କାଡ୍ରାକାଙ୍କ ହାତରେ ହୋଇଥିଲା । ଉଦ୍ଘାଟନ ଅବସରରେ ଉପସ୍ଥିତ ଅତିଥିମାନଙ୍କ ମଧ୍ୟରେ ଥିଲେ — ଡଃ. ବାଦଲ କୁମାର ତା, ଅଧ୍ୟକ୍ଷ, ଜିଲ୍ଲା ସାମ୍ବାଦିକ ସଂଘ, ରାୟଗଡା, ଋଷି ସାହୁ (ଦିବଙ୍ଗତ ଅଶୋକ କୁମାର ସାହୁଙ୍କ ଜେଷ୍ଠ ପୁତ୍ର) ଓ ଡାନିଏଲ୍ ତାଣ୍ଡି ।

ଅନ୍ତିମ ମ୍ୟାଚ୍‌ରେ ଲକ୍ଷ୍ମୀପୁର ଫୁଟବଲ୍ କ୍ଲବ୍ ଓ କୋରାପୁଟ ଆନ୍ନା କ୍ଲବ୍ ମଧ୍ୟରେ ଜୋରଦାର ପ୍ରତିଯୋଗିତା ହୋଇଥିଲା, ଯେଉଁଥିରେ ଲକ୍ଷ୍ମୀପୁର ଫୁଟବଲ୍ କ୍ଲବ୍ ବିଜୟୀ ହୋଇ ଟୁର୍ଣ୍ଣାମେଣ୍ଟ ଟ୍ରଫି ଜିତିଥିଲେ । କୋରାପୁଟ ଆନ୍ନା କ୍ଲବ୍ ଦ୍ୱିତୀୟ ସ୍ଥାନରେ ରହିଥିଲେ।

ଅନ୍ତିମ ଦିନର ସମାପନ ସଭାରେ ଉପସ୍ଥିତ ଥିଲେ — ଅଞ୍ଜଳି ସାହୁ (ଦିବଙ୍ଗତ ଅଶୋକ କୁମାର ସାହୁଙ୍କ ସହଧର୍ମିଣୀ), ସିଦ୍ଧାର୍ଥ ସାହୁ, ସାମୁଏଲ୍ ତାଣ୍ଡି ଓ କାଳିରାମ ମାଝି, ଜାତୀୟ ସାଧାରଣ ସମ୍ପାଦକ, ଆଦିବାସୀ ମୋର୍ଚ୍ଚା, ଭାଜପା, ଯୋଗଦେଇ ଅଂଶଗ୍ରହଣକାରୀ ଦଳମାନଙ୍କୁ ସମ୍ମାନିତ କରିଥିଲେ।

ବିଶେଷ ସମ୍ମାନ ମଧ୍ୟରେ ତରୁଣ (ଲକ୍ଷ୍ମୀପୁର ଫୁଟବଲ କ୍ଳବ୍) “ଟୁର୍ଣ୍ଣାମେଣ୍ଟର ସର୍ବଶ୍ରେଷ୍ଠ ଖେଳାଳୀ” ଭାବେ ଓ ମନୋଜ (ଲକ୍ଷ୍ମୀପୁର ଫୁଟବଲ କ୍ଳବ୍) “ସର୍ବଶ୍ରେଷ୍ଠ ଗୋଲକିପର୍” ଭାବେ ଚୟନ ହୋଇଥିଲେ। ବିଜୟୀ ଦଳକୁ ୨୦,୦୦୦ ଟଙ୍କା ଓ ଦ୍ୱିତୀୟ ସ୍ଥାନଧାରୀ ଦଳକୁ ୧୦,୦୦୦ ଟଙ୍କା ନଗଦ ପୁରସ୍କାର ଦିଆଯାଇଥିଲା। 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ରୁଦ୍ର ପ୍ରସାଦ ସାହୁ ମେମୋରିଆଲ ଜୁନାଗଡ଼ କପ ଜୟପୁର କୁ ହରାଇ ବରଗଡ ବିଜୟୀ 

masiha

୪ର୍ଥ କୋଏଲ ବ୍ୟାଡମିଣ୍ଟନ ଚମ୍ପିୟାନସିପ ଉଦଘାଟିତ

Sunil Chandra Nayak

ଆନ୍ତଃରାଜ୍ୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଜ୍ଜାପିତ

masiha

Leave a Comment

error: Content is protected !!