ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାୟଗଡ଼ା ଗ୍ରୀନ ରାୟଗଡ଼ା ପକ୍ଷରୁ ବିଶ୍ଵ ପରିବେଶ ଦିବସ ପାଳିତ

ରାୟଗଡ଼ା ଗ୍ରୀନ ରାୟଗଡ଼ା ପକ୍ଷରୁ ବିଶ୍ଵ ପରିବେଶ ଦିବସ ପାଳିତ

ରାୟଗଡ଼ା : ତା : ୦୫/୦୬/୨୫ — ବିଶ୍ଵ ପରିବେଶ ଦିବସ ଅବସରରେ ରାୟଗଡ଼ା ଜିଲ୍ଲା ର ଏକ ଅଗ୍ରଣୀ ସାମାଜିକ ସଂଗଠନ ଗ୍ରୀନ ରାୟଗଡ଼ା ପକ୍ଷରୁ ଆଜି ବିଶ୍ଵ ପରିବେଶ ଦିବସ ପାଳନ କରାଯାଇଛି । ଏହି ଅବସରରେ ଗ୍ରୀନ ରାୟଗଡ଼ା ଅନୁଷ୍ଠାନ ର ସଭାପତି ଶ୍ରୀ ଯୋଗେଶ୍ୱର ଦାସ ଏବଂ ସମ୍ପାଦକ ଶ୍ରୀ କୃଷ୍ଣ କାନ୍ତ ଜେନାଙ୍କ ନେତୃତ୍ବରେ ଆଜି ପ୍ରଥମେ ରାୟଗଡ଼ା ରେଳ ଷ୍ଟେସନ ସମ୍ମୁଖ ବୃକ୍ଷ ରୋପଣ କରାଯାଇ ମୂଖ୍ୟ ରାସ୍ତା ର ଦୁଇ ପାର୍ଶ୍ଵରେ ଲାଗିଥିବା ଗଛ ଗୁଡ଼ିକରେ ଜଳ ଦେବା ସହ ସହରର ବିଭିନ୍ନ ବସ୍ତି ଏବଂ ରାସ୍ତା କଡ଼ରେ ବୃକ୍ଷ ରୋପଣ କରାଯାଇ ଗଛ ଗୁଡ଼ିକରେ ଜଳ ଦିଆଯାଇଥିଲା । ଏହି ମହତ କାର୍ଯ୍ୟକ୍ରମରେ ଗ୍ରୀନ ରାୟଗଡ଼ା ଦୀର୍ଘ ୧୮ ବର୍ଷ ଧରି ରାୟଗଡ଼ା ସହରକୁ ପଲିଥିନ ମୁକ୍ତ କରିବା , ବୃକ୍ଷ ଚାରା ରୋପଣ କରି ତାର ଯତ୍ନ ନେବା , ନିଜ ଜନ୍ମ ଦିନରେ ଗୋଟିଏ ଗଛଟି ଲଗାଇବା ସହ ତାର ଯତ୍ନ କିପରି ନିଆଯିବ, ପଲିଥିନ ବ୍ୟବହାର କୁ କିପରି ଦୂରେଇ ରହିବା ଏପରି ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ସହରର ସ୍କୁଲ ଛାତ୍ରଛାତ୍ରୀଙ୍କୁ , ଦୈନନ୍ଦିନ ବ୍ୟବସାୟ ବଜାରରେ ଏବଂ ଜନସାଧାରଣଙ୍କ ମହଲରେ ଏପରି ଭିନ୍ନ ଭିନ୍ନ ଉପାୟରେ ସଚେତନତା ସୃଷ୍ଟି କରି ଆସୁଛୁ ବୋଲି ଅନୁଷ୍ଠାନ ର ସଭାପତି ଶ୍ରୀ ଯୋଗେଶ୍ଵର ଦାସ ଏବଂ ସମ୍ପାଦକ ଶ୍ରୀ କୃଷ୍ଣ କାନ୍ତ ଜେନା ପ୍ରକାଶ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ରାୟଗଡ଼ା ଜିଲ୍ଲା ସାମ୍ବାଦିକ ମହା ସଂଘର ସଭାପତି ଦିପକ କୁମାର ପୃଷ୍ଟି , ବରିଷ୍ଠ ଆଇନଜୀବି ଶ୍ରୀ ବୀରଜା ପାତ୍ର , ସମାଜ ସେବୀ ପି . ଗୈାରୀ , ଚୀନାରି ବିଜୟ ମହନ, ଡ଼ି ପି ବାପୁ y, ମାତୃଶକ୍ତି ରୁ କୁମାରୀ ବାଡତିଆ , ରାୟଗଡ଼ା ଜି ସି ଡ଼ି ୱକର୍ସ କ୍ଳବ , ଭାରତୀୟ ମଜଦୂର ସଂଘର କାର୍ଯ୍ୟକର୍ତ୍ତା , ରେଳବାଇ ସୁରକ୍ଷା ବଳଙ୍କ ସହ ସହରର ବିଭିନ୍ନ ଅନୁଷ୍ଠାନର ନେତୃବୃନ୍ଦ ଏବଂ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇ ଗ୍ରୀନ ରାୟଗଡାର ଏପରି କାର୍ଯକ୍ରମ କୁ ପ୍ରଶଂସା କରିବା ସହ ସାଧୁବାଦ ଜଣାଇଥିଲେ । 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଭାରତରତ୍ନ ବାବାସାହେବ ଡଃ ଭୀମରାଓ ଆମ୍ବେଦକରଙ୍କ 135 ତମ ଜନ୍ମ ଜୟନ୍ତୀ ପାଳନ

masiha

ଜିଲ୍ଲା ସ୍ତରୀୟ ମାଣ୍ଡିଆ ଦିବସ ପାଳିତ 

Sunil Chandra Nayak

ନବନିର୍ବାଚିତ ଓକିଲ ସଂଘ ପ୍ରତିନିଧିମାନଙ୍କୁ AOLA ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା , ସ୍ୱତନ୍ତ୍ର ସମ୍ମାନରେ ସମ୍ମାନିତ ହେଲେ ସଞ୍ଜିତ କୁମାର ପାଣିଗ୍ରାହୀ

Leave a Comment

error: Content is protected !!