ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପିଏମ ଜନମନ ଯୋଜନାର ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ 

ପିଏମ ଜନମନ ଯୋଜନାର ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ 

ରାୟଗଡ/ବିଷମକଟକ -ତା. ୧୧/୦୬/୨୫-ବିଷମକଟକ ପଞ୍ଚାୟତ ସମିତି ଅନ୍ତର୍ଗତ କୁର୍ଲି ଗ୍ରାମପଞ୍ଚାୟତ ର ଖମ୍ବେଶି ଗ୍ରାମ ରେ ଆଜି ପୂର୍ବାହ୍ନ ଘ. ୧୧.୦୦ ମି ସମୟରେ ପ୍ରଧାନ ମନ୍ତ୍ରୀ ଜନ ଜାତି ଆଦିବାସୀ ନ୍ୟାୟ ମହା ଅଭିଯାନ ଯୋଜନା ସମ୍ପକିତ ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ କରାଯାଇଥିଲା । ଉକ୍ତ ଶିବିର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ରାୟଗଡ ଅକ୍ଷୟ କୁମାର ଖେମୁଣ୍ଡୁ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ । ବିଷମକଟକ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶିବ ପ୍ରସାଦ ପଟ୍ଟନାୟକ ସଭାପତିତ୍ୱ କରିଥିଲେ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ଧାର୍ଯ୍ୟ କରାଯାଇଥିବା ସମୟ ସୀମା ଅର୍ଥାତ ତା.୩୦.୦୯.୨୦୨୫ ରିଖ ମଧ୍ୟରେ ପ୍ରଧାନମନ୍ତ୍ରୀ ଜନମନ ଯୋଜନାରେ ଆବଣ୍ଟନ କରାଯାଇଥିବା ସମସ୍ତ ଅସମ୍ପୂର୍ଣ ଏବଂ ନୂତନ ଭାବେ ଚିହ୍ନଟ ହୋଇଥିବା PM-JANMAN ହିତାଧିକାରୀମାନେ ଗୃହ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ କରିବାକୁ ବୈଠକରେ ଆଲୋଚନା କ୍ରମେ ହିତାଧିକାରୀଙ୍କୁ ପରାମର୍ଶ ଦେଇଥିଲ । ଧାର୍ଯ୍ୟ ସମୟ (୪ ମାସ) ମଧ୍ୟରେ ସମସ୍ତ ଗୃହ କାର୍ଯ୍ୟ ସମ୍ପୂର୍ଣ ହେଲେ ହିତାଧିକାରୀମାନଙ୍କୁ ଟ.୨୦୦୦୦ /- ଙ୍କା ସରକାରଙ୍କ ତରଫ ରୁ ପ୍ରତ୍ସାହନା (incentive) ରାଶି ପ୍ରଦାନ କରାଯାଉଥିବା ସୂଚନା ଦିଆଯାଇଥିଲା । ଗୃହ କାର୍ଯ୍ୟ ଧାର୍ଯ୍ୟ ସମୟ ସୀମା ମଧ୍ୟରେ ସମ୍ପୂର୍ଣ କରିବାକୁ ଉପସ୍ଥିତ ସମସ୍ତ ହିତାଧିକାରୀ ଏକ ସ୍ବର ରେ ସହମତି ପ୍ରକାଶ କରିଥିଲେ । ଉକ୍ତ ଶିବିର ରେ ୩୦୦ ରୁ ଉର୍ଦ୍ଧ୍ବ ଡଙ୍ଗରିଆ କନ୍ଧ ଜନ ଜାତି ଅଂଶ ଗ୍ରହଣ କରିଥିଲେ। 

ସଭା କାର୍ଯ୍ୟ ସମାପ୍ତ କରି ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ କୁର୍ଲୀ ପଞ୍ଚାୟତ ର ଦୁର୍ଗମ ରୁ ଅତି ଦୁର୍ଗମ ଅଞ୍ଚଳ କୁ ପରିଦର୍ଶନ ରେ ଯାଇଥିଲେ। କୁର୍ଲୀ ପଞ୍ଚାୟତ ର ଖମ୍ବେସି, ହତେଶି ଆଦି ଦୁର୍ଗମ ଗ୍ରାମ କୁ ଗସ୍ତ କରି ଘର ଘର ବୁଲି ଲୋକଙ୍କୁ ଶୀଘ୍ର ଘର କାମ ସମ୍ପୂର୍ଣ୍ଣ କରିବା ପାଇଁ ଉତ୍ସାହିତ କରିଥିଲେ, ଓ ପ୍ରତ୍ୟେକ ଲୋକଙ୍କ ସମସ୍ୟା ପଚାରି ବୁଝିଥିଲେ ଏବଂ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଶୀଘ୍ର ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।

 ଉକ୍ତ ସଚେତନ ଶିବିରରେ PM(RH) ଜିଲ୍ଲା ପରିଷଦ ରାୟଗଡା, ସହକାରୀ ନିର୍ବାହୀ ଯନ୍ତ୍ରୀ, BPC(RH), କନିଷ୍ଠ ଯନ୍ତ୍ରୀ, ପଞ୍ଚାୟତ ନିର୍ବାହୀ ଅଧିକାରୀ , ADEO, ସରପଞ୍ଚ ଏବଂ ସମିତି ସଭ୍ୟା କୂର୍ଲି ଗ୍ରାମ ପଞ୍ଚାୟତ ଏବଂ ସମସ୍ତ ସଭ୍ୟସଭ୍ୟା ଉପସ୍ଥିତ ଥିଲେ । 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

 

Related posts

ରାଜୀବ ଗାନ୍ଧିଙ୍କ ୮୦ତମ ଜନ୍ମ ଜୟନ୍ତୀ ଅବସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ

masiha

ପକ୍ଷୀ ମାନଙ୍କର ଜଳ ସେବା ପାଇଁ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ 

masiha

ଜିଲ୍ଲାପାଳ ତଥା କଳାହାଣ୍ଡି ଉତ୍ସବ ଅଧ୍ୟକ୍ଷଙ୍କୁ ଧନ୍ୟବାଦ ଦେଲା ମଶାଲ କମିଟି 

masiha

Leave a Comment

error: Content is protected !!