ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ରାଇରଙ୍ଗପୁର ରେ ରଥଯାତ୍ରା ପାଇଁ ଅଖପୂଜା

ରାଇରଙ୍ଗପୁର ରେ ରଥଯାତ୍ରା ପାଇଁ ଅଖପୂଜା

 ମୟୂରଭଂଜ -୧୦/୦୬ — ରାଇରଙ୍ଗପୁର ରଥଯାତ୍ରା ପାଇଁ ଆଜି ଜଗନ୍ନାଥ ରୋଡ଼ ର ରଥ ଖଳାରେ ଅଖ ପୂଜା ଶୁଭାରମ୍ଭ ହୋଇଥିଲା ।ପ୍ରଥମେ ମୁଖ୍ୟ ପୂଜକ ଦେବବ୍ରତ ରଥ ମହାପାତ୍ର ଙ୍କ ଦ୍ଵାରାମନ୍ଦିରରେ ନୃସିଂହ ପୂଜନ ,ଇନ୍ଦ୍ର ପୂଜନ,ବିଶ୍ଵକର୍ମା ପୂଜନ ଏବଂ ଜଗନ୍ନାଥ,ବଳଭଦ୍ର,ସୁଭଦ୍ରା ଓ ସୁଦର୍ଶନଙ୍କ ପୂଜା ଯଥା ଠାକୁରଙ୍କ ରୀତିନୀତି ଅନୁସାରେ ଅନୁଷ୍ଠିତ ହୋଇଥିଲା ।ପରେ ଠାକୁରଙ୍କ ପାଖରୁ ଆଜ୍ଞାମାଳ ନେଇ ରଥ ଖଳାରେ ଅଖ ପୂଜନ କରା ଯାଇଥିଲା ।ମୁଖ୍ୟ କାରିଗର ମଧୁ ନାଏକ ପୂଜା କାର୍ଯ୍ୟରେ ବସି ଦାୟିତ୍ବ ନିଭାଇଥିଲେ ।ସେଠାରେ ପୂଜନ ପରେ ଅଖ ସହ ରଥ ଚକ ଯୋଡ଼ା ଯାଇଥିଲା ।କାର୍ଯ୍ୟକ୍ରମରେ ଡାହୁକ କୃଷ୍ନବିହାରୀ ମହାନ୍ତିଙ୍କ ସମେତ ବହୁ ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ ।

ମୟୂରଭଂଜରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ଡାବୁଗାଁ ରେ ମାଘ ମଣ୍ଡେଇ ପାଳିତ

Sunil Chandra Nayak

ଆନନ୍ଦ ବଜାର ମା କାମନା କାଳୀଙ୍କ ପିଠରେ ମେରୁ ପର୍ବ ପାଳିତ

Sunil Chandra Nayak

ସରlଗୁଡ଼ା ମା ପେଣ୍ଡ୍ରାଣୀ ଠାକୁରାଣୀ ଯାତ୍ରା ସମ୍ପନ୍ନ 

Leave a Comment

error: Content is protected !!