ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

NCC କ୍ୟାଡେଟ୍ସଙ୍କ ଦ୍ୱାରା ସେକ୍ସନ୍ ବ୍ୟାଟେଲ୍ ଡ୍ରିଲ୍ ପ୍ରଦର୍ଶନ

NCC କ୍ୟାଡେଟ୍ସଙ୍କ ଦ୍ୱାରା ସେକ୍ସନ୍ ବ୍ୟାଟେଲ୍ ଡ୍ରିଲ୍ ପ୍ରଦର୍ଶନ

ନବରଙ୍ଗପୁର:(୬|୬)(ରବି ନାରାୟଣ ମହାନ୍ତି)NCC କ୍ୟାମ୍ପ ୦୩ ଜୁନ୍ ୨୦୨୫ ରୁ ୧୨ ଜୁନ୍ ୨୦୨୫ ପର୍ଯ୍ୟନ୍ତ ବିଏଡ୍ କଲେଜ୍ ନବରଙ୍ଗପୁରରେ ଆୟୋଜିତ ହୋଇଛି।ସେକ୍ସନ୍ ବ୍ୟାଟେଲ୍ ଡ୍ରିଲ୍ ୦୬ ଜୁନ୍ ୨୦୨୫ ରେ ସକାଳ ୯.୩୦ ରେ ୧୩ (O) BN NCC ନବରଙ୍ଗପୁର ଆନୁକଲ୍ୟାରେ EMRS, HIRLI ଖେଳଭୂମିରେ ପ୍ରଦର୍ଶିତ ହୋଇଥିଲା । NCC CADET ଦ୍ୱାରା ଏହି ଆକର୍ଷଣୀୟ ବ୍ୟାଟେଲ୍ ଡ୍ରିଲ୍ ପ୍ରଦର୍ଶିତ ହୋଇଥିଲା, ଉନ୍ନତ ମାନର ପ୍ରତିରକ୍ଷା ଦଖ୍ୟତା ବ୍ୟବହାର କରି ଶତ୍ରୁକୁ କିପରି ପରାସ୍ତ କରାଯାଇପାରିବ, ତାହା ଏକ ସୁନ୍ଦର ବ୍ୟାଟେଲ୍ ଡ୍ରିଲ୍ ପ୍ରଦର୍ଶିତ ହୋଇଥିଲା। କାର୍ଯ୍ୟକ୍ରମଟି କର୍ଣ୍ଣେଲ ସୁନିଲ କୁମାର MS କମାଇଣ୍ଡିଂ ଅଫିସର ୧୩ (O) ବାଟାଲିଅନ୍ NCC ଦ୍ୱାରା ଉଦ୍ଘାଟିତ ହୋଇଥିଲା। ଶ୍ରୀମତୀ ସୁଭାଷିନୀ ସାହୁ, ପ୍ରିନ୍ସିପାଲ EMRS ହିର୍ଲି ସ୍କୁଲର ସମ୍ମାନୀତ ଅତିଥି ଭାବରେ ଯୋଗ ଦେଇଥିଲେ ଏବଂ ଅବସରପ୍ରାପ୍ତ ପୂର୍ବତନ ନୌସେନା ଅଧିକାରୀ ଜୟ ପ୍ରକାଶ ସାହୁ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ କ୍ୟାଡେଟ୍‌ଙ୍କୁ ଉତ୍ସାହିତ କରିଥିଲେ। ସୁବେଦାର ମେଜର କେଦାରନାଥ ପ୍ରଧାନ, ପ୍ରଥମ ଅଫିସର ଗଙ୍ଗାଧର ନନ୍ଦ, ସୁବେଦାର ଶିବୁ ଏମ ଟ୍ରେନିଂ JCO, ନାଇବ ସୁବେଦାର ବିନୟ କୁମାର ସିଂ ଏହି କାର୍ଯ୍ୟକ୍ରମ ଆୟୋଜନ କରିଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଧର୍ମଗଡ଼ ଉପଖଣ୍ଡ ଡାକ୍ତରଖାନାରେ ଡାକ୍ତର ଅଭାବରୁ ଚିକିତ୍ସା ସେବା ବାଧାପ୍ରାପ୍ତ, ୩୩ଜଣ ଅନୁମୋଦିତ ଡାକ୍ତର ଜାଗାରେ ଅଛନ୍ତି ମାତ୍ର ୧୩

masiha

ଵହଳଦାରେ ବିଶୁଦ୍ଧ ପାନୀୟ ଜଳ ପ୍ରକଳ୍ପ ପ୍ରତିଷ୍ଠା

masiha

ଅଳ୍ପ ବର୍ଷା ରେ ସୃଷ୍ଟି ହେଉଛି କୁତ୍ରିମ ବନ୍ୟା! ଆଖି ପଲକରେ ଏବେ ଭୋଗିବେ ଟେମେରା ଗ୍ରାମବାସୀ

Sunil Chandra Nayak

Leave a Comment

error: Content is protected !!