ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନାଗ୍ରା ତନ୍ତୀ ସମାଜର ଅଭିଯୋଗ ଶୁଣିଲେ ବିଧାୟକ 

ନାଗ୍ରା ତନ୍ତୀ ସମାଜର ଅଭିଯୋଗ ଶୁଣିଲେ ବିଧାୟକ 

ରାଉରକେଲା : ସେକ୍ଟର ୧୬ ସ୍ଥିତ କ୍ଵାଟର ନମ୍ବର ବି /୧୮୨, ନାଗ୍ରା ତନ୍ତୀ ସମାଜ କେନ୍ଦ୍ର କାର୍ଯ୍ୟାଳୟ ର ସଭା ଗୃହରେ ରଘୁନାଥପାଲି ବିଧାୟକ ଦୁର୍ଗା ଚରଣ ତନ୍ତୀଙ୍କ ଏକ ସାମାଜିକ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ଅଂଚଳରୁ ନାଗ୍ରା ତନ୍ତୀ ସମାଜର ବ୍ୟକ୍ତିଗଣ ଯୋଗ ଦେଇ ନିଜ ନିଜ ଆପତ୍ତି ଅଭିଯୋଗ ବିଧାୟକଙ୍କୁ ଜଣାଇଥିଲେ l ବିଧାୟକ ମଧ୍ୟ ସମସ୍ତଙ୍କୁ ବିନମ୍ରତାର ସହ ଶୁଣି ସମାଧାନ କରିବାକୁ ପ୍ରତିଶୃତି ଦେଇଥିଲେ l ସମସ୍ତ କାର୍ଯ୍ୟକ୍ରମକୁ ବୁଦ୍ଧିଜୀବୀ ଫୋରମର ମୁଖ୍ୟ ଆବାହକ ବିନୋଦ ବାଗ ପରିଚାଳନା କରିଥିଲେ ଏବଂ ଫୋରମର ଅନ୍ୟାନ୍ୟ ସଦସ୍ୟ ମାନେ ସର୍ବଶ୍ରୀ ରବିନାରାୟଣ ବାଗ, ରାମଚନ୍ଦ୍ର ବଖରା, ଟିକେଶ୍ୱର ତାଣ୍ଡିଆ, ପ୍ରଦୀପ ସୁର୍ଝଳିଆ, ସଂକୀର୍ତନ ଜୟପୁରିଆ, ପୁରୁଷୋତ୍ତମ କୁମାର, ଅଲେଖ ମହାନନ୍ଦ ପ୍ରମୁଖ ଆୟୋଜନ କରିଥିଲେ । ନାଗ୍ରା ତନ୍ତୀ ସମାଜ କର୍ମ କର୍ତ୍ତା ଉଛବ, ଗଜେନ୍ଦ୍ର, ବିନୋଦ,ସନ୍ତୋଷ, ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ସମ୍ପାଦକ ସୁନୀଲ ବଂକ୍ରା ବିଧାୟକ ତଥା ଫୋରମର ସଦସ୍ୟ ଓ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ ସହ କାର୍ଯ୍ୟକ୍ରମର ସମାପ୍ତି ଘୋଷଣା କରିଥିଲେ l 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଶୁଣିଲାଣି ଗ୍ରାମ୍ୟ ଉନ୍ନୟନ ବିଭାଗ, ନିଜ ଖର୍ଚ୍ଚରେ ରାସ୍ତା ମରାମତି କରାଇଲେ ୨ ସମାଜସେବୀ

masiha

ଗଳ୍ପ ପ୍ରତିଯୋଗିତାର ଫଳାଫଳ ପ୍ରକାଶ, ପ୍ରଥମ ସ୍ଥାନରେ ପ୍ରତିମା ପାତ୍ର

Sunil Chandra Nayak

ନୂଆପଡ଼ାରେ ଡିଜିଟାଲ ସୁରକ୍ଷା ଓ ଆର୍ଥିକ ସାକ୍ଷରତା ଉପରେ ଜିଲ୍ଲାସ୍ତରୀୟ କର୍ମଶାଳା ବେଟି ବଚାଓ, ବେଟି ପଢ଼ାଓ’ ଅଧୀନରେ ମହିଳା ଓ କିଶୋରୀଙ୍କୁ ସଚେତନତା; ଅନ୍ତର୍ଜାତୀୟ ଯୁବ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!