ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଖଣ୍ଡାୟତ କ୍ଷତ୍ରିୟ ମହାସଭା ର ବୈଠକ

ଖଣ୍ଡାୟତ କ୍ଷତ୍ରିୟ ମହାସଭା ର ବୈଠକ

ରାଉରକେଲା: ନିଖିଳ ଉତ୍କଳ ଖଣ୍ଡାୟତ କ୍ଷତ୍ରିୟ ମହାସଭା ଇସ୍ପାତ ନଗର କମିଟିର ଏକ ବୈଠକ ମହାସଭାର କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଅଛି। ମହାସଭାର ସାଧାରଣ ସମ୍ପାଦକ ଶଶଧର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଭୁବନେଶ୍ୱର ସ୍ଥିତ ନିଖିଳ ଓଡ଼ିଶା ଖଣ୍ଡାୟତ କ୍ଷତ୍ରିୟ ପାଇକ ଚଷା ମହାସଂଘ ର ସାଧାରଣ ସମ୍ପାଦକ ସୁଦର୍ଶନ ଛୋଟରାୟ ଅତିଥି ଭାବେ ଯୋଗଦେଇ ମହାସଂଘ କୁ ଅଧିକ କ୍ରୀୟାଶୀଳ ଓ ସଂଗଠିତ କରିବା ପାଇଁ ଆହ୍ବାନ ଦେଇଥିଲେ। ଏହାସହ ଖଣ୍ଡାୟତ, କ୍ଷତ୍ରିୟ,ପାଇକ, ଚଷା ଭାଇ ମାନେ ଏକାଠି ହୋଇ ନିଜର ଦାବି ଉପସ୍ଥାପନ କରିପାରିଲେ ତଥା ସମସ୍ତଙ୍କ ମଧ୍ୟରେ ଐକ୍ୟବଦ୍ଧତା ରହି ପାରିଲେ ତାହା ସମ୍ଭବ ହେବ ବୋଲି ମତ ପ୍ରକାଶ କରିଥିଲେ। ଏଥିପାଇଁ ଏବେ ସମଗ୍ର ରାଜ୍ୟରେ ଉଦ୍ୟମ ଆରମ୍ଭ କରାଯାଉଛି। ଆଗାମୀ ଜୁଲାଇ ମାସର ଶେଷ ଭାଗରେ ଭୁବନେଶ୍ୱର ଠାରେ ମହାସଂଘର ଏକ ଜାତୀୟ ସମ୍ମିଳନୀ ରେ ଯୋଗ ଦେବା ପାଇଁ ଶ୍ରୀ ଛୋଟରାୟ ନିବେଦନ କରିଥିଲେ। ଏହି ଅବସରରେ ଅନୁଷ୍ଠାନ ତରଫରୁ ଶ୍ରୀ ଛୋଟରାୟଙ୍କୁ ଅଙ୍ଗବସ୍ତ୍ର ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ଏହାପରେ ସେ ବାରହାତ ଖଡ୍ଗ ଓ ଭବନ ପରିଦର୍ଶନ କରି ଏହା ତାଙ୍କ ପାଇଁ ସୈାଭାଗ୍ୟର କଥା ବୋଲି କହିଥିଲେ। ଏହି ବୈଠକରେ ମହାସଭାର ବରିଷ୍ଠ କର୍ମକର୍ତ୍ତା ରବି ନାରାୟଣ ପରିଡ, ଡ ରବିନ୍ଦ୍ର କୁମାର ଜେନା, ଗଙ୍ଗାଧର ନାୟକ,ରଥିନ୍ଦ୍ର ନାଥ ପ୍ରଧାନ, ନାରାୟଣ ଚନ୍ଦ୍ର ସାମଲ, ସୁବ୍ରତ ମଲ୍ଲିକ, ଚାନ୍ଦମଣୀ ବେହୁରା, ଜଗନ୍ନାଥ ରାଉତ, ଗଣପତି ଜେନା, ଉଗ୍ରସେନ ବିଶ୍ବାଳ, ରବିନ୍ଦ୍ର କୁମାର ବାରିକ ଓ କୁଞ୍ଜବିହାରୀ ରାଉତ ପ୍ରମୁଖ ଉପସ୍ଥିତ ଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ହେପାଟାଇଟିସ୍-ସି ଚିକିତ୍ସା ସେବାରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ନୂଆପଡ଼ା ଜ଼ିଲ୍ଲାକୁ ରାଜ୍ୟରେ ତୃତୀୟ ପୁରସ୍କାର

Sunil Chandra Nayak

ନେକ୍ସଟ୍ ଜେନ୍ କମ୍ପ୍ୟୁଟର ଶିକ୍ଷା କେନ୍ଦ୍ର ବାଦଲଦେଇରେ ସ୍ୱାଧୀନତା ଦିବସ ପାଳିତ 

Sunil Chandra Nayak

ରାଧାକୃଷ୍ଣ କଳlପରିଷଦ ଫୁଟବଲ ଟୁର୍ଣ୍ଣlମେଣ୍ଟ ଉଦଯାପିତ , ମଣ୍ଡଳ କୁ ହରାଇ ଧର୍ମଗଡ ଚାମ୍ପିଅନ

masiha

Leave a Comment

error: Content is protected !!