ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଗହଣା ସଫେଇ ଆଳରେ ଜୈନିକ ବ୍ୟବସାୟୀଙ୍କ ଘରୁ ଲୁଟ୍।  ଦୁଇଟି ସୁନା ଚୁଡ଼ି, ମୁଦି ଓ ସୁନା ଚେନ ନେଇ ଦୁଇ ଦୃର୍ବୁତ୍ତ ଫେରାର…

ଗହଣା ସଫେଇ ଆଳରେ ଜୈନିକ ବ୍ୟବସାୟୀଙ୍କ ଘରୁ ଲୁଟ୍। 

ଦୁଇଟି ସୁନା ଚୁଡ଼ି, ମୁଦି ଓ ସୁନା ଚେନ ନେଇ ଦୁଇ ଦୃର୍ବୁତ୍ତ ଫେରାର…

ବାସନ କୁସନ, ସୁନା ରୂପା ସାମଗ୍ରୀ ସଫେଇ ଆଳରେ ଜୈନିକ ବ୍ୟବସାୟୀଙ୍କ ଘରୁ ଦୁଇଟି ସୁନା ଚୁଡ଼ି, ମୁଦି ଓ ସୁନା ଚେନ ନେଇ ଫେରାର ହୋଇ ଯାଇଥିବା ଘଟଣା ଦୃଷ୍ଟିକୁ ଆସିଛି।

ଆଜି ସକାଳେ ଧର୍ମଗଡ ର ମନୋଜ କୁମାର ଅଗ୍ରୱାଲ (କିରାନା ଷ୍ଟୋର) ଘରେ ନ ଥିବାର ସୁଯୋଗ ନେଇ ତାଙ୍କ ଘରକୁ ଦୁଇଜଣ ବ୍ୟକ୍ତି ଉଜାଲା କଂପାନୀ ରୁ ଆସିଥିବା ପରିଚୟ ଦେଇଥିଲେ।

ଘରେ ମନୋଜ ଙ୍କ ମାଆ ଓ ଭାତ୍ରୁ ବଧୂ ଥିଲେ।ବାସନ କୁସନ,ରୂପା ସାମଗ୍ରୀ ସଫେଇ କରିବାକୁ ସେମାନେ ଗୃହ କର୍ତ୍ତା ଙ୍କୁ ପ୍ରବର୍ତ୍ତାଇ ଥିଲେ। ତାଙ୍କର କଥାରେ ବିଶ୍ୱାସ କରି ମନୋଜ ଙ୍କ ମାଆ ଗହଣା ଦେଇଥିଲେ।ପରେ ଗରମ ପାଣି ଆଣିବାକୁ କହି ଦୁଇଟି ସୁନା ଚୁଡ଼ି, ମୁଦି ଓ ସୁନା ଚେନ ନେଇ ସେମାନେ ଫେରାର ହୋଇ ଯାଇଥିଲେ। ସେମାନଙ୍କ ର ଚିତ୍ର ସିସିଟିଭି ରେ କଏଦ୍ ହୋଇଛି।

ଦୃର୍ବୁତ୍ତ ଦୁଇଜଣ ଧର୍ମଗଡର ଆଉ କିଛି ଘରକୁ ମଧ୍ୟ ଯାଇଥିବା ସୂଚନା ମିଳିଛି। ବ୍ୟବସାୟୀ ସଙ୍ଘ ପକ୍ଷରୁ ଏନେଇ ପୋଲିସ କୁ ସୂଚନା ଦିଆ ଯାଇଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

୫ ଚୋରି ମଟର ସାଇକେଲ ସହ ବିପୁଳ ଚୋରି ସାମଗ୍ରୀ ଜବତ : ୧ ଗିରଫ

Sunil Chandra Nayak

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଭିଣେଇ କୁ ମରଣାନ୍ତକ ଆକ୍ରମଣ କଲା ଶଳା

masiha

ଚୋର ନେଇଗଲା ସୁନା ଓ ଟଙ୍କା, ଅଭିଯୋଗ ପରେ ତଦନ୍ତ ଆରମ୍ଭ

masiha

Leave a Comment

error: Content is protected !!