ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଜୟନ୍ତୀ ଆସନ୍ତା ୮ ରେ…..

କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଜୟନ୍ତୀ ଆସନ୍ତା ୮ ରେ…..

ରାଉରକେଲା: ଆଦର୍ଶ ପାଠାଗାର ଓ ଭଞ୍ଜ ସାଂସ୍କୃତିକ ନ୍ୟାସର ମିଳିତ ଆନୁକୂଲ୍ୟରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଜୟନ୍ତୀ ଆସନ୍ତା ୮ ତାରିଖ ରବିବାର ଦିନ ଦିବା ୧୦ ଘଟିକା ସମୟରେ ଆଦର୍ଶ ସାହିତ୍ୟ ଘର ଠାରେ ମହାସମାରୋହରେ ପାଳନ କରାଯିବ। ଏହି କାର୍ଯ୍ୟକ୍ରମରେ ଇସ୍ପାତ ସ୍ବୟଂ ଶାସିତ ମହାବିଦ୍ୟାଳୟ ର ସେବା ନିବୃତ ଅଧ୍ୟକ୍ଷ ପ୍ରାଧ୍ୟାପକ ଶଙ୍କର ପ୍ରସାଦ ତ୍ରିପାଠୀ ମୁଖ୍ୟଅତିଥି ଓ ମୁଖ୍ୟବକ୍ତା ଭାବେ ବିଶିଷ୍ଟ ଭଞ୍ଜ ସାହିତ୍ୟ ପ୍ରବକ୍ତା ଓ ଗବେଷକ ଡାକ୍ତର କୃଷ୍ଣକେଶବ ଷଡ଼ଙ୍ଗୀ ଯୋଗ ଦେବେ ବୋଲି ସ୍ବୀକୃତି ପ୍ରଦାନ କରିଛନ୍ତି। ଏଣୁ ଏହି କାର୍ଯ୍ୟକ୍ରମରେ ସହରବାସୀ ବହୁସଂଖ୍ୟାରେ ଯୋଗଦେଇ ଏହି ସାରସ୍ଵତ ସଭାକୁ ସଫଳ କରିବା ପାଇଁ ଆଦର୍ଶ ପାଠାଗାରର ସଭାପତି ତଥା ଭଞ୍ଜ ସାଂସ୍କୃତିକ ନ୍ୟାସର ସମ୍ପାଦକ ଚନ୍ଦ୍ର ଶେଖର ଶତପଥୀ ଓ ଆଦର୍ଶ ପାଠାଗାରର ସାଧାରଣ ସମ୍ପାଦକ ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ ଅନୁରୋଧ କରିଛନ୍ତି। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ନନ୍ଦିନୀ ଶତପଥୀ ଶିଶୁଉଦ୍ୟାନରେ ବେଆଇନ ରାସ୍ତା ନିର୍ମାଣ ଉଦ୍ୟମକୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ତୀବ୍ର ବିରୋଧ

Sunil Chandra Nayak

ରାଜ୍ୟ ହୋଟେଲ ମ୍ୟାନେଜମେଣ୍ଟ ଇନଷ୍ଟିଚ୍ୟୁଟରେ ପଢିବେ ୨ ଆଶ୍ରମର ବାଳିକା 

Sunil Chandra Nayak

ଗୁରୁ ନାନକ ପବ୍ଲିକ୍‌ ସ୍କୁଲ୍‌ରେ ଜାତୀୟ ପ୍ରେସ ଦିବସ ପାଳନ: ୫୦ରୁ ଅଧିକ ସାମ୍ବାଦିକଙ୍କୁ ସମ୍ବର୍ଦ୍ଧନା

masiha

Leave a Comment

error: Content is protected !!