ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାମାକ୍ଷାନଗର ଉପଖଣ୍ଡ ପଶୁ ଚିକିତ୍ସାଳୟ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ 

କାମାକ୍ଷାନଗର ଉପଖଣ୍ଡ ପଶୁ ଚିକିତ୍ସାଳୟ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ 

କାମାକ୍ଷାନଗର (ମନିସ)5/6/25 —  ଆସୁଛି ବର୍ଷା ଋତୁ, ପ୍ରତିଦିନ ପଶୁ ପ୍ରେମି ଅଞ୍ଚଳର ପ୍ରାୟ ଗାଁ ଗଣ୍ଡା ବୁଲନ୍ତି , ଏହାରି ଭିତରେ ଦେଖିବାକୁ ପାଇଛନ୍ତି କିଛି ଗ୍ରାମରେ ଗୃହପାଳିତ ପଶୁ ଗାଈ ଗୋରୁ ଏବେ ଫାଟୁଆ ଓ ଵଜଵଜିଆ ରୋଗରେ ପୀଡିତ , ଏହି ରୋଗ ସଂକ୍ରମଣ ଧିରେ ଧିରେ ବଢୁଛି , ଏହାକୁ ପ୍ରତିରୋଧ କରିବାକୁ ହେଲେ ଟିକାକରଣର ଆବଶ୍ୟକତା ରହିଛି ।

ଏହି ପରିପ୍ରେକ୍ଷୀରେ ଆଜି କିଛି ନିଃସ୍ଵାର୍ଥପର ସେବା ମନୋଭାବ ଥିବା ପଶୁ ପ୍ରେମୀ ସୁବାଷ ଚନ୍ଦ୍ର ନାୟକ, ତାରିଫ୍ ହୁସେନ , ହିମାଦ୍ରି ଦାସ ପ୍ରମୁଖ କାମାକ୍ଷାନଗର ଉପଖଣ୍ଡ ପଶୁ ଚିକିତ୍ସାଳୟ ଗସ୍ତ କରି ସେଠିକାର ପଶୁ ଚିକିତ୍ସକ ଅଧିକାରୀ ଡାକ୍ତର ଉଦୟ ମହାଳିକଙ୍କୁ ସାକ୍ଷାତ କରି ତାଙ୍କ ସହିତ ସବିଶେଷ ଆଲୋଚନା କରିଥିଲେ ଏଵଂ ଏକ ଦାବିପତ୍ର ପ୍ରଦାନ କରିଥିଲେ । ପଶୁ ଚିକିତ୍ସକ ମହାଳିକ ବାବୁ ପଶୁ ମାନଙ୍କ ସୁରକ୍ଷା ପାଇଁ ସବୁ ପ୍ରକାର ପଦକ୍ଷେପ ଗ୍ରହଣ କରାଯିଵ ବୋଲି ପ୍ରତିଶୃତି ଦେଇଥିଲେ

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ପ୍ରକାଶ ପାଇଲା କ୍ଷୁଦ୍ରଗଳ୍ପ ପ୍ରତିଯୋଗିତାର ଫଳାଫଳ, ପ୍ରଥମ ସ୍ଥାନରେ କେନ୍ଦ୍ରାପଡା

masiha

ସାପ କାମୁଡ଼ାର ଶିକାର ହେଲେ ଯୁବକ

Sunil Chandra Nayak

ଭୋଟର ତାଲିକାର ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ଅଭିଯାନ-୨୦୨୪ : ବାଲିଗୁଡା ଉପଖଣ୍ଡ ପ୍ରଶାସନ ଦ୍ବାରା ଭୋଟର ସଚେତନତା କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!