ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିକଶିତ କୃଷି ସଂକଳ୍ପ ଅଭିଯାନ

ବିକଶିତ କୃଷି ସଂକଳ୍ପ ଅଭିଯାନ

 ତେନ୍ତୁଳିଖୁଣ୍ଟି ୦୭/୦୬/୨୫ — ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି କୃଷି ବିଭାଗ ପକ୍ଷରୁ ଶନିବାର ବିକଶିତ କୃଷି ସଂକଳ୍ପ ଅଭିଯାନ ଛଅ ଗୋଟି ସ୍ଥାନ ଯଥା ଖାତିଗୁଡ଼ା ଜାନିଗୁଡା ପୂଜାରିଗୁଡ଼ା ,ଡ଼ମୁ ଗୁଡ଼ା  ,ମଞ୍ଚା ଗାଁ ,ମେରେଇ ରେ ଅନୁଷ୍ଠିତ ହୋଇଯାଇଛି।   

ତିନି ଗୋଟି ଟିମ୍ ପର୍ଯ୍ୟାୟକ୍ରମେ ଛଅ ଗୋଟି ସ୍ଥାନ କୁ ଯାଇ ପରାମର୍ଶ ତଥା ଆଲୋଚନା କରିଥିଲେ। ଆଇ ସି ଏ ଆର କେ ଭି କେ ର ବୈଜ୍ଞାନିକ ଡକ୍ଟର ଶଶାଙ୍କ ଲେଙ୍କା, ଆଇ ସି ଏ ଆର ସିଫା ର ଡକ୍ଟର ନୀତିଶ ଚନ୍ଦନ କୃଷି ଇଞ୍ଜିନିୟର ସ୍ୱାଗତିକା ମଲ୍ଲିକ, ଓ ଅଭିକ୍ଷିତ୍ ପ୍ରଧାନ ଗୋଟିଏ ଟିମ୍ ରେ ବିକଶିତ କୃଷି ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ରେ ଭାଗ ନେଇଥିଲେ। ଦ୍ଵିତୀୟ ଟିମ୍ ରେ ଆଇ ସି ଏ ଆର୍ କେ ଭି କେ ର ବୈଜ୍ଞାନିକ ଡକ୍ଟର ପରିତୋଷ ମୁର୍ମୁ ,ଆଇ ସି ଏ ଆର ଶିଫା ର ବୈଜ୍ଞାନିକ ଡକ୍ଟର ଅନିର୍ବାଣ ପାଲ , ବିହନ ନିରୀକ୍ଷକ ଅମିତ୍ ମଲ୍ଲିକ ,ଜିଲ୍ଲା କୃଷି ଅଧିକାରୀ ଅନିଲ କୁମାର ପ୍ରହରାଜ ଙ୍କ ନେତୃତ୍ୱ ରେ ସଚେତନତା ଅଭିଯାନ କରିଥିଲେ। ତୃତୀୟ ଟିମ୍ ରେ ପ୍ଲାଣ୍ଟ ପ୍ରୋଟେକ୍ସନ୍ ଅଧିକାରୀ ରୁଦ୍ର ପ୍ରସନ୍ନ ମହାଳିକ , ବରିଷ୍ଠ ବୈଜ୍ଞାନିକ ନାଗେସ ବାରିକ , ବ୍ଲକ କୃଷି ଅଧିକାରୀ ବରୁଣ ଧନ ପାଲ ,ଜିଲ୍ଲା ମୁଖ୍ୟ କୃଷି କାର୍ଯ୍ୟଳୟ ଡି ପି ଓ ସିଦ୍ଧାର୍ଥ ପରିଡ଼ା ସଚେତନତା ଓ ପରାମର୍ଶ ଦେଇଥିଲେ। ପରଜା ବାରଙ୍ଗ ପଦର ଗ୍ରାମ ପଞ୍ଚାୟତ ଖାତି ଗୁଡ଼ା ଠାରେ ଇନ୍ଦ୍ରାବତୀ ଏନ୍ ଜି ଓ କ୍ଲବ୍ ପରିସର ରେ ଆୟୋଜିତ ସଭାରେ ବି ଜେ ପି ମଣ୍ଡଳ ସଭାପତି ପ୍ରଶାନ୍ତ ନାୟକ ଯୋଗଦେଇଥିଲେ। କୃଷି ବୈଜ୍ଞାନିକ ଓ ବ୍ଲକ କୃଷି ଅଧିକାରୀ , ଏଏଓ ପ୍ରମୁଖ ଯୋଗଦେଇ ଚାଷୀଙ୍କୁ ଖରିଫ ଫସଲର ସଦ୍ୟତମ ପ୍ରଯୁକ୍ତି ସୂଚନା, ମୃତ୍ତିକା ସ୍ବାସ୍ଥ୍ୟ କାର୍ଡ ଆଧାରିତ ଫସଲ ଚୟନ, ଅଧିକରୁ ଅଧିକ ଚାଷୀଙ୍କ ନିକଟରେ ସରକାରୀ ଯୋଜନାର ଲାଭ ପହଞ୍ଚାଇବା ଆଦି ବିଷୟରେ ଆଲୋଚନା କରିଥିଲେ।ର ଏ ଟି ଏମ ବାଳ ଗୋବିନ୍ଦ ସାହୁ ଏହି କାର୍ଯ୍ୟକ୍ରମ ଆୟୋଜନ ରେ ସହଯୋଗ କରିଥିଲେ। ସେହିପରି ଜାନୀ ଗୁଡ଼ା ଠାରେ ଆୟୋଜିତ କାର୍ଯ୍ୟକ୍ରମ ରେ କୃଷି ବୈଜ୍ଞାନିକ ମାନେ ଉନ୍ନତ ମାନର କୃଷି ଉତ୍ପାଦନ ବୃଦ୍ଧି ପାଇଁ ବୈଷୟିକ, ନୂତନ ପଦ୍ଧତିରେ ଚାଷ ପ୍ରଣାଳୀ ନେଇ ପରାମର୍ଶ ଦେଇଥିଲେ। କୃଷି ଓଭର ସୀୟର ଧିରେନ୍ ବେନ୍ୟା ପରିଚାଳନା ରେ ସହଯୋଗ କରିଥିଲେ। 

ସେହିପରି ପୂଜାରିଗୁଡ଼ା ଠାରେ ମଧ୍ୟ ଆୟୋଜିତ କାର୍ଯ୍ୟକ୍ରମ ଏ ଓ ମଧୁସ୍ମିତା ପତି ପରିଚାଳନା କରିଥିବା ବେଳେ କୃଷି ବୈଜ୍ଞାନିକ ଓ ବିଶେଷଜ୍ଞ ଟିମ୍ ଉପସ୍ଥିତ ରହି ଚାଷୀ ଙ୍କୁ ଉନ୍ନତ ମାନର କୃଷି ଉତ୍ପାଦନ ବୃଦ୍ଧି ପାଇଁ ବୈଷୟିକ, ନୂତନ ପଦ୍ଧତିରେ ଚାଷ ପ୍ରଣାଳୀ ନେଇ ପରାମର୍ଶ ଦେଇଥିଲେ। ଦିଗୀ ଗ୍ରାମ ପଞ୍ଚାୟତ ର ଡମୁଗୁଡ଼ା କୃଷି ବୈଜ୍ଞାନିକ ଓ ବିଶେଷଜ୍ଞ ମାନେ ଉନ୍ନତ ମାନର କୃଷି ଉତ୍ପାଦନ ବୃଦ୍ଧି ପାଇଁ ବୈଷୟିକ ଆଧୁନିକ ଚାଷ ପ୍ରଣାଳୀ ରେ ଚାଷ ଆପଣେଇବାକୁ ଉପଦେଶ ଦେଇଥିଲେ। ଏ ଟି ଏମ ଆଶିଷ ପରିଡ଼ା କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। 

ମଞ୍ଚାଗାଁ କାର୍ଯ୍ୟକ୍ରମ ରେ। ମଣ୍ଡଳ ସଭାପତି ପ୍ରଶାନ୍ତ ନାୟକ ଯୋଗ ଦେଇଥିବା ବେଳେ କୃଷି ଓଭର ସିୟର ବନ୍ଦିତା ମହାରଣା କାର୍ଯ୍ୟକ୍ରମ ପରିଚାଳନାରେ ସହ ଯୋଗ କରିଥିଲେ କୃଷି ବୈଜ୍ଞାନିକ ଓ ବିଶେଷଜ୍ଞ ଟିମ୍ ବ୍ଲକ୍‌ସ୍ତରୀୟ ଅଧିକାରୀ ଯୋଗଦେଇ କୃଷକମାନଙ୍କୁ ଚାଷ ସମ୍ବନ୍ଧରେ ଆବଶ୍ୟକ ପରାମର୍ଶ ଦେଇଥିଲେ। ମେରେଇ ଠାରେ ଆୟୋଜିତ କାର୍ଯ୍ୟକ୍ରମ ରେ କୃଷି ଓଭର ଶିୟର ଜିତେନ୍ଦ୍ର ଟାକ୍ରୀ ପରିଚାଳନା କରିଥିବା ବେଳେ ଉପସ୍ଥିତ ବୈଷୟିକ ଦଳ ମୃତ୍ତିକା ପରୀକ୍ଷଣ, ଶ୍ରୀ ପଦ୍ଧତି ରେ ରୋପଣ ,ଫସଲ ପରିବର୍ତ୍ତନ ଉପରେ ଗୁରୁତ୍ଵ ଦେବାକୁ ପରାମର୍ଶ ଦେଇଥିଲେ। ବିଭିନ୍ନ ବିହନ ର କିଛି ଉନ୍ନତ ପରୀକ୍ଷିତ ଅଧିକ ଉତ୍ପାଦନ ଦେଉଥିବା ବିହନ ସମ୍ପର୍କରେ ମଧ୍ୟ ସୂଚନା ଦିଆଯାଇଥିଲା। ପଶୁପାଳନ ,ମତ୍ସ୍ୟ ଚାଷ ପନିପରିବା ଚାଷ ଆଦି ଆପଣେଇ ମିଶ୍ରିତ କୃଷି କରିଲେ ଚାଷୀ ନିର୍ଭରଶିଳ ନ ହୋଇ ଉଦ୍ୟୋଗୀ ହୋଇ ପାରିବ ବୋଲି ପରାମର୍ଶ ଦେଇଥିଲେ।

ଗୋବର୍ଦ୍ଧନ ସାହୁ, ତେନ୍ତୁଳିଖୁଣ୍ଟି

Related posts

ରାଇରଙ୍ଗପୁର ମହାବିଦ୍ୟାଳୟର ଆଲୁମନି ଆସୋସିଏସନର ବୈଠକ      

masiha

କୋରାପୁଟ ଲୋକସଭା ନିର୍ବାଚନ ମଣ୍ଡଳୀ ଖର୍ଚ୍ଚ ପର୍ଯ୍ୟବେକ୍ଷକ ଙ୍କ ସମୀକ୍ଷା ବୈଠକ ଅନୁଷ୍ଠିତ 

masiha

ବୌଦ୍ଧ ଜ଼ିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସେବସ୍ତିଆନ କୁଜୁର ଙ୍କ ଚାକିରୀ ରୁ ଅବସର ଗ୍ରହଣ, ସହକାରୀ ଜ଼ିଲ୍ଲାପାଳ ସସ୍ମିତା ପ୍ରଧାନ ନେଲେ ଡି. ଏସ. ଡବ୍ଲୁ. ଓ. ଦାୟିତ୍ୱ   

Sunil Chandra Nayak

Leave a Comment

error: Content is protected !!