ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଦାମ ପାହାଡ଼ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର! ବାସାଘୁଟୁ  ଅଙ୍ଗନବାଡ଼ି କେନ୍ଦ୍ରରେ ମୟୂରଭଞ୍ଜ ସାଂସଦଙ୍କ ଦ୍ଵାରା ମଶାରୀ ବଣ୍ଟନ କାର୍ଯ୍ୟକ୍ରମ 

ବାଦାମ ପାହାଡ଼ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର! ବାସାଘୁଟୁ  ଅଙ୍ଗନବାଡ଼ି କେନ୍ଦ୍ରରେ ମୟୂରଭଞ୍ଜ ସାଂସଦଙ୍କ ଦ୍ଵାରା ମଶାରୀ ବଣ୍ଟନ କାର୍ଯ୍ୟକ୍ରମ 

  ମୟୂରଭଞ୍ଜ -୬/୬ —  ଶୁକ୍ରବାର ଦିନ ମୟୂରଭଞ୍ଜ ଜିଲ୍ଲାର କୁସୁମି ବ୍ଳକର ବାଦାମ ପାହାଡ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ଅଧିନରେ ଥିବା ବାସାଘୁଟୁ ଅଙ୍ଗନୱାଡ଼ି କେନ୍ଦ୍ର ଠାରେ ମୟୂରଭଞ୍ଜ ସାଂସଦ ନବ ଚରଣ ମାଝି ଙ୍କ ଦ୍ଵାରା ଦୀର୍ଘସ୍ଥାୟୀ କୀଟନାଶକ ଉପଚାରିତ ମଶାରୀ ବଣ୍ଟନ କାର୍ଯକ୍ରମ ର ଶୁଭ ଉଦ୍ଘାଟନ ହେଇଛି । ଏହି ଅବସରରେ ବାସାଘୁଟୁ ଗ୍ରାମରେ ମ୍ୟାଲେରିଆ ନିରାକରଣ ପାଇଁ ପାଲା ପରିବେଷଣ ମାଧ୍ୟମରେ ଜନସାଧାରଣ ମାନଙ୍କୁ କେମିତି ମାସାରିର ବ୍ୟବହାର ଓ ଉପଚାରିତ କେମିତି ହେଇ ପାରିବ ସେ ବିଷୟରେ ବୁଝାଇ କହିଥିଲେ। ଏହି ଶୁଭ ଉଦ୍ଘାଟନ ରେ ବାଦାମ ପାହାଡ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ର ଭାରପ୍ରାପ୍ତ ଅଧିକାରୀ ଡାକ୍ତର ରିତେଶ ଚୈତନ୍ୟ, ଜନ ସ୍ଵାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ହିମାଂଶୁ ଶେଖର ବେହେରା, ବି ପି ଏମ ନିରାକାର ନାୟକ, ଏମ ଟି ଏସ ତୀର୍ଥଙ୍କର ମହାନ୍ତି, ବାଦାମ ପାହାଡ ଜନ ୨ ର ଜେଡପି ପୂତୁଲୁ ହାଇବୃ, ବଡ ହାତନା ବେଦା ସରପଞ୍ଚ ସାବିତ୍ରୀ ତିରୀୟା , ଆଶା, ଅଙ୍ଗନୱାଡ଼ି ଦିଦି, ଜନସାଧାରଣ ପ୍ରମୁଖ ଯୋଗଦେଇଥିଲେ । ଏହି ମଶାରୀ ବଣ୍ଟନ କାର୍ଯକ୍ରମ ରେ କୁସୁମୀ ବ୍ଲକ ପାଇଁ ୫୫୩୨୫ ମଶାରୀ ବଣ୍ଟନ ହେବାର କାର୍ଯକ୍ରମ ରହିଛି ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନାଉଜ

Related posts

ବଜ୍ରାଘାତରେ 2 ଗୁରୁତର

Sunil Chandra Nayak

ରାଇରଙ୍ଗପୁର ଠାରେ ଜାତୀୟ ପଂଚାୟତିରାଜ ଦିବସ-୨୦୨୬ ପାଳିତ. 

Sunil Chandra Nayak

ଡାବୁଗାଁ ବ୍ଲକରେ ପୁରୁଷ ହକି ବିଶ୍ଵକପ ଉଦଘାଟନୀ ଉତ୍ସବ ନିମନ୍ତେ କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!