ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାୟଗଡା ଜିଲ୍ଳା ଆଇନ ସେବା ପ୍ରାଧିକରଣ ଦ୍ୱାରା ବିଶ୍ୱ ପରିବେଶ ଦିବସ ପାଳନ

ରାୟଗଡା ଜିଲ୍ଳା ଆଇନ ସେବା ପ୍ରାଧିକରଣ ଦ୍ୱାରା ବିଶ୍ୱ ପରିବେଶ ଦିବସ ପାଳନ

ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ, କଟକ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଆନୁକୁଲ୍ୟରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ଅଧ୍ୟକ୍ଷ ତଥା ଜିଲ୍ଳା ଦୌରା ଜଜ୍ ଶ୍ରୀ ସତ୍ୟନାରାୟଣ ଷଡଙ୍ଗୀ ଙ୍କ ପୌରହିତ୍ୟରେ ଏବଂ ସଚିବ ଶ୍ରୀ ସୁବ୍ରତ ଆଚାର୍ଯ୍ୟ ଙ୍କ ତତ୍ୱାବଧାନରେ ଅଦ୍ୟ ତା-୦୫.୦୬.୨୦୨୫ ରିଖ ସ୍ଥାନୀୟ ଡି.ଏଫ୍.ଓ ଅଫିସ ପରିସରରେ ଥିବା କନଫୋରେନ୍ସ ହଲ ପରିସରରେ ସକାଳ ସମୟ ଘ.୧୧.୦୦ମି ରେ “ବିଶ୍ବ ପରିବେଶ ଦିବସ” ପାଳନ କରିବା ସହିତ ଅପରାହ୍ନ ଘ.୫.୦୦ମି ସ୍ଥାନୀୟ ତଳଗୁମ୍ମା ଅଞ୍ଚଳ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲା ଦୌରା ଜଜ୍(ପୋକ୍ସ) ଶ୍ରୀମତି ସ୍ୱେତା ମିଶ୍ର, ମୂଖ୍ୟ ବିଚାର ବିଭାଗୀୟ ଦଣ୍ଡାଧିକାରୀ ଶ୍ରୀମତି ଅପର୍ନା ମହାପାତ୍ର, ମହିଳା କୋର୍ଟ ର ବିଚାରପତି ଶ୍ରୀମତି ସସ୍ମିତା ମିଶ୍ର, ଜେ.ଏମ୍.ଏଫ୍.ସି ଶ୍ରୀ ରିଚିମିଲନ ପାତ୍ର, ଜିଲ୍ଲା ବନ ଅଧିକାରୀ ଶ୍ରୀ ସଚିନ ଆନ୍ନା ସାହେବ ଓହଲ ଓ ବନ ବିଭାଗର ରେଞ୍ଜର, ସମସ୍ତ କର୍ମଚାରୀ, ଜିଲ୍ଲା ଅବକାରୀ ବିଭାଗର ଅଧିକ୍ଷକ, କର୍ମଚାରୀ, ଜିଲ୍ଲା ଶିକ୍ଷା ଅଧିକାରି ରାମଚନ୍ଦ୍ର ନାହାର, ତଳଗୁମ୍ମା ଉଚ୍ଚ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ, ଛାତ୍ର ଓ ଛାତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ I ଉପସ୍ଥିତ ଅତିଥିମାନଙ୍କ ଦ୍ୱାରା ସ୍ଥାନୀୟ ତଳଗୁମ୍ମା ଅଞ୍ଚଳ ପରିସରରେ ବୃକ୍ଷରୋପଣ କରାଯିବା ସହିତ ଏକ ପରିବେଶ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା I ସେହି ଉପଲକ୍ଷେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ଅଧ୍ୟକ୍ଷ ତଥା ଜିଲ୍ଳା ଦୌରା ଜଜ୍ ଶ୍ରୀ ସତ୍ୟନାରାୟଣ ଷଡଙ୍ଗୀ ଉପସ୍ଥିତ ଥିବା ଛାତ୍ର ଛାତ୍ରୀ ମାନଙ୍କୁ “ବିଶ୍ୱ ପରିବେଶ ଦିବସ” ଉପରେ ବୁଝାଇଥିଲେ ତା ସହିତ “ଜୀବ ମାନଙ୍କ ପାଇଁ ପରିବେଶର ଆବଶ୍ୟକତା, ଏହାର ବ୍ୟବହାର ଏବଂ ସୁରକ୍ଷା” ଉପରେ ନିଜ ନିଜ ର ଅଭିଭାଷଣ ବ୍ୟକ୍ତ କରିଥିଲେ I ସର୍ବୋପରି ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ସମସ୍ତ ଛାତ୍ରଛାତ୍ରୀ ଓ ମାନ୍ୟବର ଅତିଥି ମାନଙ୍କର ଉପସ୍ଥିତି ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀ ସୁବ୍ରତ ଆଚାର୍ଯ୍ୟ ଙ୍କ ର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବୃକ୍ଷରୋପଣ କାର୍ଯ୍ୟକ୍ରମଟି ସଫଳତାର ସହିତ ଶେସ ହୋଇଛି I 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ରାଇରଙ୍ଗପୁର ଠାରେ ଅନୁଷ୍ଠିତ ହେଲା ଉପଖଣ୍ଡ ସ୍ତରୀୟ ଯୁଗ୍ମ ଜନ ଶୁଣାଣି ଶିବିର, ମୋଟ ୯୦ ଟି ଅଭିଯୋଗର ହେଲା ଶୁଣାଣୀ

Sunil Chandra Nayak

ବନଶ୍ରୀ ସାଧନା କକ୍ଷ ଲୋକାର୍ପିତ 

masiha

ରାୟଗଡ଼ ବ୍ଲକ ନବମ ସମିତି ବୈଠକ ଅନୁଷ୍ଠିତ

masiha

Leave a Comment

error: Content is protected !!