ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ରାଇରଙ୍ଗପୁର ରେ ରଥଯାତ୍ରା ପାଇଁ ଅଖପୂଜା

ରାଇରଙ୍ଗପୁର ରେ ରଥଯାତ୍ରା ପାଇଁ ଅଖପୂଜା

 ମୟୂରଭଂଜ -୧୦/୦୬ — ରାଇରଙ୍ଗପୁର ରଥଯାତ୍ରା ପାଇଁ ଆଜି ଜଗନ୍ନାଥ ରୋଡ଼ ର ରଥ ଖଳାରେ ଅଖ ପୂଜା ଶୁଭାରମ୍ଭ ହୋଇଥିଲା ।ପ୍ରଥମେ ମୁଖ୍ୟ ପୂଜକ ଦେବବ୍ରତ ରଥ ମହାପାତ୍ର ଙ୍କ ଦ୍ଵାରାମନ୍ଦିରରେ ନୃସିଂହ ପୂଜନ ,ଇନ୍ଦ୍ର ପୂଜନ,ବିଶ୍ଵକର୍ମା ପୂଜନ ଏବଂ ଜଗନ୍ନାଥ,ବଳଭଦ୍ର,ସୁଭଦ୍ରା ଓ ସୁଦର୍ଶନଙ୍କ ପୂଜା ଯଥା ଠାକୁରଙ୍କ ରୀତିନୀତି ଅନୁସାରେ ଅନୁଷ୍ଠିତ ହୋଇଥିଲା ।ପରେ ଠାକୁରଙ୍କ ପାଖରୁ ଆଜ୍ଞାମାଳ ନେଇ ରଥ ଖଳାରେ ଅଖ ପୂଜନ କରା ଯାଇଥିଲା ।ମୁଖ୍ୟ କାରିଗର ମଧୁ ନାଏକ ପୂଜା କାର୍ଯ୍ୟରେ ବସି ଦାୟିତ୍ବ ନିଭାଇଥିଲେ ।ସେଠାରେ ପୂଜନ ପରେ ଅଖ ସହ ରଥ ଚକ ଯୋଡ଼ା ଯାଇଥିଲା ।କାର୍ଯ୍ୟକ୍ରମରେ ଡାହୁକ କୃଷ୍ନବିହାରୀ ମହାନ୍ତିଙ୍କ ସମେତ ବହୁ ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ ।

ମୟୂରଭଂଜରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ଶନି ମହାରାଜ ଙ୍କ ପୂଜା ଓ ଯଜ୍ଞ

Sunil Chandra Nayak

ଶ୍ରୀଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଉଦଯାପିତ : ହଜାର ହଜାର ଶ୍ରଦ୍ଧାଳୁ ଓ ସାଧୁ ସନ୍ଥ ସାମିଲ: ହରେକୃଷ୍ଣ ହରେ ରାମ ଓ ମନ୍ତ୍ର ଧ୍ୱନି ରେ ପ୍ରକମ୍ପିତ ହେଲା ପରିବେଶ 

masiha

ଆଜି ପଶ୍ଚିମ ଓଡି଼ଶାର ଗଣପର୍ବ ପୁଷପୁନି

masiha

Leave a Comment

error: Content is protected !!