ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜାତୀୟ ପ୍ରଦୂଷଣ ନିରାକରଣ ଦିବସ ପାଳିତ 

ଜାତୀୟ ପ୍ରଦୂଷଣ ନିରାକରଣ ଦିବସ ପାଳିତ 

ରାଉରକେଲା/ପ୍ରଦୂଷଣ ତଥା ପଲିଥିନ ମୁକ୍ତ ସ୍ୱଚ୍ଛ ସବୁଜ ପରିବେଶ ଗଠନ, ପରିବେଶ ସୁରକ୍ଷା,ନୂତନ ବନୀକରଣ ଆଦି ଉଦ୍ଦେଶ୍ୟରେ ଦୀର୍ଘଦିନ ଧରି ସୁନ୍ଦରଗଡ଼ ଜିଲ୍ଲାରେ କାର୍ଯ୍ୟ କରି ଆସୁଥିବା ଅଗ୍ରଣୀ ସାମାଜିକ ସାଂସ୍କୃତିକ ଅନୁଷ୍ଠାନ “ସାଥୀ” ଏବଂ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼, ରାଉରକେଲା ର ମିଳିତ ସହଭାଗିତାରେ ଆଜି ରାଉରକେଲା ସହରର ବିଶ୍ରା ଛକ ଠାରେ ଜାତୀୟ ପ୍ରଦୂଷଣ ନିରାକରଣ ଦିବସ ପାଳିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ରେ ସାଥୀ ର କର୍ମକର୍ତ୍ତା ତଥା ସ୍ବେଛାସେବୀ ଗଣ ବିଭିନ୍ନ ପ୍ରଚାରପତ୍ର ବାଣ୍ଟି, ହାତରେ ବ୍ୟାନର, ପ୍ଲାକାର୍ଡ ଧରି ତଥା ବିଭିନ୍ନ ସ୍ଲୋଗାନ ମାଧ୍ୟମରେ ଇସ୍ପାତ କାରଖାନା କର୍ମଚାରୀ ତଥା ଅନ୍ୟ ସହରବାସୀ ଙ୍କୁ ପ୍ରଦୂଷଣ ନିରାକରଣ ଦିବସ ପାଳନ ର ଉଦ୍ଦେଶ୍ୟ ସମ୍ପର୍କରେ ସଚେତନ କରାଇଥିଲେ। ସାଥୀ ର ସଭାପତି ସଦାନନ୍ଦ ସାହୁଙ୍କ ପୌରୋହିତ୍ୟ ରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ର ଅତିରିକ୍ତ ମୁଖ୍ୟ ପରିବେଶ ବୈଜ୍ଞାନିକ ତଥା ଆଞ୍ଚଳିକ ଅଧିକାରୀ ଅନୁପ ମଲ୍ଲିକ ମୁଖ୍ୟ ଅତିଥି ରୂପେ ଯୋଗଦେଇଥିଲେ। ଶ୍ରୀ ମଲ୍ଲିକ ନିଜ ବକ୍ତବ୍ୟ ରେ କହିଥିଲେ ଯେ ପରିବେଶ ଆମ ସମସ୍ତଙ୍କର ଅଟେ। ଏଥିପାଇଁ ଆମ ସମସ୍ତଙ୍କୁ ଯତ୍ନଶୀଳ ହୋଇ ପରିବେଶ ସୁରକ୍ଷା ଉପରେ ଧ୍ୟାନ ଦେବା ଉଚିତ। ଜାଣତ ବା ଅଜାଣତରେ ଆମେ ମଧ୍ୟ ପରିବେଶକୁ କ୍ଷତି ପହଞ୍ଚାଇଥାଉ। ୧୯୮୪ ମସିହାରେ ଘଟିଥିବା ଭୋପାଳ ଗ୍ୟାସ ଦୁର୍ଘଟଣା ମାନବୀୟ ତ୍ରୁଟି ଯୋଗୁ ଘଟିଥିଲା। ଏଣୁ ଆମ ସମସ୍ତଙ୍କୁ ନିଜ ନିଜର ଗୃହ ତଥା କାର୍ଯ୍ୟସ୍ଥଳୀ ରେ ସୁରକ୍ଷା ତଥା ସାବଧାନତା କୁ ଅଗ୍ରାଧିକାର ଦେଇ କାର୍ଯ୍ୟ କରିବା ଉଚିତ। ଯାହାଦ୍ୱାରା ଆମେ ଭୋପାଳ ଗ୍ୟାସ ଦୁର୍ଘଟଣା ପରି ବିପତ୍ତିକୁ ଏଡାଇ ପାରିବା।କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିବା ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ର ଉପ ପରିବେଶ ଯନ୍ତ୍ରୀ ବିଜୟ କୁମାର ଭୋଇ ନିଜ ବକ୍ତବ୍ୟ ରେ କହିଥିଲେ ଯେ ପରିବେଶ ସୁରକ୍ଷା କେବଳ ସରକାରଙ୍କ କିମ୍ବା ସରକାରୀ ଅଧିକାରୀଙ୍କ କାର୍ଯ୍ୟ ବୋଲି ଜନସାଧାରଣ ଭାବିବା ଉଚିତ ନୁହେଁ। ଏଥିପ୍ରତି ଆମ ସମସ୍ତଙ୍କ ଉତ୍ତରଦାୟିତ୍ୱ ରହିଛି। ସାଧାରଣ ଜନତା, ଛାତ୍ରଛାତ୍ରୀ, ଯୁବଗୋଷ୍ଠୀ ସମସ୍ତେ ମିଳିତ ଭାବେ ଆଗକୁ ଆସି ଏ ଦିଗରେ କାର୍ଯ୍ୟ କଲେ ଆମେ ସୁନ୍ଦର ପରିବେଶ ଗଠନ କରିପାରିବା। ସାଥୀ ସଭାପତି ଶ୍ରୀ ସାହୁ ଏ ଅବସରରେ କହିଥିଲେ ଯେ ସାଥୀ ପକ୍ଷରୁ ସ୍ଵଚ୍ଛ ଓ ସୁସ୍ଥ ପରିବେଶ ଗଠନ ପାଇଁ ପ୍ରାଥମିକତା ଦିଆଯାଇ ବିଭିନ୍ନ ଜନ ସଚେତନତା କାର୍ଯ୍ୟକ୍ରମ ଦୀର୍ଘ ଦିନ ଧରି କରାଯାଇ ଆସୁଛି। ଜାତୀୟ ପ୍ରଦୂଷଣ ନିରାକରଣ ଦିବସ ପାଳନ କୁ କେବଳ ଗୋଟିଏ ଦିନରେ ସିମୀତ ନରଖି ଆଗାମୀ ଏକ ସପ୍ତାହ ପର୍ଯ୍ୟନ୍ତ ରାଉରକେଲା ସହରର ଆଖପାଖ ଅଂଚଳ ତଥା ବିଭିନ୍ନ ବିଦ୍ୟାଳୟରେ ଏହି ସଚେତନତା କାର୍ଯ୍ୟକ୍ରମ ଜାରି ରଖାଯିବ। ଏହା ମାଧ୍ୟମରେ ଆମ ସହର ରାଉରକେଲା ତଥା ସମଗ୍ର ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ଅଂଚଳରେ ପ୍ରଚାରପତ୍ର, ଛୋଟ ଛୋଟ ବୈଠକ ମାଧ୍ୟମରେ ସ୍ଥାନୀୟ ଜନସାଧାରଣଙ୍କୁ ପରିବେଶ କୁ ପ୍ରଦୂଷଣ ମୁକ୍ତ ରଖିବା ପାଇଁ ଅପିଲ କରିବା ସହ ସଚେତନ କରାଯିବ। ଆଜିର ଏହି ସଚେତନତା କାର୍ଯ୍ୟକ୍ରମ ରେ ସାଥୀ ସଂପାଦକ ରଜନୀକାନ୍ତ ସ୍ୱାଇଁ, କୃଷ୍ଣଚନ୍ଦ୍ର ଆଚାର୍ଯ୍ୟ, ସ୍ୱାଗତିକା ମହାନ୍ତି, ଜସ୍ମିତା ପ୍ରଧାନ, ପଞ୍ଚାନନ ସୁନା, ଦୁର୍ଗା ବାଗ, ସୁସ୍ମିତା ମାହାଲ, ଅରୁନଭ ସେନ, କେ ରବି ପ୍ରମୁଖ ଏବଂ ରେଳ ବିକାଶ ମଞ୍ଚ ତରଫରୁ ଶଶଧର ପାତ୍ର, ଜଗନ୍ନାଥ ରାଉତ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ କୁ ସଫଳ କରାଇଥିଲେ। ଆଂଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ତରଫରୁ ମଧ୍ୟ ସହାୟକ ପରିବେଶ ବୈଜ୍ଞାନିକ ସୁଶ୍ରୀ ପ୍ରଜ୍ଞାଜ୍ୟୋତି ସେନାପତି, ସହାୟକ ପରିବେଶ ଯନ୍ତ୍ରୀ ପ୍ରୀତମ କୁମାର ପତି ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ପ୍ରପତିଜୀଙ୍କ ଜନ୍ମ ଶତବାର୍ଷିକୀ ଆଲୋଚନ ଚକ୍ର 

Sunil Chandra Nayak

ଗୋଲାମୁଣ୍ଡା ପ୍ରାଥମିକ ଶିକ୍ଷକ ସଙ୍ଘ ତରଫରୁ ଗୋଲାମୁଣ୍ଡା ବିଇଓଙ୍କୁ ନବବର୍ଷ ଶୁଭେଚ୍ଛା ଜ୍ଞାପନ

Sunil Chandra Nayak

ରାଉରକେଲା କଲେଜର ସ୍ବାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ 

Sunil Chandra Nayak

Leave a Comment

error: Content is protected !!