ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଜିଲ୍ଲା କଂଗ୍ରେସ ପକ୍ଷରୁ ମଶାଲ ଶୋଭାଯାତ୍ରା

ଜିଲ୍ଲା କଂଗ୍ରେସ ପକ୍ଷରୁ ମଶାଲ ଶୋଭାଯାତ୍ରା

ରାଉରକେଲା ୭/୬, ପ୍ରଦେଶ କଂଗ୍ରେସ କମିଟି ଉପସଭାପତି ତଥା ପୂର୍ବତନ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ଆହ୍ବାନ କ୍ରମେ ଏବଂ ରାଉରକେଲା ଜିଲ୍ଲା କଂଗ୍ରେସ ସଭାପତି ରବି ରାୟଙ୍କ ନେତୃତ୍ବରେ ଏକ ମଶାଲ ଶୋଭାଯାତ୍ରା ଗୁରୁବାର ସନ୍ଧ୍ୟାରେ ଆମ୍ବବାଗାନ୍ ଗଜପତି ମାର୍କେଟ୍ ଠାରୁ ଆରମ୍ଭ ହୋଇ ଗାନ୍ଧୀ ପାର୍କ ନିକଟରେ ହୋଇଥିଲା। ଉକ୍ତ ସଭାରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଦାସ ଓ କଂଗ୍ରେସ ପ୍ରଭାରୀ ଅଜୟ କୁମାର ଲଲୁଙ୍କ ନିର୍ଦ୍ଦେଶ କ୍ରମେ, ରଘୁନାଥପାଲୀ ବିଧାନସଭା ନିର୍ବାଚନମଣ୍ଡଳୀରେ ଯେଉଁ ପ୍ରକାର ସମ୍ବିଧାନ ବିରୋଧୀ କାର୍ଯ୍ୟ ହେଉଛି ତାହାର ବିରୋଧ କରାଯାଇଥିଲା। ଏଥିପାଇଁ ମଶାଲ ଶୋଭାଯାତ୍ରା ମାଧ୍ୟମରେ ଜନସାଧାରଣଙ୍କୁ ସଚେତନ କରାଯାଉଛି। ମଶାଲ ଶୋଭାଯାତ୍ରା ପହଞ୍ଚିବା ପରେ ଗାନ୍ଧୀ ପାର୍କ ଠାରେ ଏକ ସଭାର ଆୟୋଜନ କରାଯାଇଥିଲା। ଏହି ସଭାରେ କଂଗ୍ରେସ ଉପସଭାପତି ତଥା ପୂର୍ବତନ ବିଧାୟକ ସନ୍ତୋଷ ସିଂ ସାଲୁଜା, ରାଜଗାଙ୍ଗପୁର ବିଧାୟକ ଡକ୍ଟର ସି ଏସ୍ ରାଜନ ଏକ୍କା, ବିଧାୟକ ପବିତ୍ର ସାଉନ୍ତା, ରାଜକିଶୋର ଷଢଙ୍ଗୀ, ଲକ୍ଷ୍ମୀଧର ସିଂ, ଅନୀମା ମିଞ୍ଜ୍, ଦେବବ୍ରତ ବିହାରୀ, ରଶ୍ମୀ ପାଢୀ, ସବୀର ହୁସେନ, ଓ୍ବାରିଅମ୍ ସିଂହ, ବିରେନ୍ଦ୍ର ଦାସ, ଗଣେଶ ପ୍ରଧାନ, ବି ଏନ୍ ପଟ୍ଟନାୟକ, ସନ୍ତୋଷ ବିଶ୍ବାଳ, ଗୋପାଳ ଦାସ, ଆଶିଷ ମହାନ୍ତି, ସରୋଜ ଲେଙ୍କା, ନଚିକେତା ମହାପାତ୍ର, ସୁଜନ ତନ୍ତୀ, ଡେଭିଡ୍ ରାଓ, ସୁଶୀଲ କିଣ୍ଡୋ, ପ୍ରବୋଧ ଦାସ, ରାଜେଶ ଟପ୍ପୋ, ଏଜାଜ୍ ଅଖତର୍, ପ୍ରଫୁଲ ପ୍ରଧାନ, ଧୁସା ନାୟକ, ମନୁ ସାମଲ, ଆଦେଶ ସୁନା, ରଘୁନାଥ ଦାସ, ବିନୋଦ ରାଉତ, ବିନୋଦ ତନ୍ତୀ, ବିଶ୍ବନାଥ ବାରିକ୍, ରମେଶ ଗୁପ୍ତା, ରଂଜିତା ମଲ୍ଲିକ, ଶେଖ ସମ୍ମିମ୍, ଏମ୍ ଡି ଇକରାମ୍ ହକ୍, ରାନୀ ମହାକୁଡ, ଝରଣା ତ୍ରିପାଠୀ, ରୁକସାନା ବେଗମ୍, ଅନୀଲ ବିଶୋଇ, ଧରମା ନାଏକଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ସ୍ତରୀୟ ପ୍ରବାଦ ପୁରୁଷ ବିଜୁପଟନାୟକଙ୍କ ୧୦୭ ତମ ଜୟନ୍ତୀ

Sunil Chandra Nayak

ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ ପାଳିତ 

Sunil Chandra Nayak

ଜବର ଦଖଲ ଉଚ୍ଛେଦ ନହେଲେ ଭୋଟ ବର୍ଜନ ଚେତାବନୀ ଦେଲେ କନ୍ଦରପୁର ଗ୍ରାମବାସୀ 

masiha

Leave a Comment

error: Content is protected !!