ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଲିଗୁଡା ରେ ପାରମ୍ପରିକ ଖାଦ୍ୟ ମେଳା:   ଉତ୍ତମ ସ୍ବାସ୍ଥ୍ୟ ଗଠନରେ ପାରମ୍ପରିକ ଖାଦ୍ୟର ଆବଶ୍ୟକତା ରହିଛି

ବାଲିଗୁଡା ରେ ପାରମ୍ପରିକ ଖାଦ୍ୟ ମେଳା:  

ଉତ୍ତମ ସ୍ବାସ୍ଥ୍ୟ ଗଠନରେ ପାରମ୍ପରିକ ଖାଦ୍ୟର ଆବଶ୍ୟକତା ରହିଛି

 କନ୍ଧମାଳ ,ତା, ୦୮/୦୬: (ମନିସ): କନ୍ଧମାଳ ଜିଲା ବାଲିଗୁଡା କଲ୍ୟାଣ ମଣ୍ଡପ ପରିସରରେ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ମେଳା ଓ ପ୍ରତିଯୋଗିତା ସିଡିପିଓ କ୍ରୀଷ୍ଣା ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବାଲିଗୁଡା ବିଡିଓ ଅକ୍ଷୟ କୁମାର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଶୁଭାରମ୍ଭ କରିଥିଲେ। ଏହି ପାରମ୍ପରିକ ଖାଦ୍ୟ ମେଳାରେ ଘରୋଇ ପ୍ରସ୍ତୁତ ଖାଦ୍ୟ ତଥା ପାରମ୍ପାରିକ ଖାଦ୍ୟ ମିଠା, ଛେନା ଝିଲି, ପୋଡ ପିଠା, ରସା ବଳି, ଛେନା ପୋଡ଼, ଏଣ୍ଡୁରୀ ପିଠା, ପୋଡ଼ ପିଠା, ମଣ୍ଡା ପିଠା, ଜଳଖିଆ ରେ ଠୁଙ୍କା ପୁରୀ, ବରା, ଉପମା, ଦହି ବରା, ଚୁଡ଼ା ଘଷା ସହ ପକୋଡି, ଆଳୁ ଚପ୍‌, ସିଙ୍ଗଡ଼ା ଭଳି ସ୍ନାକ୍ସ ଘରେ ପ୍ରସ୍ତୁତି ଖାଦ୍ୟ ପ୍ରତି କିଭଳି ଆଗ୍ରହ ବଢ଼ିବ ସେନେଇ ଏହି ମେଳା ମାଧ୍ୟମରେ ସଚେତନ କରାଯିବା ସହ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଗୁଡ଼ିକ ନିଜ ଘରେ ଓ ଗାଁରେ କିଭଳି ଅଧିକରୁ ଅଧିକ ଏଭଳି ପାରମ୍ପରିକ ଖାଦ୍ୟ ପ୍ରସ୍ତୁତି କରିବା ସହ ନିଜ ପିଲାମାନଙ୍କୁ, ପରିବାର, ସମ୍ପର୍କୀୟଙ୍କୁ ପାରମ୍ପରିକ ଖାଦ୍ୟ ଖାଇବାକୁ ଉତ୍ସାହିତ କରାଇବେ ସେଥିପାଇଁ ସେମାନଙ୍କୁ ଖାଦ୍ୟ ପ୍ରସ୍ତୁତିକୁ ନେଇ ପ୍ରତିଯୋଗିତା କରାଯାଇଥିଲ। ମାଣ୍ଡିଆ ରେ ପ୍ରସ୍ତୁତ ଖାଦ୍ୟ ଅଧିକ ପସନ୍ଦ ହୋଇଥିବା ଦେଖିବାକୁ ମିଳିଥିଲା । ଏଥିରେ ବାଲିଗୁଡା ଏନଏସି ଓ ୧୪ ପଞ୍ଚାୟତ ର ୧୪ ଜଣ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଭାଗ ନେଇଥିଲେ। ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ସର୍ବୋଚ୍ଚ କୃତିତ୍ୱ ଭାବେ ଚୟନ କରାଯାଇ ଜିଲ୍ଲା ସ୍ତରକୁ ପଠାଯିବ ବୋଲି ସିଡିପିଓ କ୍ରୀଷ୍ଣା ପଣ୍ଡା କହିଛନ୍ତି। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସ୍ନେହଲତା ସାହୁ , ବିଡିଓ ଅକ୍ଷୟ ମଲ୍ଲିକ ବାଲିଗୁଡା ଉପଖଣ୍ଡ ମେଡିକାଲ ର ଅଧକ୍ଷ ଶୁଭମ ସାହୁକାର ସମେତ ସାଂସଦ ପ୍ରତିନିଧି ପ୍ରମୁଖ ଯୋଗଦେଇ ସୁସ୍ଥ ସ୍ୱାସ୍ଥ୍ୟ ଗଠନ ପାଇଁ ଘରୋଇ ପାରମ୍ପରିକ ଖାଦ୍ୟର ଫାଇଦା ସମ୍ପର୍କରେ ମତ ପ୍ରକାଶ କରିଥିଲେ।

କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ

Related posts

ରଜକ ସେବା ସଙ୍ଘ ର ବାର୍ଷିକ ସମ୍ମିଳନୀ 

Sunil Chandra Nayak

ପୋଲିସ ମହା ନିର୍ଦ୍ଧେଶକ ୱାଇ ବି ଖୁରାନା ଙ୍କ ନୂଆପଡ଼ା ଗସ୍ତ, ସାମ୍ବାଦିକ ସମ୍ମିଳନୀ

masiha

ସକାଳ ର ତୃତୀୟ ସ୍ଵନକ୍ଷତ୍ର ଦିବସ ଓ ବିଶ୍ଵ ଏଡ୍ସ ଦିବସ ପାଳନ

masiha

Leave a Comment

error: Content is protected !!