ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପିଏମ ଜନମନ ଯୋଜନାର ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ 

ପିଏମ ଜନମନ ଯୋଜନାର ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ 

ରାୟଗଡ/ବିଷମକଟକ -ତା. ୧୧/୦୬/୨୫-ବିଷମକଟକ ପଞ୍ଚାୟତ ସମିତି ଅନ୍ତର୍ଗତ କୁର୍ଲି ଗ୍ରାମପଞ୍ଚାୟତ ର ଖମ୍ବେଶି ଗ୍ରାମ ରେ ଆଜି ପୂର୍ବାହ୍ନ ଘ. ୧୧.୦୦ ମି ସମୟରେ ପ୍ରଧାନ ମନ୍ତ୍ରୀ ଜନ ଜାତି ଆଦିବାସୀ ନ୍ୟାୟ ମହା ଅଭିଯାନ ଯୋଜନା ସମ୍ପକିତ ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ କରାଯାଇଥିଲା । ଉକ୍ତ ଶିବିର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ରାୟଗଡ ଅକ୍ଷୟ କୁମାର ଖେମୁଣ୍ଡୁ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ । ବିଷମକଟକ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶିବ ପ୍ରସାଦ ପଟ୍ଟନାୟକ ସଭାପତିତ୍ୱ କରିଥିଲେ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ଧାର୍ଯ୍ୟ କରାଯାଇଥିବା ସମୟ ସୀମା ଅର୍ଥାତ ତା.୩୦.୦୯.୨୦୨୫ ରିଖ ମଧ୍ୟରେ ପ୍ରଧାନମନ୍ତ୍ରୀ ଜନମନ ଯୋଜନାରେ ଆବଣ୍ଟନ କରାଯାଇଥିବା ସମସ୍ତ ଅସମ୍ପୂର୍ଣ ଏବଂ ନୂତନ ଭାବେ ଚିହ୍ନଟ ହୋଇଥିବା PM-JANMAN ହିତାଧିକାରୀମାନେ ଗୃହ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ କରିବାକୁ ବୈଠକରେ ଆଲୋଚନା କ୍ରମେ ହିତାଧିକାରୀଙ୍କୁ ପରାମର୍ଶ ଦେଇଥିଲ । ଧାର୍ଯ୍ୟ ସମୟ (୪ ମାସ) ମଧ୍ୟରେ ସମସ୍ତ ଗୃହ କାର୍ଯ୍ୟ ସମ୍ପୂର୍ଣ ହେଲେ ହିତାଧିକାରୀମାନଙ୍କୁ ଟ.୨୦୦୦୦ /- ଙ୍କା ସରକାରଙ୍କ ତରଫ ରୁ ପ୍ରତ୍ସାହନା (incentive) ରାଶି ପ୍ରଦାନ କରାଯାଉଥିବା ସୂଚନା ଦିଆଯାଇଥିଲା । ଗୃହ କାର୍ଯ୍ୟ ଧାର୍ଯ୍ୟ ସମୟ ସୀମା ମଧ୍ୟରେ ସମ୍ପୂର୍ଣ କରିବାକୁ ଉପସ୍ଥିତ ସମସ୍ତ ହିତାଧିକାରୀ ଏକ ସ୍ବର ରେ ସହମତି ପ୍ରକାଶ କରିଥିଲେ । ଉକ୍ତ ଶିବିର ରେ ୩୦୦ ରୁ ଉର୍ଦ୍ଧ୍ବ ଡଙ୍ଗରିଆ କନ୍ଧ ଜନ ଜାତି ଅଂଶ ଗ୍ରହଣ କରିଥିଲେ। 

ସଭା କାର୍ଯ୍ୟ ସମାପ୍ତ କରି ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ କୁର୍ଲୀ ପଞ୍ଚାୟତ ର ଦୁର୍ଗମ ରୁ ଅତି ଦୁର୍ଗମ ଅଞ୍ଚଳ କୁ ପରିଦର୍ଶନ ରେ ଯାଇଥିଲେ। କୁର୍ଲୀ ପଞ୍ଚାୟତ ର ଖମ୍ବେସି, ହତେଶି ଆଦି ଦୁର୍ଗମ ଗ୍ରାମ କୁ ଗସ୍ତ କରି ଘର ଘର ବୁଲି ଲୋକଙ୍କୁ ଶୀଘ୍ର ଘର କାମ ସମ୍ପୂର୍ଣ୍ଣ କରିବା ପାଇଁ ଉତ୍ସାହିତ କରିଥିଲେ, ଓ ପ୍ରତ୍ୟେକ ଲୋକଙ୍କ ସମସ୍ୟା ପଚାରି ବୁଝିଥିଲେ ଏବଂ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଶୀଘ୍ର ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।

 ଉକ୍ତ ସଚେତନ ଶିବିରରେ PM(RH) ଜିଲ୍ଲା ପରିଷଦ ରାୟଗଡା, ସହକାରୀ ନିର୍ବାହୀ ଯନ୍ତ୍ରୀ, BPC(RH), କନିଷ୍ଠ ଯନ୍ତ୍ରୀ, ପଞ୍ଚାୟତ ନିର୍ବାହୀ ଅଧିକାରୀ , ADEO, ସରପଞ୍ଚ ଏବଂ ସମିତି ସଭ୍ୟା କୂର୍ଲି ଗ୍ରାମ ପଞ୍ଚାୟତ ଏବଂ ସମସ୍ତ ସଭ୍ୟସଭ୍ୟା ଉପସ୍ଥିତ ଥିଲେ । 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

 

Related posts

ସଶକ୍ତ ଓଡ଼ିଶା, ବିକଶିତ ଭାରତ – ଯୁବ ଶକ୍ତିର ଭୂମିକା

Sunil Chandra Nayak

୧- ଛଦେଶ ମାଟିର ସୁଯୋଗ୍ୟ ସନ୍ତାନ,ଲଢୁଆ ପୁଅ ତଥା ଯୁବ ସାମ୍ବାଦିକ – ମହେଶ୍ୱର ସାହୁ , ୨-ଇନ୍ଦ୍ରଜିତଙ୍କ ଅତିଭୌତିକ ଗଳ୍ପ ସଙ୍କଳନ ‘ଇନ୍ଦ୍ରଜାଲ’ ଉନ୍ମୋଚିତ,୩- ଗଁଦିଆରେ ଶିକ୍ଷକମାନଙ୍କୁ ନେଇ ଚକ୍ଷୁ ପରୀକ୍ଷା ତାଲିମ ଶିବିର ଅନୁଷ୍ଠିତ, ୪- ଦୁର୍ଘଟଣାରେ ବୃଦ୍ଧା ମୃତ । କଙ୍କଡାହାଡ଼-ଗଡ଼ପଳାଶୁଣି ପୂର୍ତ୍ତ ରାସ୍ତା ଅବରୋଧ କଲେ ସ୍ଥାନୀୟ ଲୋକେ,୫- ରାମେଶ୍ୱର ମନ୍ଦିର ପରିଚାଳନା କମିଟି ବୈଠକ , ୬-ଶିଶୁ ଶ୍ରମିକ ନିରୋଧ ସଚେତନତା କାଯ୍ୟକ୍ରମ, ୭- ଦନ୍ତା ହାତୀ ଆକ୍ରମଣରେ ଚାଷୀଙ୍କ ମୃତ୍ୟୁ , ୮- ଢେଙ୍କାନାଳରେ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠାନ ନିମନ୍ତେ ପ୍ରସ୍ତୁତି ବୈଠକ., ୯- ସ୍ୱର୍ଗତା ସଂଯୁକ୍ତା ବେହେରାଙ୍କ ସ୍ମୃତିରେ ବର୍ଣ୍ଣାଢ୍ୟ ‘ସ୍ୱର ଅଗଣା ସଙ୍ଗୀତର ଝରଣା-୨୦୨୬’, ୧୦- ଢେଙ୍କାନାଳ ଜିଲ୍ଲା ଗସ୍ତରେ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଆର୍‌. ଏସ୍‌. ଗୋପାଳନ , ୧୧- ସରକାରୀ ଉଚ୍ଚ ବିଦ୍ୟାଳୟରେ ଏବେ ଅବ୍ୟବସ୍ତା , ୧୨- ଅଜଣା ଗାଡି ଧକାରେ ୧୫ ରୁ ଉର୍ଧ ଗୋରୁ ମୃତ୍ୟୁ, ୧୩- ପସାସିଂହ ଗ୍ରାମରରେ ବିଦ୍ୟୁତ ସଟ ସର୍କିଟରେ ଜଳିଗଲା ଘର ଓ ଆସବାହ ପତ୍ର ,୧୪- ମହିଷା ପାଟ ନିକଟ କୁବୋଟାରେ ଚାଷି ସମାବେଶ., ୧୫- ଶିକ୍ଷକ ବଦଳିକୁ ବିରୋଧ କରି ସ୍କୁଲ ଫାଟକରେ ତାଲା ପକେଇଲେ ଛାତ୍ରଛାତ୍ରୀ ଓ ଅଭିଭାବକ , ୧୬- ହାତୀ-ମଣିଷ ସହବସ୍ଥାନ ନେଇ ଆଲୋଚନାଚକ୍ର , ୧୭-ପଞ୍ଚାୟତରାଜ ଉଚ୍ଚ ବିଦ୍ୟାଳୟରେ ଭାଗବତ ସପ୍ତାହ ଓ ଜଗନ୍ନାଥ ଦାସ ଜୟନ୍ତୀ ପାଳିତ , ୧୮- କାମାକ୍ଷାନଗରରେ ଦଶହରା ପ୍ରସ୍ତୁତି ବୈଠକ

Sunil Chandra Nayak

ଜାତୀୟ ମତ୍ସ୍ୟ ଚାଷୀ ଦିବସ–୨୦୨୬ ପାଳିତ 

Sunil Chandra Nayak

Leave a Comment

error: Content is protected !!